Odisha news

ଚଣ୍ଡିଖୋଲ କୋର୍ଟର ୧୫ତମ ପ୍ରତିଷ୍ଠା ଉତ୍ସବ : ଗାନ୍ଧୀଦର୍ଶନ ଓ ମଧୂଶୁଦନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଜଷ୍ଟିସ ପୂଜାହାରୀଙ୍କ ଆହ୍ୱନ

0
ଚଣ୍ଡିଖୋଲ,୬/୧୨(ସବ୍ୟୁ) ଯାଜପୁର ଜିଲ୍ଲାର ଚଣ୍ଡିଖୋଲ କୋର୍ଟର ୧୫ତମ ପ୍ରତିଷ୍ଠା ଦିବସ ଉତ୍ସବ।ସୋମବାର ଦିନ ଉଦଘାଟିତ ହୋଇଯାଇଛି! ତିନିଦିନଧରି ଚାଲିବାକୁଥିବା ଏହି ଉତ୍ସବରେ ଓଡିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ ଶତୃଘ୍ନ ପୂଜାହାରୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉତ୍ସବକୁ ଉଦଘାଟନ କରିଥିଲେ ! ଏହି ଅବସରରେ ଜଷ୍ଟିସ ଶ୍ରୀ ପୂଜାହାରୀ ଜାତିରପିତା ମହାତ୍ମାଗାନ୍ଧୀ ଓ କୂଳବୃଦ୍ଧ ମଧୁଶୁଦନ ଦାସ ଆମ ସମସ୍ତଙ୍କ ପାଇଁ ନମସ୍ୟ ଓ ପ୍ରେରଣାର ଉତ୍ସବୋଲି ଅବିହିତ କରି ଗାନ୍ଧୀ ଦର୍ଶନ ଓ ମଧୁବାବୁଙ୍କ ଆଦର୍ଶରେ ପ୍ରତ୍ୟେକ ଆଇନଜୀବୀ ଅନୁପ୍ରାଣିତ ହୋଇ ନିଜର ସେବା ସମ୍ପୂର୍ଣ୍ଣ କରିବାକୁ  ଆଇନଜୀବୀ ମାନଙ୍କୁ ଆହ୍ୱାନ ଦେଇଥିଲେ! ଏବେ ଆମେ ସମସ୍ତେ ଅବକ୍ଷୟମୁଖି ବ୍ୟବସ୍ଥା ଦେଇ ଗତିକରୁଛେ, ଯାହାର ପରିଣତି ଆଗକୁ ଭୟାବହ ହେବବୋଲି ସେ ଆଶାବ୍ୟକ୍ତ କରିବା ସହ ଗାନ୍ଧିଜୀଙ୍କ ଦର୍ଶନ ଓ ଅହିଂସା ମାର୍ଗ ଆମକୁ ସୁପଥଗାମୀ କରାଇ ପାରିବ ବୋଲି କହିଥିଲେ !
ବାର ସଭାପତି ଦେବରାଜ ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ବାର ସମ୍ପାଦକ ପ୍ରକାଶକୁମାର ଦାଶ ବିବରଣୀ ପାଠକରି କୋର୍ଟ ଏବଂ ବାରର ଉନ୍ନତି ପାଇଁ ବିଭିନ୍ନ ଦାବି ଉପସ୍ଥାପନ କରିଥିଲେ ! ଏହି ଉତ୍ସବରେ ଯାଜପୁର ଜିଲ୍ଲା ତଥା ଦୌରା ଜର୍ଜ ଶ୍ରୀକାନ୍ତ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ! କିଶୋର ନାୟକ ସ୍ୱାଗତ ଭାଷଣ,ରେଣୁବାଳା ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲାବେଳେ ଶ୍ରୀକାନ୍ତ ବଳ ଧନ୍ୟବାଦ ଦେଇଥିଲେ! ଉତ୍ସବରେ ଚଣ୍ଡିଖୋଲ ସବ ଜର୍ଜ ବିଷ୍ଣୁପ୍ରସାଦ ମିଶ୍ର, ସିଭିଲ ଜର୍ଜ ସୌମ୍ୟରଞ୍ଜନ ପୃଷ୍ଟି, ସିଭିଲ ଜର୍ଜ ତସଲିମା ଦାସ ପ୍ରମୁଖ ଉପସ୍ଥିତ ଥିଲେ! ଏହି କୋର୍ଟ ପ୍ରତିଷ୍ଠାରେ ଅବଦାନ ଥିବା ବରିଷ୍ଠ ଆଇନଜୀବୀ ଶରତ ଚନ୍ଦ୍ର ବଳ,ପ୍ରଫୁଲ ପଣ୍ଡା, ଅମୂଲ୍ୟ ତ୍ରିପାଠୀ, ଆଶିଷକୁମାର ମହାପାତ୍ର,ରେଣୁବାଳା ମହାନ୍ତି, ପ୍ରେମାନନ୍ଦ ବେହେରା,ପବିତ୍ର କୁମାର କର,ମହନଚରଣ ମହନ୍ତ,ବୃନ୍ଦାବନ କର ପ୍ରମୁଖ ୧୩ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା!ମଙ୍ଗଳବାର ଦିନ ଉତ୍ସବର ଦ୍ୱିତୀୟ ଦିନରେ ଗନ୍ଧୀକଥା ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହେବ !
Leave A Reply