ଚଣ୍ଡିଖୋଲ: ଯାଜପୁର ଜିଲା ଧର୍ମଶାଳା ତଥା ଚଣ୍ଡିଖୋଲ ଅଞ୍ଚଳର ବିଶିଷ୍ଟ ଆଧ୍ୟାତ୍ମିକ ପଣ୍ଡିତ ତଥା ଉକ୍ରଳ ସାମ୍ବାଦିକ ସଂଘ ରାଜ୍ୟ ସାଧାରଣ ସଂପାଦକ ବେଣୁଧର ପଣ୍ଡାଙ୍କ ପିତା ପଣ୍ଡିତ ବାବାଜୀ ଚରଣ ପଣ୍ଡା ଓ ମାତା ରତ୍ନମଣୀ ଦେବୀଙ୍କ ଦ୍ୱାଦଶାହ ଉପଲକ୍ଷେ ତାଙ୍କ ଗୋଡ଼ିପାଟିଆ ସ୍ଥିତ ବାସ ଭବନରେ ଏକ ସ୍ମ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ରଳ ସାମ୍ବାଦିକ ସଂଘ ରାଜ୍ୟ ସଭାପତି ଜିମୁତ ମଙ୍ଗରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଚାରଣ ସଭାକୁ ବରିଷ୍ଠ ସାମ୍ବାଦିକ ମହେଶ୍ୱର ବଳ, ଅଭିମନ୍ୟୁ ଧଳ ଓ ପ୍ରମୋଦ କୁମାର ଜେନା ସଂଚାଳନ କରିଥିଲେ ।
ଏଥରେ ପ୍ରାକ୍ତନ ମନ୍ତ୍ରୀ ତଥା ସାଂସଦ ପ୍ରସନ୍ନ ପାଟଶାଣୀ, ପା୍ରକ୍ତନ ମନ୍ତ୍ରୀ ତଥା ବିଧାୟକ ଅମର ପ୍ରସାଦ ଶତପଥି ଯୋଗ ଦେଇ ପଣ୍ଡିତ ବାବାଜୀ ଚରଣ ଓ ତାଙ୍କ ଧର୍ମପତ୍ନୀ ରତ୍ନମଣୀଙ୍କ ମଧ୍ୟରେ ଚିରନ୍ତନ ପ୍ରେମ ଓ ଆଧ୍ୟାତ୍ମିକ ବନ୍ଧନ ଦୃଢ ଥିବାରୁ ଉଭୟେ ୭ଦିନ ମଧ୍ୟରେ ଇହଧାମ ତ୍ୟାଗ କରିଥିବା ଅବତାରଣ କରିଥିଲେ । ଏହି ସ୍ମୃତି ସଭାରେ ବରିଷ୍ଟ କଂଗ୍ରେସ ନେତା, ପୂର୍ବତନ ବିଧାୟକ କାଙ୍ଗାଳି ଚରଣ ପଣ୍ଡା, ବିଶିଷ୍ଟ କମ୍ୟୁନିଷ୍ଟ ନେତା ମାୟାଧର ନାୟକ, ବିଜେପି ରାଜ୍ୟ ପ୍ରବକ୍ତା ଅମର ନାୟକ, କଂଗ୍ରେସ ନେତା ଶ୍ରୀନାଥ ମିଶ୍ର, କିଶାନ ପଣ୍ଡା, ବିଜେପି ନେତୀ୍ର ସିମନ୍ତିନୀ ଜେନା, ଯାଜପୁର ଜିଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଧର୍ମଶାଳା ତହସିଲ ଦାର ସରୋଜ କୁମାର ପଣ୍ହା, ପୋଲିସ ଅଧିକାରୀ ସୁଶାନ୍ତ କୁମାର ଦାସ, ଦୀପକ କୁମାର ଜେନା, ବରିଷ୍ଟ ନାଗରିକ ମଞ୍ଚ ସଭାପତି ଶେଷ ଦେବ ନାୟକ, ବରିଷ୍ଟ ତଥା ନିଦେ୍ର୍ଦଶିକା ସୁନତୀ ମୁଣ୍ଡ, କୈଳାସ ଚନ୍ଦ୍ର ନାୟକ, ଆନନ୍ଦ ଚନ୍ଦ୍ର ସାହୁ, ରଶ୍ମିରଂଜନ ମିଶ୍ର, ରାଜକିଶୋର ସ୍ୱାଇଁ, ବିନାୟକ ମିଶ୍ର, ପ୍ରଭାକର ଶିରୋମଣୀ, ରାମେଶ୍ୱର ଶତପଥୀ, ଲଲାଟେନ୍ଦୁ ଶତପଥି, ବିଶ୍ୱଜିତ ନାୟକ, ନିଗମାନନ୍ଦ ମହାନ୍ତି,
ହାରାଧନ ବାନାର୍ଜି, ଶରତଚନ୍ଦ୍ର ପୋଥାଳ, ରମାକାନ୍ତ ଜେନା, ପ୍ରଦୀପ୍ତ କୁମାର ପୃଷ୍ଟି, ଭକ୍ତଚରଣ ସାହୁ, ଚଣ୍ଡିଖୋଲ ପ୍ରେସ କ୍ଲବ ସଭାପତି ପ୍ରଦୀପ କୁମାର ପରିଡ଼ା, ଧର୍ମଶାଳା ପ୍ରେସ କ୍ଲବ ସଭାପତ ିଇିନ୍ଦ୍ରମଣୀ ନାୟକ, ଚଣ୍ଡିଖୋଲ ବସ ମାଲିକ ସଂଘ ସଭାପତି ଦିଲିପ କୁମାର ଚୌଧୁରୀ, ଟ୍ରକ ମାଲିକ ସଂଘ ସଭାପତି ସନ୍ତୋଷ କୁମାର ରାଉତ, ଯୁବ ସମାଜସେବୀ ଦୀପକ ମିଶ୍ର, ପୁଷ୍ପରାଜ ନାୟକ, ହୋଲି ଜେସସ ସ୍କୁଲ ଅଧକ୍ଷା କାମିନୀ ନାୟକ, ବରିଷ୍ଟ ସାମ୍ବାଦିକ ପ୍ରଦୀପ ମହାପାତ୍ର, ନିରାକାର ଦଳେଇ, ବିଶ୍ୱନାଥ ପଣ୍ଡା, କୈଳାସ ଚନ୍ଦ୍ର ରାଉତ, ମନ୍ମଥ କୁମାର ମହାପାତ୍ର, ଚଣ୍ଡିଖୋଲ ବଣିକ ସଂଘ ସଭାପତି କ୍ଷୀରୋଦ ଚନ୍ଦ୍ର ମାହାଲା, ଯୁବ ନେତା ସଂଜୟ ସ୍ୱାଇ, ସଂଜୟ କୁମାର ରାୟଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି, ସାମ୍ବାଦିକ ଓ ପ୍ରଶାସକ ମାନେ ସଭାରେ ଯୋଗ ଦେଇ ସ୍ମୃତି ଚାରଣ କରିଥିଲେ ।