ଚଣ୍ଡିଖୋଲ ୨୭/୮ : ଯାଜପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ପକ୍ଷରୁ ମଙ୍ଗଳବାର ଦିନ ବଡଚଣା ବ୍ଳକରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଆୟୋଜିତ ହୋଇଥିଲା! ଦକ୍ଷତା ବିକାଶ ସଭା ଗୃହରେ ଅନୁଷ୍ଟିତ ଏହି ଶିବିରରେ ଯାଜପୁରର ନୂତନ ଜିଲ୍ଲାପାଳ ପି, ଅନ୍ୱେଷା ରେଡ୍ଡୀ ଅଧ୍ୟକ୍ଷତା କରିଥିଲେ ! ନ୍ୟାୟିକ ବ୍ୟବସ୍ଥାରେ ଲୋକମାନଙ୍କ ଅଧିକାରକୁ ପ୍ରାଧାନ୍ୟ ଦେବା ଏବଂ ସେମାନଙ୍କର ଅଭିଯୋଗର ତ୍ୱରିତ ସମାଧାନ କରିବା ଶିବିରର ଆଭିମୁଖ୍ୟ ବୋଲି ଜିଲ୍ଲାପାଳ ଶ୍ରୀମତୀ ରେଡ୍ଡୀ କହିଥିଲ ! ଏହି ଶିବିରରେ ଆବାସ ଯୋଜନା, ଚିକିତ୍ସା ସହାୟତା, ଜଳ ଯୋଗାଣ ସମ୍ବନ୍ଧୀୟ ଅଧିକ ଅଭିଯୋଗ ମିଳିଥିଲା ବେଳେ ମୋଟ ୧୪୬ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା ! ସେଥି ମଧ୍ୟରୁ ୭୨ଟି ବ୍ୟକ୍ତିଗତ,୨ଟି ସାମୁହିକ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଓ ରେଡକ୍ରସ ସହାୟତା ପାଇଁ ୩୬ଟି ଅଭିଯୋଗ ରହିଥିଲା! ଏହି ୩୬ଟି ଅଭିଯୋଗର ତତ୍କlଳ ସମାଧାନ କରାଯାଇଥିବା ବେଳେ ଅବଶିଷ୍ଟ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ଜିଲ୍ଲାପାଳ, ନିର୍ଦ୍ଦେଶ ଦେଇଥିଲେ ! ଏହି ଶିବିରରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନିତ୍ ଅଗ୍ରୱାଲ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶୋକକୁମାର ବେହୁରିଆ,ଉପ ପଜିଲ୍ଲାପାଳ ଅଂଶୁମାନ ଶତପଥି, ପଂଚାୟତ ସମିତି ଅଧ୍ୟକ୍ଷା ମିନତୀ ସେନାପତି, ଏଡିଏମ୍ ଶୁଭେନ୍ଦୁ ସାମଲ , ବିଡିଓ ରବିନ୍ଦ୍ର ପ୍ରଧାନ, ସହକାରୀ ଜିଲ୍ଲାପାଳ, ନିବେଦିତା ପ୍ରଧାନଙ୍କ ସମେତ, ଜିଲ୍ଲା ଓ ବ୍ଲକ୍ ସ୍ତରୀୟ ପ୍ରଶାସନିକ ଅଧିକାରୀମାନଜ ଉପସ୍ଥିତ ଥିଲେ