ଚଣ୍ଡିଖୋଲ : ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା ! ଭାଇ ଭଉଣୀର ଅତୁଟ ସ୍ନେହଁ ଓ ଶ୍ରଦ୍ଧାର ପର୍ବ ଭାବେ ଏହା ସର୍ବତ୍ର ପାଳନ ହେବ! ଭଉଣୀ ହାତରୁ ରାକ୍ଷୀ ପିନ୍ଧିବା ପାଇଁ ବହୁ ଦୂରରେ ଥିବା ଭାଇମାନେ ଏହି ଦିନରେ ଧାଇଁ ଆସନ୍ତି ନିଜ ଘର ଓ ପରିବାର ପାଖକୁ! ଏବେ ଏହି ଉତ୍ସବ ପାଇଁ ସବୁଠି ପ୍ରସ୍ତୂତି ଚାଲିଥିଲା ବେଳେ ଭଉଣୀ ମାନେ ଦୂରରେ ଥିବା ନିଜ ଭାଇ ମାନଙ୍କ ପାଖକୁ ରାକ୍ଷୀ ପଠାଇବା କାମ ଆରମ୍ଭ କରି ଦେଲେଣି!ଏହି ପରିପ୍ରେକ୍ଷୀରେ ଦେଶର ସୁରକ୍ଷା ପାଇଁ ନିଜ ପରିବାର ଛାଡି ଘରଠାରୁ ହଜାର ହଜାର କିଲୋମିଟ ଦୂରରେ ରହି ଦିନରାତି ସୀମା ସୁରକ୍ଷାରେ ନିୟୋଜିତ ଥିବା ବୀର ଯବାନ ମାନଙ୍କ ପାଇଁ ରାକ୍ଷୀ ପଠାଇଛନ୍ତି ଯାଜପୁର ଜିଲ୍ଲା ବଡଚଣା ବ୍ଳକର ଧାନମଣ୍ଡଳ ସ୍ଥିତ ହୋଲିଯେସସ୍ ସ୍କୁଲର ଛାତ୍ରଛାତ୍ରୀ ମାନେ!ବୀର ଯବାନଙ୍କୁ ନିଜର ବଡଭାଇ ଭାବେ ଅବିହିତ କରି ଛାତ୍ରଛାତ୍ରୀ ମାନେ ସେମାନଙ୍କ ପାଖକୁ ରାକ୍ଷୀ ପଠାଇ ତାହାକୁ ଆଗାମୀ ରାକ୍ଷୀ ପୂର୍ଣ୍ଣିମା ଦିନ ନିଜ ନିଜ ହାତରେ ବାନ୍ଧିବାକୁ ଅନୁରୋଧ କରିଛନ୍ତି! ଏସଇୟୁପିଡବ୍ଳୁ କ୍ଳାସରେ ଅନ୍ୟ ଶାରୀରିକ କାର୍ଯ୍ୟ କରିବା ପରିବର୍ତ୍ତେ ସ୍କୁଲର ଅଧ୍ୟକ୍ଷା ଶୁଶ୍ରୀ କାମିନୀ ନାୟକଙ୍କ ଠାରୁ ପ୍ରେରଣା ପାଇ ଛାତ୍ରଛାତ୍ରୀ ମାନେ ଅତି ଆନନ୍ଦର ସହ ନିଜ ହାତରେ ଗତ କିଛିଦିନ ହେବ ଏହି ରାକ୍ଷୀ ତିଆରିକରି କାର୍ଯ୍ୟ ଆରମ୍ଭ କରିଥିଲେ! ଗୁରୁବାର ଦିନ ବିଭିନ୍ନ ପ୍ରକାରର ପାଞ୍ଚଶହରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରସ୍ତୁତ ହୋଇଯିବା ପରେ ତାହାକୁ ଅତି ଯତ୍ନର ସହ ସ୍ୱତନ୍ତ୍ର ପ୍ୟାକେଟରେ ଯଉମୁଦ ଦିଆ ପ୍ୟାକିଂ କରାଯାଇଥିଲା! ପରେ ଧାନମଣ୍ଡଳ ସ୍ଥିତ ଡାକଘରୁ ସ୍ପିଡି ପୋଷ୍ଟ ଯୋଗେ ଏହି ରାକ୍ଷୀ ପ୍ୟାକେଟକୁ ସେନା ମୁଖ୍ୟାଳୟକୂ ପଠାଯାଇଥିଲା! ସୀମା ସୁରକ୍ଷାରେ ନିୟୋଜିତ ଯବାନ ମାନେ ବହୁ ଦୂରରେ ଥିବାରୁ ଘରକୁ ଆସି ନିଜ ଭଉଣୀ ଠାରୁ ରାକ୍ଷୀ ବାନ୍ଧିବା ସମ୍ଭବ ନୁହେଁ! ତେଣୁ ଭାଇ ଭଉଣୀଙ୍କ ଏହି ପବିତ୍ର ଉତ୍ସବରେ ବୀର ଯବାନ ମାନଙ୍କ ପାଖକୁ ଆମେ ସମ୍ମାନର ସହ ଏହି ରାକ୍ଷୀ ପଠାଇ ସେମାନଙ୍କ ସର୍ବ କୂଶଳ କାମନା କରୁଛୁ ବୋଲି ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି!ତେବେ ଛାତ୍ରଛାତ୍ରୀ ମାନଙ୍କ ଏହି ନିଆରା କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟି ହୋଇଛି!
