Odisha news

ଭଡା କମ ହେବାରୁ ମହିଳାଙ୍କ ଶବକୁ ଡ୍ରାଇଭର ଆମ୍ବୁଲାନ୍ସରୁ ଫୋପାଡ଼ି ଦେବା ଘଟଣା ପରେ ୬ ମାସର କୁନିପୁଅ ବେସାହାରା

0

ଚଣ୍ଡିଖୋଲ,୨୦/୫ :  ଭଡାଟଙ୍କା ନମିଳିବାରୁ ଆମ୍ବୁଲାନ୍ସ ଡ୍ରାଇଭର କଟକ ମେଡିକାଲରୁ ଆଣିଥିବା ଜଣେ ମହିଳାଙ୍କ ଶବକୁ ଗତ ୧୦ ତାରିଖରେ ଅଧାବାଟରେ ରାସ୍ତା କଡରେ ଫିଙ୍ଗିଦେଇ ଚାଲିଯିବା ଘଟଣା ଯେତିକି ହୃଦୟ ବିଦାରକ ହୋଇଥିଲା ଏବେ ତା’ ଠାରୁ ଆହୁରି ଅଧିକ ଦୁଖ ଦେଉଛି ମୃତା ମହିଳା ଛାଡି ଯାଇଥିବା ତାଙ୍କ ୫ ମାସର କୁନି ପୁଅଟିର ବେସାହାରାପଣ ଓ ଭରଣ ପୋଷଣକୁ ନେଇ! ବଡଚଣା ବ୍ଳକ ଛତିଆ ଚଟିଘର ନିକଟ ଅମରାବତୀ ପାଟଣା ଟାଙ୍ଗର ଉପର ସାହିରେ ବସବାସ କରୁଥିବା ମାୟାଧର ମହାନ୍ତି ଓ ତାଙ୍କ ରୋଗୀଣା ସ୍ତ୍ରୀ ଗତ ଦୁଇବର୍ଷ ତଳେ ଝିଅ ଛବିରାଣୀକୁ  ବାହା ଦେଇଥିଲେ ଢେଙ୍କାନାଳ ଭୁବନ ଅଞ୍ଚଳର ହେମନ୍ତ ମିଶ୍ରଙ୍କୁ! ଝିଅର ଗୋଟିଏ ପୁଅ ହେବାପରେ ସେ ହଠାତ ରୋଗାକ୍ରାନ୍ତ ହୋଇପଡିବାରୁ ବାପାଘରକୁ ଆସି ଚିକିତ୍ସିତ ହେଉଥିଲେ!ଛବିରାଣୀର ଦେହ ଅଧିକ ଖରାପ ହେବାରୁ ତାକୁ କଟକ ବଡ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା! ହେଲେ ଗତ ୯ ତାରିଖରେ ତାର ସେଠାରେ ମୃତ୍ୟୁ ହୋଇଯାଇଥିଲା! ସ୍ୱାମୀ ହେମନ୍ତ ଏକ ଆମ୍ବୁଲାନ୍ସରେ ଛବିରାଣୀର ଶବକୁ ୧୦ ତାରିଖରେ ଆଣୁଥିଲା ବେଳେ ଅଧାବାଟରେ ଆମ୍ବୁଲାନ୍ସ ଡ୍ରାଇଭର ଭଡାଟଙ୍କା ମାଗିଥିଲା! ଅଭାବି ହେମନ୍ତ ପାଖରେ ପୁରା ଭଡାଟଙ୍କା ନଥିବାରୁ ସେ ଆମ୍ବୁଲାନ୍ସ ଡ୍ରାଇଭରକୁ ପାଖରେଥିବା ତିନି ହଜାର ଟଙ୍କା ଦେଇଥିଲା! ହେଲେ ପୁରା ଭଡାଟଙ୍କା ନମିଳିବାରୁ ଆମ୍ବୁଲାନ୍ସ ଡ୍ରାଇଭର ମାନବିକତା ଭୁଲିଯାଇ ଛତିଆ ନିକଟ ଜାତୀୟ ରାଜପଥ କଡରେ ଛବିରାଣୀର ଶବକୁ ଫିଙ୍ଗିଦେ ଚାଲିଯାଇଥିଲା! ଏହି ଅଭାବନୀୟ ଘଟଣା ବେସ ହୃଦୟ ବିଦାରକ ହୋଇଥିଲା!ହେଲେ ଏହି ଘଟଣା ଠାରୁ ଏବେ ଆହୁରି ଅଧିକ ଦୁଖ ଦାୟକ ହୋଇଛି ଛବିରାଣୀ ଛାଡିଯାଇଥିବା ତାର ୫ ମାସର ଶିଶୁ ପୁତ୍ରର ଅବସ୍ଥାକୁ ନେଇ! ଛବିରାଣୀର ମୃତ୍ୟୁ ପରେ ଏବେ ଶିଶୁଟି ସମ୍ପୂର୍ଣ୍ଣ ବେସାହାରା ହୋଇପଡିଛି! ଦିନ ମଜୁରିଆ ଅଜା ଓ ରୋଗ ସଜ୍ୟାରେ ପଡି ରହିଥିବା ଆଇ ପାଖରେ ଶିଶୁଟି ଅତି।ଦୟନୀୟ ଅବସ୍ଥାରେ ରହିଛି! ନିଜର ସମ୍ବଳ ନଥିବାରୁ ଅଜା ଆଇ ଶିଶୁଟିର ଉପଯୁକ୍ତ ଲାଳନ ପାଳନ ସହ ତାକୁ ସଠିକ ଭାବେ ଖାଇବାକୁ ଦେଇପାରୁ ନାହାନ୍ତି!ବୃଦ୍ଧ ଅଜା ଆଇର ଖଣ୍ଡିଆ କୁଡିଆରେ ଅବୋଧ ଶିଶୁଟି ଅତି ଦୟନୀୟ ଭାବେ ପଡିରହିଛି!ଛବିରାଣୀର ମୃତ୍ୟୁ ପରେ ଶିଶୁଟିର ବାପା ହେମନ୍ତ ମଧ୍ୟ ମୁଲଲାଗି ଯିବା ବାହାନାରେ ବାହାରକୁ ଚାଲିଯାଇ ଆଉ ଏଠାକୁ ଫେରୁ ନାହିଁ ! ଏପରି ସ୍ଥିତିରେ ନିଜ ରକ୍ଷଣ ଅସମ୍ଭାଳ ହେତୁ ବୁଢା ଓ ଅକର୍ମଣ୍ୟ ଅଜା ଆଇ ନାତିର ଭରଣ ପୋଷଣ ନେଇ ଦୁଖରେ ଭାଙ୍ଗିପଡିଛନ୍ତି!ଏଥିନେଇ ଜିଲ୍ଲାପାଳ ଓ ଜିଲ୍ଲା ଶିଶୁ ଶୁରକ୍ଷା ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି!

Nalco
Leave A Reply