Odisha news

କରୋନା କଟକଣା : ଘରେ ରହି ପୂଜା କଲେ କୁନି କୁନି ଭକ୍ତ ମାନେ

0
ଛତ୍ରପୁର 22/8: ଆଜି ଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ଗଜାନନ, ଗଣପତିଙ୍କ ଆବାହନ ପାଇଁ ସମସ୍ତଙ୍କ ମନରେ ଉତ୍କଣ୍ଠା। ଅଗ୍ରପୂଜ୍ୟଙ୍କ ଆବାହନରୁ ଆରମ୍ଭ ହେବ ପାର୍ବଣ ଋତୁ । ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ। ମାନ୍ଯତା ରହିଛି ଯେଉଁ ବ୍ଯକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି। ବିଶ୍ବରେ ମଧ୍ଯ ଭଗବାନ ଗଣେଶଙ୍କୁ ଭିନ୍ନ ଭିନ୍ନ ନାମରେ ଜଣାଯାଇଥାଏ। ଯେପରି ଗଜାନନ, ବିଘ୍ନହର୍ତା, ଗଣପତି, ଏକଦନ୍ତ, ସିଦ୍ଧିବିନାୟକ, ଗଣେଶ ଏବଂ ଗୌରୀ ପୁତ୍ର ନାମରେ ଭକ୍ତମାନେ ଡାକ୍ତିଥାନ୍ତି।
ତେବେ ଚଳିତ ବର୍ଷ କରୋନା କଟକଣା ଯୋଗୁ ଗଞ୍ଜାମ ଜିଲାରେ  କ୍ଲବ, ମଣ୍ଡପ ଓ ଶିକ୍ଷାନୁଷ୍ଠାନରେ ଗଣେଶ ପୂଜା ମନା । ଘରେ ସୀମିତ ରହିବ ଗଣେଶ ପୂଜା । ତେଣୁ ଘରେ ଘରେ ଚାଲିଛି ପ୍ରଭୁ ଗଜାନନଙ୍କ ପୂଜା।  ସର୍ବସାଧାରଣ ସ୍ଥାନରେ ହେବନି ଗଜାନନଙ୍କ ପୂଜା ।ଏହି ପରିପ୍ରେକ୍ଷୀ ରେ ଛତ୍ରପୁର ଏନଏସି ଅଂଚଳ ରେ ମଧ୍ୟ ଘରେ ରହି କୁନି କୁନି ଛାତ୍ର ଛାତ୍ରୀ ଠାରୁ ଆରମ୍ଭ କରି  ପରିବାର ବର୍ଗ   ମାନେ  ଶ୍ରୀ ଗଣେଶ ମହାପ୍ରଭୁ ଙ୍କ ପୂଜା କରିଥିବା ର  ଦେଖିବାକୁ ମିଳିଥିଲା l
Leave A Reply