Odisha news

ଏସ ସି ଏସଟି ସଂଗଠନର ଜିଲ୍ଲାସ୍ତରୀୟ ବିଶାଳ ଜନ ସମାବେଶ ପାଇଁ ବୈଠକ

0
ଚଣ୍ଡିଖୋଲ :  ଯାଜପୁରରେ ଏସ ସି ଏସଟି ସଂଙ୍ଗଠନର ଜିଲ୍ଲାସ୍ତରୀୟ ଏକ ବିଶାଳ ଜନ ସମାବେଶ ନିମନ୍ତେ ମିଳିତ ମୂଳନୀବାସୀ ଯୁନାଇଟେଡ଼ ଫୋରମ ଓ ଏହାର ସହଯୋଗୀ ସଂଗଠନ ଗୁଡିକ ପକ୍ଷରୁ ଗୁରୁବାର ଦିନ ସ୍ଥାନୀୟ ଆମ୍ବେଦକର ଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା! “ଆସ ଆମେ ଏକ ହେବା ଅଭିଯାନ “ନାମରେ ଏହି କାର୍ଯ୍ୟକ୍ରମ ଜାରକା ସ୍ଥିତ ମହୋତ୍ସବ ପଡିଆରେ ଆଗାମୀ ମାସରେ ଆୟୋଜନ ହେବାକୁ ସ୍ଥିର କରାଯାଇଛି! ଜିଲ୍ଲାରେ ୬୨ ଗୋଟି ଶିଳ୍ପାନୁଷ୍ଠାନ ଥାଇ ମଧ୍ୟ ଏସସି ଏସଟି ମାନଙ୍କୁ ସେଥିରେ ନିଯୁକ୍ତି ମିଳୁନାହିଁ, ସରକାରୀ ନିଯୁକ୍ତିରେ ଓଆରଭି ଆକ୍ଟ ଅନୁସାରେ ସଂଖ୍ୟାନୁପାତିକ ସଂରକ୍ଷଣ ଲାଗୁ କରାଯାଉନାହିଁ ! ଚାକିରୀ ପଦୋ ନ୍ନୋତିରେ ସଂରକ୍ଷଣ ଲାଗୁରେ ଚଞ୍ଚକତା କରି ଯୋଗ୍ୟତା ଭିତ୍ତିକ କରାଯାଉଛି ! ଯାଜପୁର ଜିଲ୍ଲାରେ ୫୦ ହଜାର ଆଦିବାସୀ ଦଳିତ ଭୂମିହୀନଙ୍କୁ ଜମିପଟ୍ଟା ଓ ବାସହରାଙ୍କୁ ଘର ଦିଆଯାଉନାହିଁ.! ଜାତିଗତ ନିର୍ଯ୍ୟାତନା ବୃଦ୍ଧି ପାଉଥିବା ବେଳେ ରାଜ୍ୟରେ ଏକ ଜାତୀୟ ଅନୁସୂଚିତ ଜାତି କାର୍ଯ୍ୟାଳୟ ନାହିଁ ! ଏପରିକି ବେସରକାରୀ ଉଦ୍ୟୋଗ ଠିକା ସଂସ୍ଥା, ଠିକା ଏଜେନ୍ସି ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଚୁକ୍ତି ଭିତିକ ନିଯୁକ୍ତିରେ ସଂରକ୍ଷଣ ଦିଆଯାଉନାହିଁ !ଯାଜପୁର ଜିଲ୍ଲାର ଧର୍ମଶାଳା ଅଞ୍ଚଳରେ ଖଣି ପାଣି ସବୁ ଲୁଟ ହେଉଥିବା ବେଳେ ଏସିଏସଟି ମାନେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତିl! ଏହିସବୁ ପ୍ରସଙ୍ଗରେ ଆଲୋଚନା ଓ ନିସ୍କର୍ଷ ବାହାର କରିବା ପାଇଁ ଛଅଟି ଜୋନର ବୈଠକ କରାଯାଇ ପାଞ୍ଚ ହଜାର ଏସସି ଏସଟି ଓବିସି ସଂଖ୍ୟାଲଘୁ ନେତୃମଣ୍ଡଳୀଙ୍କୁ ଏହି ବୈଠକରେ ଏକାଠି କରି ଅଧିକାର ହାସଲ ନିମନ୍ତେ କାର୍ଯ୍ୟପନ୍ଥାସ୍ତିର ହେବ ବୋଲି ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ ହୋଇଥିଲା! ଆର୍ତ୍ତତ୍ରାଣ ମଲ୍ଲିକଙ୍କ ସଂଯୋଜନାରେ ଅନୁଷ୍ଠିତ ଆଜିର ବୈଠକରେ ମୂଳନୀବାସୀ ୟୁନାଇଟେଡ଼ ଫୋରମ ରାଜ୍ୟ କାର୍ଯ୍ୟକାରୀ ଅଧ୍ୟକ୍ଷ ମନୋରଞ୍ଜନ ଜେନା, ସମାଜସେବୀ ଶରତ ନାୟକ , ମହିଳା ସଭାନେତ୍ରୀ ସୁପ୍ରଭା ମଲ୍ଲିକ ଆମ୍ବେଦକର ଫାଉଣ୍ଡେସନର ସଭାପତି ସୁରେନ୍ଦ୍ର ମଲ୍ଲିକ, ଉପଦେଷ୍ଟା କାର୍ତ୍ତିକ ମଲ୍ଲିକ, ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଯୁଗ୍ମ ସମ୍ପାଦକ ଦୁଷ୍ମନ୍ତ କୁମାର ଜେନା, ଉପଦେଷ୍ଟା ରସାନନ୍ଦ ମଲ୍ଲିକ,ସମ୍ପାଦକ ଅଭିମନ୍ୟୁ ମଲ୍ଲିକ,ଗୋବିନ୍ଦ ମଲ୍ଲିକ, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଆକୁଳାନନ୍ଦ ଜେନାମଣି,ଶଙ୍କର୍ଷଣ ମଲ୍ଲିକ,ପ୍ରହ୍ଲାଦ ମଲ୍ଲିକ, ଚିତ୍ରସେନ ମଲ୍ଲିକ, ପୃଥ୍ୱୀରାଜ ମଲ୍ଲିକ, ଶ୍ରୀଧର ବେହେରା,ପ୍ରଦୀପ ମଲ୍ଲିକ, ପ୍ରତାପ ଦାସ ପ୍ରମୁଖ ଯୋଗଦେଇଥିଲେ!

Leave A Reply