Odisha news

ସୂଚନା ଅଧିକାର ତଥ୍ୟ କହୁଛି : ଗ୍ରାମଉନ୍ନୟନ ବିଭାଗରେ ଟେଣ୍ଡେର ପ୍ରକ୍ରିୟାରେ ବ୍ୟାପକ ଜାଲିଆତି , କୋଟି କୋଟି ଟଙ୍କା ହରିଲୁଟ

0

ଚଣ୍ଡିଖୋଲ ୨୦/୦୯ (Benudhar Panda) ଯାଜପୁର ଜିଲ୍ଲାର ଜାରକା ଗ୍ରାମ ଉନ୍ନୟନ ଡିଭିଜନ ଅଧିନ ଚଣ୍ଡିଖୋଲ ଓ ଧର୍ମଶାଳା ସବଡିଭିଜନ ରେ ଟେଣ୍ଡେର ପ୍ରକ୍ରିୟାରେ ବ୍ୟାପକ ହେରଫେର କରାଯାଇ କୋଟି କୋଟି ଟଙ୍କା ଲୁଟପାଟ ହୋଇଥିବା ସୂଚନାଅଧିକାର ଆଇନ ବଳ ରେ ଜଣାପଡିଛି ।ବିଶେଷକରି ମହାମାରୀ କରୋନା ସମୟରେ ଏହି ଲୁଟପାଟ ହୋଇଥିବା ଜଣାପଡିଛି । ଠିକ ଏହି ସମୟକୁ ଅନୁକୂଳ ମନେକରି ଏହି ଦସ୍ୱବ ସବଡିଭିଜନ ର ଯନ୍ତ୍ରୀ ଙ୍କ ଦ୍ୱାରା ଗୋଟିଏ ଗୋଟିଏ ରାସ୍ତାରେ ସାତ ରୁ ପନ୍ଦର ଦିନ ମଧ୍ୟରେ ଏକାଧିକ ରିଚ ଜରିଆ ରେ କୋଟି କୋଟି ଟଙ୍କାର ବିଲ ପ୍ରଦାନ କରାଯାଇଛି ।

ଅନଲାଇନ ଟେଣ୍ଡେର ନ ଡାକି ଅଫଲାଇନ ଟେଣ୍ଡେର କରି ଠିକାଦାର ଙ୍କ ସହ ଭାଗିଦାରୀ ସାଜିବା , ଗୋଟିଏ ରାସ୍ତା ର କାର୍ୟ୍ୟ ଚାଲୁରହିଥିଲେ ସୁଦ୍ଧା ସେହି ରାସ୍ତା ରେ ଆହୁରୀ କାମ ପାଇଁ ଟେଣ୍ଡେର ଆହ୍ବନ କରିବା, ମାତ୍ର ସାତ ଦିନମଧ୍ୟରେ ଲକ୍ଷ ଲକ୍ଷ ଟଙ୍କାର କାର୍ୟ୍ୟ ଶେଷ କରିବା ପାଇଁ ସମୟ ଧାର୍ୟ୍ୟ କରିବା , ଗୋଟିଏ ଠିକାଦାର ଙ୍କ ନାମରେ ଗୁପ୍ତଟେଣ୍ଡେର ଜରିଆରେ ଏକାଧିକ କାମ ଦେବା ଏହିପରି ବହୁ ଅନିୟମିତତା ଯାହାକି ଟେଣ୍ଡେର ପ୍ରକ୍ରିୟାର ଆଇନି ବାହାରେ ।ଯଥା ପଲାଇ ଭରତପୁର ରାସ୍ତା ର କାମ ଚାଲୁରହିଥିବାବେଳେ ସେହି ରାସ୍ତା ରେ ଆହୁରି୪ ଥର ଟେଣ୍ଡେର କରାଯାଇଥିଲା ।ପ୍ରଥମେ ୧୭.୦୨.୨୦୨୦ ତାରିଖରେ ତ୍ରିଲୋଚନ ମହାନ୍ତିଙ୍କ ନାମରେ ୨ ଲକ୍ଷ ୨୧ ହଜାର ୩୫୩ ଟଙ୍କାର କାମ ଦିଆଯାଇଥିଲା । କାମ ଶେଷ କରିବା ତାରିଖ ଥିଲା ୧୬.୦୩.୨୦ ।

ଏହି କାମ ଚାଲୁ ଥିଲାବେଳେ ପୁଣି ଦ୍ୱିତୀୟ ଥର ମାତ୍ର ଦଶ ଦିନ ମଧ୍ୟରେ ୨୭.୦୨.୨୦ତାରିଖରେ ସେହି ରାସ୍ତାରେ ମୀନକେତନ ସ୍ୱାଇଁ ନାମକ ଠିକାଦାରଙ୍କୁ ୪ ଲକ୍ଷ ୮୬ ହଜାର ୯୪୯ ଟଙ୍କା ର କାମ ଦିଆଗଲା ।ଏହି କାମ ୩୧.୦୩.୨୦ ତାରିଖରେ ସରିବା କଥା ।ପୁଣି ତ୍ରୁୟୀୟ ଥର ଏହି ରାସ୍ତା ରେ ୦୩.୦୩.୨୦୨୦ତାରିଖରେ ମାତ୍ର ସାତ ଦିନ ମଧ୍ୟରେ ତ୍ରିଲୋଚନ ମହାନ୍ତି ଙ୍କ ନାମରେ ୪ ଲକ୍ଷ ୩୭ ହଜାର ୯୮୫ ଟଙ୍କାର କାମ ଦିଆଗଲା ।ଏହି କାମ ସରିବା ତାରିଖ ଥିଲା ସେହି ୩୧.୦୩.୨୦୨୦ ପୁଣି ଚତୁର୍ଥ ଥର ୨୩.୦୩.୨୦୨୦ତାରିଖରେ ସେହି ରାସ୍ତାରେ ସେହି ତ୍ରିଲୋଚନ ମହାନ୍ତିଙ୍କ ନାମରେ ୪ ଲକ୍ଷ ୨୭ ହଜାର ୬୧୨,ଟଙ୍କାର କାମ ଦିଆଗଲା ।

କାମ ସାରିବାର ଶେଷ ତାରିଖ ସେହି ୩୧.୦୩.୨୦୨୦ଥିଲା । ଏଥିରୁ ସହଜରେ ଅନୁମାନ କାରିହେଉଛି କିପରି ଗୋଟିଏ ରାସ୍ତାକୁ ଛୋଟ ଛୋଟ ଟେଣ୍ଡେର କରି ଟଙ୍କା ହଡପ କରିଛନ୍ତି ।ଏଠାରେ ପ୍ରଶ୍ନ ଉଠେ କଣ କାମ କରିବାର ମାତ୍ର ୭ ଦିନ ୧୦ ଦିନ ମଧ୍ୟରେ ରାସ୍ତା ଟି ନଷ୍ଟ ହୋଇଯାଇଥିଲା ଯେ ପୁଣି ଟେଣ୍ଡେର ଡକାଗଲା । ଯଦି ସେ ରାସ୍ତାର କାମ ଆବଶ୍ୟକ ଥିଲା କାହିଁକି ଏକା ଥରେ ଅନଲାଇନ ମାଧ୍ୟମରେ ଗୋଟିଏ ଟେଣ୍ଡେର ଡକାଗଲା ନାହିଁ ? ସେହିପରି ଆପ୍ରୋଜେ ରୋଡ ଅମରାବତୀ ଟୁରିଷ୍ଟ ପ୍ଲେସ ୧୯ ଲକ୍ଷ ୫୨ ହଜାର ୧୩୮ ଟଙ୍କାର ଟେଣ୍ଡେର ଡକା ଯାଇଥିଲା ଏହାକୁ ଠିକାଦାର ପରଶ ରାମ ମଲ୍ଲିକ ନେଇ କାମ କରିଥିଲେ। କାମ୩୧.୧୦.୨୦୧୯,ଆରମ୍ଭ ହୋଇ ୦୨.୦୩.୨୦୨୦ତାରିଖରେ ସାରିବା ପାଇଁ ସମୟ ଧାର୍ୟ୍ୟ କରାଯାଇଥିଲା ।

ଏବଂ ଯେଉଁ ଦିନ ଏହି କାମ ସରିଲା ସେହି ୦୨.୦୩.୨୦୨୦, ତାରିଖରେ ଏହି ରାସ୍ତା ଉପରେ ଆଉ ଦୁଇଟି କାମ ଦିଆଗଲା ଶତ୍ରୁଘନ ସାମଲ ଙ୍କ ନାମ ରେ ୩ ଲକ୍ଷ ୯୫ ହଜାର ୨୭୯ଟଙ୍କା ଓ ଲିପିକା ମହାନ୍ତି ଙ୍କ ନାମରେ ୧ ଲକ୍ଷ ୭୬ ହଜାର ୯୭୮,ଟଙ୍କାର ଏଠି ମଧ୍ୟ ସେହି ପ୍ରଶ୍ନ ।କଣ ଟେଣ୍ଡର କାମ ସରିବା ଦିନ ହିଁ ସେହି ରାସ୍ତା ଟି କାମ ମାଗିଲା ,ଯଦି କାମ ରାସ୍ତା ରେ ଦରକାର ଥିଲା ତାହେଲେ କାହିଁକି ଗୋଟିଏ ଅନଲାଇନ ଟେଣ୍ଡେର କରାଗଲାନାହିଁ ।ପ୍ରକୃତରେ ରାସ୍ତା ରେ କାମ କରାଗଲା ନା ସେହି ଟଙ୍କା ହରିଲୁଟ କରି ପକେଟ ରେ ପୁରାଇ ମିଛରେ କାଗଜ କଲମରେ ଦେଖାଯାଉଛି ।ଉଦୟନଗର କଦମପାଳ ରାସ୍ତା ଉପରେ ୫ ଥର ଏହିପରି କରାଯାଇଛି। ଚଣ୍ଡୀଖୋଲ ସବ ଡିଭିଜନରେ ଯେତେ ଗୁଡିଏ ରାସ୍ତା ଅଛି ସବୁ ରାସ୍ତା ରେ ଏହିପରି ୪ ଥର ୫ଥର ଛୋଟ ଛୋଟ ଟେଣ୍ଡେର ଜରିଆରେ ଟଙ୍କା ହରିଲୁଟ ହୋଇଛି ।

ସେହିପରି ୨୦୧୯/୨୦ରେ ଜାରକା ଡିଭିଜନର ଆସିଥିବା ଡି ଟାଇପ କ୍ୱାଟର, ଇ ଟାଇପ କ୍ୱାଟର ,ଏଫ ଟାଇପ କ୍ୱାଟର, ଧର୍ମଶାଳା ପୋଲିସ ଥାନା,ଆଇଆଇସି କ୍ୱାଟର,ଓଆସି କ୍ୱାଟର, ଏସ ଆଇ କ୍ୱାଟର, ଅଫିସ କ୍ୱାଟର, ଧର୍ମଶାଳା ରେଜେଷ୍ଟ୍ରି ଅଫିସ,ଜେନାପୁର ପିଏଚସି ,ପୋଲିସ କ୍ୱାଟର , ଜାରକା ଡିବିଜନରେ ଯେତେ କ୍ୱାଟର ଟେଣ୍ଡେର ହେଲା ।କିପରି ୩ ଜଣ ଠିକାଦାର ଏହି କାମ ପାଇଲେ ।ଜାରକା ରେ ଏତେ ଗୁଡାଏ କଣ୍ଟ୍ରାକ୍ଟର ଥାଉଁ ଥାଉଁ କିପରି ଅଫଲାଇନ ଟେଣ୍ଡେର କରି ସୁଦର୍ଶନ ବେହେରା , ଅନନ୍ତ କିଶୋର ସାହୁ, ପାର୍ଥ ସାରଥୀ ପାଢ଼ୀଙ୍କୁ ପ୍ରାୟ ୨୦ଟି କାମ ଦିଆଯାଇଥିଲା ।

ଯାହାର ମୂଲ୍ୟ ୫୦ଲକ୍ଷରୁ ଉର୍ଦ୍ଧ୍ବ ହେବ ।ସବୁ କାମ ୨୯.୦୨.୨୦୨୦ ଆରମ୍ବ ହୋଇ ୨୮.୦୩.୨୦୨୦ ଶେଷ ହେବାପାଇଁ ସମୟ ଧାର୍ୟ୍ୟ କରାଯାଇଥିଲା ।ଏଠି ପ୍ରଶ୍ନ ଉଠେ ଏହି ତିନି ଜଣ କିପରି ସମସ୍ତ ବିଲଡିଙ୍ଗ କାମ ପାଇଲେ ।ପ୍ରକୃତ ଟେଣ୍ଡେର ହୋଇଛି ନା ଖାଲି ମିଛରେ ।ଯଦି ଟେଣ୍ଡେର ଡକାଯାଇଥାନ୍ତା ।ତାହେଲେ ଅନ୍ୟ କଣ୍ଟ୍ରାକ୍ଟରମାନେ ଏହି ଟେଣ୍ଡେର ରେ ଭାଗ ନେଇ ଥାନ୍ତେ । କଣ କାହାରି କାମ ନ ହୋଇ ଏହି ତିନିଜଣ ଙ୍କର ସବୁ ବିଲଡିଂଙ୍ଗ କାମ ହୋଇଗଲା । ଏହା ତଦନ୍ତ ସାପେକ୍ଷ ।ଯଦି ଗ୍ରାମ୍ୟ ଉନ୍ନୟନ ବିଭାଗର କମିଶନର ନିଜେ ଏହାର ତଦନ୍ତ କରିବେ ତାହେଲେ ଏହାର ପ୍ରକୁତ ସତ୍ୟାସତ ପ୍ରକାଶ ପାଇବ ବୋଲି ସାଧାରଣ ରେ ଦାବି ହୋଇଛି ।

Nalco
Leave A Reply