ଇତିହାସ ରଚିଲା ଚନ୍ଦ୍ରଭାଗା ବୁଡ଼ , ବିନା ଭକ୍ତ ରେ ହେଲା ମାଘବୁଡ : ତୀର୍ଥ ପୁଷ୍କରିଣୀ ରେ ସ୍ନାନ ନକରି ପାରି ନିରାଶ ହୋଇ ଫେରିଲେ ଶ୍ରଦ୍ଧାଳୁ
କୋଣାର୍କ : ଚଳିତ ବର୍ଷ କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ପ୍ରସିଦ୍ଧ ପବିତ୍ର ମାଘ ବୁଡ଼ ବିନା ଭକ୍ତ ରେ ଶେଷ ହୋଇଛି । ପ୍ରତ୍ୟେକ ବର୍ଷ ଏହି ମାଘ ସପ୍ତମୀ ବୁଡ଼ କୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ତାହା ବନ୍ଦ ରହିଛି ।18 ତାରିଖ ଦିନ 11 ଟାରୁ ଆଜି ଦିନ 1ଟା ପର୍ଯ୍ୟନ୍ତ ୧୪୪ ଧାରା ଚନ୍ଦ୍ରଭାଗାରେ ଲାଗୁ କରାଯାଇଛି.ପ୍ରତିବର୍ଷ ଭଳି କୋଣାର୍କ ର ମାଧିପୂର ଗ୍ରାମର ଶ୍ରୀଶ୍ରୀ ତ୍ରିବେଣୀଶ୍ବର, କୁରୁଜଙ୍ଗ ଗ୍ରାମର ଶ୍ରୀ ଶ୍ରୀଦକ୍ଷିଣଶ୍ବର ଓ ସନ୍ଥ ପୁର ଗ୍ରାମର ଶ୍ରୀ ଶ୍ରୀ ଐଶାନଶ୍ବର ଙ୍କୁ ପ୍ରଥମେ ବିମାନ ବିଜେ କରାଯାଇ କୋଣାର୍କ NAC ପରିସରକୁ ଅଣାଯାଇଥିଲା. ପରେ ସେଠାରେ ପୂଜାର୍ଚନା ଓ ଭୋଗ ଲାଗି ପରେ ଗୁରୁବାର ରାତ୍ରି ୩ ଘ ଟା ରେ ସାଜସଜ୍ଜା ରେ ମେଳା ପଡିଆ କୁ ରୋଶଣି ରେ ଅଣାଯିବା ପରେ ରିତିନୀତି ଅନୁସାରେ ପୂଜା ଅର୍ଚ୍ଚନା ସରିବା ପରେ ମହାପ୍ରଭୁଙ୍କ ସେବକ ମାନେ ତିନି ଠାକୁର ଙ୍କୁ ରାତ୍ର ୪ଟା ରେ ପବିତ୍ର ତୀର୍ଥ ପୁଷ୍କରିଣୀରେ ମାହାସ୍ନାନ କରାଇଥିଲେ ।
ପରେ ଉପସ୍ଥିତ ସାଧୁସନ୍ଥମାନେ ତୀର୍ଥ ପୁଷ୍କରିଣୀରେ ସ୍ନାନ କରି ଆଳତି କରିବା ପରେ ପ୍ରଶାସନ ର ନିଷ୍ପତ୍ତି ମୁତାବକ ପ୍ରଶାସନ ଅଧିକାରୀ,ସ୍ଥାନିୟ ଗଣମାଧ୍ୟମ ପ୍ରତିନିଧି ଙ୍କ ସହ ମହାପ୍ରଭୁଙ୍କ ସେବକ ମାନେ ତୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୁର୍ଯ୍ୟ ଦର୍ଶନ କରିଥିଲେ । କିନ୍ତୁ ଚଳିତ ବର୍ଷ କରୋନା କଟକଣା ଯୋଗୁଁ ମାତ୍ର ୫ ଶହ ବ୍ୟକ୍ତି ବିଶେଷଙ୍କ ମଧ୍ୟରେ ଏହି ମାଘ ବୁଡ଼ କରା ଯିବାକୁ ନେଇ ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଅନ୍ୟପଟେ ପବିତ୍ର ମାଘ ବୁଡ଼ ପାଇଁ ପ୍ରତିବର୍ଷ ଦୂର ଦୁରାନ୍ତ ରୁ ଲକ୍ଷାଧିକ ଭକ୍ତ ଙ୍କ ସମାଗମ ହେଉଥିବା ବେଳେ ଚଳିତ ବର୍ଷ କୋଭିଡ କଟକଣା ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଙ୍କ ମନରେ କୁଠାର ଘାତ କରିଛି. ତୀର୍ଥ ପୁଷ୍କରିଣୀ ରେ ସ୍ନାନ ନକରି ପାରି କାହିଁ କେତେ ଦୂରରୁ ଆସୁଥିବା ଶ୍ରଦ୍ଧାଳୁ ଭାବ ବିହ୍ଵଳ ହୋଇ ଚନ୍ଦ୍ରଭାଗା ର ବାଲୁକା ରାଶି ରେ ସକାଳ ର ପହିଲି ସୂର୍ଯ୍ୟ ଙ୍କ ଉଦୟ କିରଣ କୁ ଆପେକ୍ଷା କରି ସୂର୍ଯ୍ୟ ପୂଜା ସହ ନିରାଶ ହୋଇ ଫେରିଥିବା ଦେଖିବାକୁ ମିଳିଛି. ସେପଟେ ସୂର୍ଯ୍ୟଦୟ ପରେ ତିନି ଠାକୁର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ରୁ ବାହାରି ଛୋଟା ବାବା ଆଶ୍ରମରେ ପହଁଚି ବିଶ୍ରାମ ନେଇ ଭୋଗ ଖାଇ ମନ୍ଦିର ଅଭିମୁଖେ ଯାତ୍ରା କରିଥିଲେ. ଏହି ପରିପ୍ରେକ୍ଷୀରେ ଶାମ୍ବ ଦଶମୀ ଦିନ ଅବଧୁତ ମଠ ରୁ ଚନ୍ଦ୍ରଭାଗା ଯାଇଥିବା ସୂର୍ଯ୍ୟ ରଥ ଆଜି କୋଣାର୍କ ଅବଧୁତ ମଠ କୁ 21 ଦିନ ପରେ ପ୍ରତ୍ୟାବର୍ତ୍ତନ କରିଛନ୍ତି.
Comments are closed.