Odisha news

ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କଳା ବ୍ୟାଜ ପରିଧାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ

0
ଛତ୍ରପୁର,21/9: ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ସ୍ଥିତ କ୍ଷେତ୍ରମୋହନ ବିଜ୍ଞାନ ମହାବିଦ୍ୟାଳୟ ର ପରିଚାଳନା କମିଟି ଅଧିନରେ କାର୍ଯ୍ୟ ରତ ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ମହାବିଦ୍ୟାଳୟ ପରିସରରେ କଳା ବ୍ୟାଜ ପରିଧ୍ୟାନ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ  କଳାଦିବସ ପାଳନ କରିଛନ୍ତି।୨୦୦୮ ପରବର୍ତ୍ତୀ ନିଯୁକ୍ତି ପାଇଥିବା ଅଧ୍ୟାପକ ଓ ଅଧ୍ୟାପିକା ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ପାଇଁ ଚାକିରି ନିୟମିତ ହେବା ପାଇଁ ସରକାରଙ୍କ କୈାଣସି ପଦକ୍ଷେପ ନିଆଯାଇ ନାହିଁ ଶିକ୍ଷା ଏବଂ ଶିକ୍ଷକ ମାରଣ ନିତି ସହିତ ସରକାରଙ୍କ  କାଳକ୍ଷେପ ପଦକ୍ଷେପ କୁ ମିଳିତ ସ୍ବରରେ ବିରୋଧ କରିଥିଲେ। ଓଡ଼ିଶା ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ (OSNLEA) ତରଫରୁ ଭୁବନେଶ୍ୱର ଲୟର PMG ଠାରେ ଆଜିକୁ ୧୬୯ ଦିନ ଧରି ଅହରାତ୍ର ଧାରଣା ଲାଗିରହିଛି ‌। ତଥାପି ସରକାରଙ୍କର କୈାଣସି ପଦକ୍ଷେପ ନିଆଯାଇ ନାହିଁ।ସାରା ରାଜ୍ୟରେ ପ୍ରତ୍ୟେକ ମହାବିଦ୍ୟାଳୟ ସ୍ତରରେ କଳାଦିବସ ପାଳନ ସହିତ ଆନ୍ଦୋଳନ କୁ ଆହୁରି ତିବ୍ରତର କରିବା ପାଇଁ ସଂଘର ସଭାପତି ବିଶ୍ବରଞ୍ଜନ ଦାସ ଆହ୍ୱାନ ଦେଇଛନ୍ତି।  ସରକାର ଏଥିପ୍ରତି ଦୃଷ୍ଟି ଦେବା ସହ ଚାକିରିର ମାନ୍ୟତା ଦେବା ଏବଂ ବିଧିବଦ୍ଧ ଦରମା ଦେବାପାଇଁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି କରାଯାଇଛି।   କଲେଜ ସଂଯୋଜକ ପ୍ରକାଶ ଚନ୍ଦ୍ର ଶତପଥୀ ଙ୍କ ନେତ୍ରତୃ ରେ ମହାବିଦ୍ୟାଳୟ ର ୧୫ ରୁ ଉର୍ଦ୍ଧ୍ବ ଅଧ୍ୟାପକ ଓ କର୍ମଚାରୀ କଳା ବ୍ୟାଜ ପରିଧାନ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Nalco
Leave A Reply