Odisha news

ଧର୍ମଶାଳାରେ ବଢି ଚାଲିଣି ରାଜନୈତିକ ହିଂସା : ରାତିରେ ଟଙ୍କାବଣ୍ଟା ଅଭିଯୋଗରେ ଜିଲ୍ଲା ପରିଷଦ ସଭ୍ୟାଙ୍କ ସ୍ୱାମୀ ଅଟକ,ଗାଡି ଭଙ୍ଗାରୁଜା,୪ ଗିରଫ,ଜିଲ୍ଲା ପରିଷଦ ଘରରେଡ

0
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏବେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି! ଯାହାକୁ ନେଇ ଭୟମୁକ୍ତ, ଅବାଧ ଓ ନିରପେକ୍ଷ ଭୋଟଦାନ ନେଇ ସାଧାରଣ ଭୋଟରଙ୍କ ମନରେ ସନ୍ଦେହ ସୃଷ୍ଟି ହେବାରେ ଲାଗିଛି! ସୋମବାର ଦିନ ଧର୍ମଶାଳା ନିର୍ବାଚନ ମଣ୍ଡଳୀର ପଶ୍ଚିମାଞ୍ଚଳର ପାଖର ଓ ସଁପାରୁ ପଞ୍ଚାୟତରେ ଦୁଇଟି ବଡଧରଣର ରାଜନୈତିକ ହିଂସାକାଣ୍ଡ ଘଟି ବହୁ ଗାଡିମଟର ଭଙ୍ଗାରୁଜା ହେବାସହ ଏକାଧିକ ଆହତ ହୋଇଛନ୍ତି! ପ୍ରଥମ ଘଟଣା ପାଖର ପଞ୍ଚାୟତରେ ବିଧାୟକଙ୍କ ଶୋଭାଯାତ୍ରା ଚାଲିଥିଲା ବେଳେ ଏକ ସ୍କୋର୍ପିଓ ହଠାତ ରାଲି ମଧ୍ୟକୁ ମାଡିଯାଇଥିଲା! ଏଥିରେ ତିନିଜଣ ଆହତ ହୋଇଥିଲାବେଳେ ଜଣଙ୍କ ଗୋଡ ଭାଙ୍ଗିଯାଇଥିଲା ଓ ଚାରିଟି ବାଇକ ଭାଙ୍ଗିଯାଇଥିଲା! ଏହି ଘଟଣାରେ ସ୍କୋର୍ପିଓ ଚାଳକ ଫେରାର ଥିଲାବେଳେ ଦୁର୍ଘଟଣା ପରବର୍ତ୍ତୀ ହିଂସାରେ ଜଡିତ ୪ ଜଣ ଅଭିଯୁକ୍ତଙ୍କୁ ଧର୍ମଶାଳା ପୋଲିସ ଗିରଫ କରିଛି! ସେହିପରି ଏହି ଘଟଣାର ୩/୪ ଘଣ୍ଟାପରେ ଉକ୍ତ ନିର୍ବାଚନ ମଣ୍ଡଳୀର ସଁପାରୁ ପଞ୍ଚାୟତର କାଦୁଅମାଗୁରା ଗ୍ରାମରେ ଅନ୍ୟ ଏକ ହିଂସାକାଣ୍ଡ ଘଟିଥିଲା! ସ୍ଥାନୀୟ ୧୨ ନମ୍ବର ଯୋନର ଜିଲ୍ଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କାଙ୍କ ସ୍ୱାମୀ କପିଳ ଲେଙ୍କା ଏକ ବୋଲେରୋ କ୍ୟାମ୍ପର (ଓଡି ୦୪ଇୟ୍ଯୁ ୨୦୬୬) ରେ ବନ୍ଧୁକ ଓ ଠେଙ୍ଗାବାଡି ରଖି ଗାଁକୁ ଯାଇ ଟଙ୍କା ବାଣ୍ଟୁଥିବା ଅଭିଯୋଗ କରି ଗ୍ରାମବାସୀମାନେ ତାଙ୍କୁ ଅଟକରଖି ତାଙ୍କ ଗାଡି ଯାଞ୍ଚ କରିବାକୁ ପୋଲିସ ଓ ପ୍ରଶାସନ ନିକଟରେ ଦାବି କରିଥିଲେ! ତେବେ ଉପସ୍ତିତ ପୋଲିସ ଗାଡିଯାଞ୍ଚରେ ଟାଳଟୁଳ ନିତି ଅବଲମ୍ବନ କରିବାରୁ ଶ୍ରୀ ଲେଙ୍କାଙ୍କ ବହୁ ସମର୍ଥକ ଘଟଣା ସ୍ଥଳରେ ପହଞ୍ଚି ତାଙ୍କୁ ଛଡାଇ ନେଇଥିଲେ! ପୋଲିସ ଉପସ୍ଥିତିରେ ଅଟକଥିବା ଶ୍ରୀ ଲେଙ୍କାଙ୍କୁ ସଂଦିଗ୍ନଧ ବ୍ୟକ୍ତିମାନେ ଛଡାଇନେବା ବେଳେ ଗ୍ରାମବାସୀ ଓ ସେମାନଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା! ଏଥିରେ ଏକାଧିକ ଗ୍ରାମବାସୀଙ୍କ ସହ ଦୁଇଜଣ ପୋଲିସ ସାମାନ୍ୟ ଆହତ ହୋଇଥିଲେ! ପରେ ଉତ୍ୟକ୍ତ ଲୋକେ ତିନୋଟି ପୋଲିସ ଗାଡି ସହିତ ଶ୍ରୀ ଲେଙ୍କାଙ୍କୁ ଛଡାଇ ଆଣିବାକୁ ଯାଇଥିବା ସଂଦିଗ୍ନଧ ମାନଙ୍କର ତିନିଟି ଗାଡିକୁ ଭଙ୍ଗାରୁଜା କରିଥିବା ଦେଖାଯାଇଛି! ଏହି ଘଟଣାପରେ ବଡଚଣା ଥାନା ପୋଲିସ ବିଭିନ୍ନ ଦଫାରେ ମାମଲା ରୁଜୁକରି ୪ଜଣ ଗ୍ରାବାସୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି! ଅପରପକ୍ଷରେ ଅଭିଯୁକ୍ତ ଜିଲ୍ଲା ପରିଷଦ ସଭ୍ୟଙ୍କ ସ୍ୱାମୀ କପିଳ ଲେଙ୍କା ଓ ତାଙ୍କ ଗାଡି ଚାଳକଙ୍କୁ ଗିରଫ କରିବା ପାଇଁ ତାଙ୍କ ଜାରକା ସ୍ଥିତ ବାସଭବନରେ ରେଡ କରିଥିଲେ! ତେବେ ପୋଲିସ ରେଡର ଆଗୁଆ ଖବର ପାଇ କପିଳ ଫେରାର ହୋଇଯାଇଥିଲା ବେଳେ ତାଙ୍କ ଗାଡି ଡ୍ରାଇଭରକୁ ପୋଲିସ କାବୁ କରିଥିବା ଜଣାପଡ଼ିଛି! ଏହି ଦୁଇ ଘଟଣା ପୂର୍ବରୁ ପାଖର ପଞ୍ଚାୟତରେ ମଧ୍ୟ ପୋଷ୍ଟର ମାରିବାକୁ ନେଇ ରକ୍ତାକ୍ତ ଗଣ୍ଡଗୋଳ ଘଟିଥିଲା! ଯାହାକୁ ନେଇ ସମଗ୍ର ଅଞ୍ଚଳର ଭୋଟରମାନେ ଭୟଭିତ ହୋଇପଡିଛନ୍ତି! ଜିଲ୍ଲା ପ୍ରଶାସନ ଓ ନିର୍ବାଚନ କମିଶନରଙ୍କ ପକ୍ଷରୁ ଏଥିନେଇ ଆଶୁ ପଦକ୍ଷେପ ଗ୍ରହଣ କରାଯିବା ସହ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ଭୋଟଦାନ ପାଇଁ ସୁଯୋଗ ସୃଷ୍ଟି କରିବାକୁ ସାଧାରଣରେ ଦାବି ହୋଇଛି!
Ad2
Leave A Reply