ଚନ୍ଦ୍ରଭାଗା ସମୁଦ୍ରରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ବିପଦପୂର୍ଣ୍ଣ ସମୁଦ୍ର ସ୍ନାନ, ବିପଦରେ ପର୍ଯ୍ୟଟକଙ୍କ ଜୀବନ ହାନି ଆଶଙ୍କା : ଆବଶ୍ୟକ ଲାଇଫିଗାର୍ଡ ନିଯୁକ୍ତି ଦାବି ।
କୋଣାର୍କ-ରଜପର୍ବର ଦ୍ବିତୀୟ ଦିନରେ ନଷ ରଜ ସଂକ୍ରାନ୍ତି ଅବସରରେ ପର୍ଯ୍ୟଟନ କ୍ଷେତ୍ର କୋଣାର୍କ ଓ ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ସମୁଦ୍ର ତଟରେ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ମାନଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ପର୍ଯ୍ୟଟକ ମାନଙ୍କ ସୁରକ୍ଷିତ ଭ୍ରମଣ ଓ ପରିଦର୍ଶନରେ ଯେଭଳି ଭାବେ କୌଣସି ଆଞ୍ଚ ନ ଆସେ ସେଥିପାଇଁ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦିଆଯାଇଥାଏ । ପୋଲିସ, ଟୁରିଷ୍ଟ ପୋଲିସ ମାନଙ୍କ ସହିତ ପର୍ଯ୍ୟଟକଙ୍କ ସୁରକ୍ଷିତ ସମୁଦ୍ର ସ୍ନାନ୍ନ କରିବାପାଇଁ ପୁରୀ ଜିଲ୍ଲାରେ ବିଭିନ୍ନ ପର୍ଯ୍ୟଟନ ସ୍ଥଳିରେ ଥିବା ସମୁଦ୍ର କୂଳରେ ସମୁଦାୟ ୧୦୦ ରୁ ଉର୍ଦ୍ଧ ସ୍ୱତନ୍ତ୍ର ପ୍ରଶିକ୍ଷିତ ଲାଇଫିଗାର୍ଡ ମାନଙ୍କୁ ମୁତୟନ କରାଯାଇ ପର୍ଯ୍ୟଟକଙ୍କ ଦାୟିତ୍ଵ ନ୍ୟସ୍ତ କରାଯାଇଛି ।ସମୁଦ୍ର ସ୍ନାନ ସମୟରେ ସମୁଦ୍ର ଢେଉରେ ପଡି ପର୍ଯ୍ୟଟକ ମାନେ ବୁଡିଯାଉଥିଲା ବେଳେ ଏହି ଲାଇଫିଗାର୍ଡ ସେମାନଙ୍କୁ ଉଦ୍ଧାର କରିଥାନ୍ତି ।ବିଭିନ୍ନ ସମୟରେ ଏହି ଲାଇଫିଗାର୍ଡ ମାନେ ପୁରୀ,କୋଣାର୍କ, ଅସ୍ତରଙ୍ଗ ସମୁଦ୍ର ରେ ଭାସିଯାଉଥିବା ପର୍ଯ୍ୟଟକଙ୍କୁ ଉଦ୍ଧାର କରି ଅନେକ ମୂଲ୍ୟବାନ ଜୀବନ ବଞ୍ଚାଇବା ସହିତ ଅନେକ ସୁନାମ ଅର୍ଜନ କରିଛନ୍ତି ।ଯାହା ସମସ୍ତ ପର୍ଯ୍ୟଟକଙ୍କ ନିକଟରେ ଏହା ଖୁବ ଆଦୃତ ହୋଇଛି।ଜିଲ୍ଲା ପ୍ରଶାସନର ଏପରି ବ୍ୟବସ୍ଥାକୁ ନେଇ ସମଗ୍ର ଓଡ଼ିଶାର ପର୍ଯ୍ୟଟକଙ୍କ ସହିତ ଦେଶ ବିଦେଶ ପର୍ଯ୍ୟଟକଙ୍କ ଅମୂଲ୍ୟ ଜୀବନ ବଞ୍ଚାଇ ଅନେକ ପ୍ରଶଂସା ସାଉଁଟିଥିବା ବେଳେ ଏବେ ଏହାର ବିପରିତ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଓ ଅବହେଳା ଏବେ ରଜପର୍ବକୁ ନେଇ ହଜାର ହଜାର ପର୍ଯ୍ୟଟକଙ୍କ ସମୁଦ୍ର ସ୍ନାନ ବିପଦ ପୁର୍ଣ ହୋଇପଡ଼ିଛି ।କୋଣାର୍କ ଚନ୍ଦ୍ରଭଗା ସମୁଦ୍ର କୂଳରେ ପର୍ଯ୍ୟଟକ ହଜାର ହଜାର ସଂଖ୍ୟାରେ ଗାଧୋଉଥିବା ବେଳେ ଏତେ ପର୍ଯ୍ୟଟକଙ୍କୁ ଗାଧୋଇବା ବେଳେ ବିପଦ ସମୟରେ ଉଦ୍ଧାର କରିବାପାଇଁ ପର୍ଯ୍ୟାପ୍ତ ଲାଇଫିଗାର୍ଡ ନଥିବା ଓ ଆଶ୍ଚର୍ଯ୍ୟର କଥା ଏତେ ପର୍ଯ୍ୟଟକ ଙ୍କୁ ମାତ୍ର ପୂର୍ବାହ୍ଣ ରେ ୩ ଜଣ ଲାଈଫିଗାର୍ଡ ଦାୟିତ୍ବ ନିର୍ବାହ କରୁଥିବା ବେଳେ ଅପରାହ୍ନରେ ମାତ୍ର ୨ ଜଣ ସମୁଦାୟ ୫ ଜଣ ଲାଇଫିଗାର୍ଡ ଚନ୍ଦ୍ରଭଗା ସମୁଦ୍ର କୂଳରେ କାର୍ଯ୍ୟରତ ରହିଥିବା ଦେଖିବାକୁ ମିଳିଛି । ୧ କିଲୋମିଟରରୁ ଉର୍ଦ୍ଧ୍ବ ସମୁଦ୍ର ତଟ ଅଂଚଳରେ ପର୍ଯ୍ୟଟକ ଅତି ବିପଦ ପୁର୍ଣ ଭାବେ ବିନା ଲାଇଫିଗାର୍ଡରେ ସମୁଦ୍ରରେ ଗାଧୋଉଥିବା ଦେଖାଯାଈଛି । ଚନ୍ଦ୍ରଭଗା ସମୁଦ୍ରରେ ପର୍ଯ୍ୟଟକ ଙ୍କ ଅସୁରକ୍ଷିତ ଗାଧୋଇବାକୁ ନେଇ ଏକ ବିରାଟ ବିପଦର ସୂତ୍ରପାତ କରିବା ନେଇ ପର୍ଯ୍ୟଟନ ପ୍ରେମୀ ମହଲରେ ଆଶଙ୍କା ପ୍ରକାଶ ପାଇଛି । ପର୍ଯ୍ୟଟକଙ୍କ ଜୀବନକୁ ସୁରକ୍ଷିତ କରିବା ନିମନ୍ତେ ଜିଲ୍ଲା ପ୍ରସାଶନ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ ପୂର୍ବକ ପର୍ଯ୍ୟଟକ ମାନଙ୍କୁ ସୁରକ୍ଷା ଦେବା ପାଇଁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ୧୫ ଜଣ ଲାଇଫିଗାର୍ଡ ନିଯୁକ୍ତି ଦେବାକୁ ପର୍ଯ୍ୟଟନ ପ୍ରେମୀ ମହଲରେ ପୁରୀ ଜିଲ୍ଲାପାଳଙ୍କୁ ଅନୁରୋଧ କରାଯାଇଛି ।