Odisha news

ଚନ୍ଦ୍ରଜାନ – ୩ ର ସଫଳ ଉତ୍ତକ୍ଷେପଣ , କଣ ରହିଛି ଏଥିରେ ପ୍ରାଇଭେଟ କମ୍ପାନୀ ର ଯୋଗଦାନ

0
ନୂଆଦିଲ୍ଲୀ : ଆଜି ଦେଶ ପାଇଁ ଗୋଟିଏ ଐତିହାସିକ ସମୟ , ଚନ୍ଦ୍ରଜାନ -୩ ଶ୍ରୀହରି କୋଟାର ସତୀଶ ଧବନ ଅନ୍ତରୀକ୍ଷ କେନ୍ଦ୍ର ରୁ ଦ୍ବିପ୍ରହର ୨.୩୫ ମିନିଟ ରେ ଉତକ୍ଷେପଣ କରାଯାଇ ଥିଲା l ଏହି ମିଶନ ରେ ଇସ୍ରୋ ସହିତ ପ୍ରତିଷ୍ଠିତ ବ୍ୟବସାୟିକ ସଙ୍ଘ ଗୋଦ୍ରେଜ ଗ୍ରୁପ ର ମଧ୍ୟ ମୁଖ୍ୟ ଭୂମିକା ରହିଛି l ମୁମ୍ବାଇ ସ୍ଥିତ ସ୍ୱୟଂ ଚାଳିତ ଏୟାରସ୍ପେସ କମ୍ପାନୀ ଗୋଦ୍ରେଜ ଏରୋସ୍ପେସ କମ୍ପନି ମହତ୍ୱପୂର୍ଣ ଯନ୍ତ୍ର ଗୁଡିକୁ ସ୍ୱପ୍ଲାଏ କରିଥିଲା l
ଚନ୍ଦ୍ରଜାନ ମିଶନ ରେ ଗୋଦ୍ରେଜ କମ୍ପାନୀ ର ମୁଖ୍ୟ ରୋଲ -:
ଚନ୍ଦ୍ରଜାନ -୩ ମିଶନ ରେ ଗୋଦ୍ରେଜ ଏୟରସ୍ପେସ ର ମୁଖ୍ୟ ଭୂମିକା ରହିଛି l କମ୍ପାନୀ ପକ୍ଷରୁ ଅନେକ ମହତ୍ୱପୂର୍ଣ ପାର୍ଟ୍ସ ଯୋଗାଇ ଦିଆ ଯାଇଥିଲା l ଚନ୍ଦ୍ର ଜାନ -୩ ର ରକେଟ ଇଞ୍ଜନ ଓ ଥ୍ରଷ୍ଟର ର ଗୋଦ୍ରେଜ ଏୟର ସ୍ପେସ ଦ୍ୱାରା ପ୍ରସ୍ତୁତ କରାଯାଇ ଥିଲା l ଯଦି ଏହି ମିଶନ ସମ୍ପୂର୍ଣ୍ଣ ହେବ ତେବେ ଉଭୟ ଇସ୍ରୋ ଓ ଗୋଦ୍ରେଜ ଗ୍ରୁପ ପାଇଁ ଗର୍ବର ସମୟ ହେବ l
𝙿𝚃𝙸 ର ସୂଚନା ଅନୁସାରେ ଗୋଦ୍ରେଜ ଏୟାରସେପ୍ସ ର ବିଜିନେସ ହେଡ଼ କହିଛନ୍ତି ଯେ ଆମ ପାଇଁ ଏହା ଗର୍ବ ର ମୁହୂର୍ତ୍ତ ଯେ ଆମେ ଚନ୍ଦ୍ର ଜାନ -୩ ରେ ଗୋଟିଏ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛୁ l ଆମେ ଇସ୍ରୋ ର ଗୋଟିଏ ଭରସା ଯୋଗ୍ୟ ସାଥି ହୋଇ ରହିଛୁ ଓ ରହିବୁ l
ଚନ୍ଦ୍ରଜାନ ୩ ବିକାଶ ଇଞ୍ଜନ , 𝙲𝙴 -20 ଓ ସାଟେଲାଇଟ ଥ୍ରଷ୍ଟର୍ସ ର ଗୋଦ୍ରେଜ୍ ଏରୋସ୍ପେସ ର ମୁମ୍ବାଇ ସ୍ଥିତ ବିଖୋରୋଲି ଫ୍ୟାସିଲିଟି ରେ ପ୍ରସ୍ତୁତ ହୋଇଛି l ଏହାଛଡା ମିଶନ ର କୋର ଷ୍ଟେଜ ପାଇଁ 𝙻110 ଇଂଜିନ ର ନିର୍ମାଣ ମଧ୍ୟ ଗୋଦ୍ରେଜ୍ ଏରୋସ୍ପେସ କମ୍ପାନୀ ପକ୍ଷରୁ କରାଯାଇଛି l ଏହା ପ୍ରଥମ ଥର ନୁହେଁ ଯେ ଚନ୍ଦ୍ରଜାନ ମିଶନ ରେ ଗୋଦ୍ରେଜ୍ ଗ୍ରୁପ ଶାମିଲ ହୋଇଛି l ଏହା ପୂର୍ବରୁ ଚନ୍ଦ୍ରଜାନ ୧ ଓ ୨ ରେ ମଧ୍ୟ ଗୋଦ୍ରେଜ୍ ଗ୍ରୁପ ଶାମିଲ ରହିଥିଲା l
ଗୋଦ୍ରେଜ୍ ଏରୋସ୍ପେସ ଛଡା ବିଭିନ୍ନ କମ୍ପାନୀ ଏହି ମିଶନ ରେ ଶାମିଲ ରହିଛନ୍ତି l ସୁରଟ ର ହିମସନ ଇଣ୍ଡଷ୍ଟ୍ରିୟଲ ସେରାମିକ , ଏହି କମ୍ପାନୀ ୩୦ ବର୍ଷ ହେଲାଣି ଇସ୍ରୋ ସହିତ ଜଡିତ l
IEC 2 years
Leave A Reply