ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଦ୍ୱିତୀୟ ନଗଡା ଭାବେ ପରିଚିତ ଧର୍ମଶାଳା ବ୍ଳକର ଅଞ୍ଜିରା ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ଗାଁ ବୁରୁସାହି! ଏହି ଗାଁରେ ବସବାସ କରୁଥିବା ସମସ୍ତ ପରିବାର ଆଦିମ ଜନଜାତି ଆଦିବାସୀ ସମ୍ପ୍ରଦାୟର! ୫୩ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରୁ ମାତ୍ର ଦେଢ କିମି ମଧ୍ୟରେ ଏହି ଗାଁ ଟି ରହିଥିଲେ ମଧ୍ୟ।ଦୀପତଳ ଅନ୍ଧାର ପରି ଏଠିକାର ଲୋକେ ସଭ୍ୟତାରୁ ବହୁ ଦୂରରେ ରହିଆସିଛନ୍ତି! ଗାଁ ରେ ବସବାସ କରୁଥିବା ଲୋକମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦେବାରେ ସ୍ଥାନୀୟ ତଥା ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି!ଏହି ଗାଁରେ ପାନୀୟ ଜଳ, ବିଜୁଳୀ ଆଲୁଆ,ସ୍କୁଲ ପରି କୌଣସି ସୁବିଧା ଓ ଭିତିଭୂମି ନଥିଲା ବେଳେ ସବୁଦିନିଆ ରାସ୍ତା ଖଣ୍ଡେ ମଧ୍ୟ ନାହିଁ! ଗାଁ ରେ ଜଳ ଉତ୍ସ ନଥିବାରୁ ଚଳୀତ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକେ ପାଣି ଟୋପାଏ ନପାଇ ଡହଳ ବିକଳ ହେଉଥିବା ଦେଖାଯାଉଛି! ବାରମ୍ବାର ଅବଗତ କରାଯିବା ପରେ ମଧ୍ୟ ପ୍ରଶାସନ ଏଠାର ଆଦିବାସୀ ଲୋକଙ୍କ ଜଳକଷ୍ଟ ଦୂର କରିବାକୁ କୌଣସି ବ୍ୟବସ୍ତା ଗ୍ରହଣ କରିନାହାନ୍ତି! ଏପରି ସ୍ଥଳେ ସ୍ଥାନୀୟ ବଳରାମପୁର ସ୍ଥିତ ସାମାଜିକ ଅନୁଷ୍ଠାନ ଆମ ଆଶ୍ରମ ପକ୍ଷରୁ କେତେକ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି ଆଦିବାସୀ ଗ୍ରାମରେ ଏକ କୂଅ ଖନନ କରାଯାଇ ସବୁଦିନ ପାଇଁ ଲୋକମାନଙ୍କ ଜଳକଷ୍ଟ ଦୂର କରିବାକୁ ସାଧୁ ଉଦ୍ୟମ କରାଯାଇଛି!କୂଅ ଖୋଳାପରେ ସେଥିରୁ ଖୁବଭଲ ପାଣି ବାହାରିବା ପରେ ସବୁ ଗ୍ରାମବାସୀ ଏବେ ବେସ ଖୁସି ହୋଇଛନ୍ତି!ଆମ ଆଶ୍ରମ ସଂଯୋଜକ ମନୋଜକୁମାର ଧୀରଙ୍କ ପ୍ରଚେଷ୍ଟାରେ ମିଶନ ଜଳ ହିଁ ଜୀବନ ନାମରେ ନୂତନ କୁଅକୁ ରବିବାର ଦିନ ଆମ ଆଶ୍ରମର ଉପଦେଷ୍ଟା ବିକ୍ରମକୁମାର ଦାସ ଓ ତାଙ୍କ ସହଧର୍ମିଣୀ ପୁଷ୍ପୱତା ଦାସ ପ୍ରତିଷ୍ଠା କରିଥିଲେ! ପ୍ରତିଷ୍ଠା କାର୍ଯ୍ୟ ସମ୍ପନ୍ନ ପରେ ଏହି କୂଅକୁ ଗ୍ରାମବାସୀଙ୍କୁ ଉତ୍ସର୍ଗ କରାଯାଇଥିଲା! କୂଅରୁ ପାନୀୟ ଜଳ ପାଇବା ପରେ ଗ୍ରାମବାସୀ ବେସ ଖୁସି ମନାଇଥିବା ଦେଖାଯାଉଛି!
