Odisha news

ଏକ କାଳୀନ ସମସ୍ତ ସେବା ଯୋଗାଉଥିବା ଶଖୀ ଓ ଜାଗୃତିର କାର୍ଯ୍ୟକାରୀ କମିଟିର ସମିକ୍ଷା ବୈଠକ

0
ଛତ୍ରପୁର,୮ ।୮ : ନିର୍ଯ୍ୟାତିତା ମହିଳା ଏବଂ ବାଳିକାମାନଙ୍କ ସମନ୍ୱିତ ସୁବିଧା ଓ ସହଯୋଗ ନିମନ୍ତେ ଏକ କାଳୀନ ସମସ୍ତ ସେବା ଯୋଗାଉଥିବା କେନ୍ଦ୍ର ସଖୀ ଓ ଜାଗୃତିର କାର୍ଯ୍ୟକାରୀ କମିଟିର ଏକ ସମିକ୍ଷା ବୈଠକ ଗୁରୁବାର ଗଞ୍ଜାମ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ଅଧ୍ୟକ୍ଷତା କରିଥିଲେ । ବ୍ରହ୍ମପୁର ମେଡିକାଲ କେଲଜ ପରିସରରେ ଥିବା ସଖୀ କେନ୍ଦ୍ରରେ ପୁଲିସ ସହାୟତା,ଡାକ୍ତରୀ ସହାୟତା,ଆଇନ ସହୟତା ସହ ଅନ୍ୟାନ୍ୟ ସହୟାତ ମିଳିଥାଏ । ବଳତ୍କାର ପଡିତା, ପାରିବାରିକ ହିଂସା, ଯୈାନ ନିର୍ଯ୍ୟାତନା,ବାଲ୍ୟ ବିବାହ,ଯୈାତୁକ ନିର୍ଯ୍ୟାତନା ଓ ଅନ୍ୟାନ୍ୟ ହିଂସାର ଶିକାର ହୋଇଥିବା ମହିଳାମାନଙ୍କୁ ଏଠାରେ ଆସି ଆଶ୍ରୟ ନେବା ସହ ସେମାନେ ଏଠାରେ ପଞ୍ଜିକରଣ କରିପାରିବେ । ସେମାନଙ୍କୁ ଯେଉଁ ସବୁ ସେବା ଆବଶ୍ୟକ ତାହା ମାଗଣାରେ ଯୋଗଇ ଦିଆଯିବ । ଡକ୍ତରମାନେ ସଖୀ କେନ୍ଦ୍ରକୁ ଆସି ସେବା ଯୋଗାଇବାକୁ କୁହାଯାଇଛି । ଉକ୍ତ କେନ୍ଦ୍ର ପରିସର ପରିସ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁ ସବୁ କ୍ଷେତ୍ରରେ ପୁଲିସର ସହୟତା ଆବଶ୍ୟକ ତାହା ନେବାକୁ କୁହାଯାଇଥିଲା । ପ୍ରତି ବ୍ଲକରେ ମହିଳା ମାନେ ନିର୍ଯ୍ୟତନା ସମେତ ଅନ୍ୟାନ୍ୟ ଅସୁବିଧା ହେଉଥିଲେ ବି ଏ ସର୍ମ୍ପକରେ ଏହି ସଂସ୍ଥା ନିକଟକୁ ଖବର ପହଂଚି ପାରୁନାହିଁ । ତେଣୁ ପ୍ରତି ବ୍ଲକର ସିଡିପିଓ ମାନେ କେଶ ଆଣିବାକୁ କୁହାଯାଇଛି । ଏହି ସଖୀ କେନ୍ଦ୍ରରେ ମହିଳାଙ୍କୁ କାଉନସିଲିଙ୍ଗ କରି ସମସ୍ୟାର ସମାଧନ କରାଯାଉଥିବା ବୈଠକରେ କୁହାଯାଇଛି । ୧୫୫୪ଟି କେଶ ସଖୀ କେନ୍ଦ୍ରକୁ ଆସିଥିବା ବେଳେ ୬୨୬ଟି କେଶ ସଫଳ ହୋଇଥିବା ବେଳେ ୯୦୮ଟି କେଶ ସରିଯାଇଛି ଏବଂ ୨୦ ଟି କେଶ ପ୍ରକ୍ରିୟାକରଣ ଅଧୀନରେ ରହିଥିବା ବୈଠକରେ କୁହାଯାଇଛି । ସଖୀ ଓ ଜାଗୃତିର ଆଭିମୁଖ୍ୟ ଏବଂ ନିୟମ ଉପରେ ବୈଠକରେ ଆଲୋକପାତ ହେବା ସହ ବିବୀନ୍ନ ସମସ୍ୟା ଓ ସଫଳ କାହାଣି ଉପରେ ମଧ୍ୟ ଜିଲାପାଳ ଆଲୋଚନା କରିଥିଲେ । ଏହି ବୈଠକରେ  ଜିଲା ସମାଜ ମଙ୍ଗଳ ଅଧିକାରୀ ଆବିଦ ପରଭିନ, ଚ୍ଲାଇଡ ଲାଇନର ସୁଧିର ସାବତ, ଜିଲା ଶିଶୁ ଅଧିକାରୀ ସୁବୁଦ୍ଧ ଷଡଙ୍ଗୀ, ଦେବବ୍ରତ ମାହୁନ୍ତ, ଶଖୀର ମହେସ୍ୱେତା ପାଢୀଙ୍କ ସମେତ ସମସ୍ତ ସିଡିପିଓ,ପୁଲିସ,ସ୍ୱାସ୍ଥ୍ୟ ଅଧିକାରୀ  ପ୍ରମୁଖ ଉପସ୍ଥିତ ଥିଲେ
Nalco
Leave A Reply