Odisha news

ଅରୁଣଦେବୀ ମେମୋରିଆଲ କ୍ରିକେଟ : ବ୍ୟାସଦେବ କ୍ଳବ ଚମ୍ପିୟାନ

0

ଚଣ୍ଡିଖୋଲ,୧୬/୦୧(ସବ୍ୟୁ)ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ବୃନ୍ଦାଦେଇପୁର ମହାଲକ୍ଷ୍ମୀ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆରେ ଚାଲିଥିବା ଅରୁଣଦେବୀ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି!ଫାଇନାଲ ମ୍ୟାଚରେ ଯୋଡାବରର ବ୍ୟାସଦେବ କ୍ରିକେଟ କ୍ଳବ ଚଳିତ ବର୍ଷର ଚମ୍ପିୟାନ ଟ୍ରଫି ଅର୍ଜନ କରିଛି ! ଫାଇନାଲ ଖେଳ ବ୍ୟାସଦେବ କ୍ଳବ ଓ ନେଳିବାରୀର ଏମ ସି ସି କ୍ରିକେଟ କ୍ଳବ ମଧ୍ୟରେ ଅନୁଷ୍ଠିତ ହୋଇଥିଲା! ଟସଜିତି ବ୍ୟାସଦେବ କ୍ଳବ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଖେଳରୁ ୧୮.୩ ଓଭର ଖେଳି ସମସ୍ତ ଉଇକେଟ ବିନିମୟରେ ୧୪୪ ରନ ସଗ୍ରହ କରିଥିଲା ! ଏହାର ଜବାବରେ ଏମ ସି ସି କ୍ଳବ ବ୍ୟାଟିଂ ଆରମ୍ଭ କରି ସଙ୍ଘର୍ଷ ପୂର୍ଣ୍ଣ ଖେଳ ପ୍ରଦର୍ଶନ କରିଥିଲା! ତେବେ ଏହିଦଳ ନିର୍ଧାରିତ ୨୦ ଓଭର ଖେଳରେ ୬ ଉଇକେଟ ହରାଇ ୧୩୮ରନ କରିବକୁ ସକ୍ଷମ ହୋଇଥିଲେ! ଖେଳ ଶେଷରେ ପ୍ରଭାତକୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା! ଏଥିରେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ବରାଳ,ରାମଚନ୍ଦ୍ର ନନ୍ଦ,ପଦ୍ମନାଭ ଶତପଥୀ, ଦୀପକ ଦାସ,ତ୍ରିଲୋଚନ ବେହେରା,ପ୍ରଦୀପ ଶତପଥୀ,ମାଧବାନନ୍ଦ ସାହୁ,ଶଳୋଜ ସାହୁ  ପ୍ରମୁଖ ଅତିଥି ଭାବେ ଯୋଗଦେଇ ଟ୍ରଫି ପ୍ରଦାନ କରିଥିଲେ ! ଉତ୍ତମ ଖେଳ ପ୍ରଦର୍ଶନ କରିଥିବାରୁ ନେଳିବାରୀ ଦଳର ଉତ୍ତମ ସାମନ୍ତରାୟଙ୍କୁ ମ୍ୟାନ ଅଫ ଦି ସିରୀଜ ଓ ଯୋଡାବର ଦଳର ପ୍ରିତମ ସିଂଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରଷ୍କାର ପ୍ରଦାନ କରାଯାଇଥିଲା! ଫାଇନାଲ ମ୍ୟାଚକୁ ପ୍ରଭାକର ଭୂୟାଁ ଓ  ତ୍ରିଲୋଚନ ଦାସ ପରିଚାଳନା କରିଥିଲେ! ଶେଷରେ ନିର୍ମାଲ୍ୟକୁମାର ପ୍ରଧାନ ଧନ୍ୟବାଦ ଦେଇଥିଲେ

Leave A Reply

Your email address will not be published.