ସତ୍ୟପାଠ ଖୋଲିଲା ଗୁମର : ବିଜେଡି ପ୍ରାର୍ଥନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାଁରେ ୮ଟି ତୃଟି, ତାଙ୍କ ନାମରେ ରହିଛି ୫ଟି ଫୌଜଦାରୀ ମାମଲା
""ସ୍କୁଲ ସାର୍ଟିଫିକେଟ, ବ୍ୟାଙ୍କ, ଆଧାର , ପ୍ୟାନ,ଏଲଆଇସି ପଲିସି ସବୁଥିରେ ରହିଛି ଅଲଗା ଅଲଗା ନାମ""
ଚଣ୍ଡିଖୋଲ,୧୩/୦୫ : ଚଳିତ ସାଧାରଣ ନିର୍ବାଚନରେ ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥ ହୋଇଥିବା ବର୍ଷା ପ୍ରିୟଦର୍ଶିନୀଙ୍କ ନାମରେ ୮ଟି ତୃଟି ରହିଥିଲା ବେଳେ ଭିନ୍ନ ଦସ୍ତାବୀଜରେ ଭିନ୍ନ ଭିନ୍ନ ନାମଥିବା ଜଣାପଡିଛି !ଏଥିସହ ତାଙ୍କ ନାମରେ ୫ଟି ଫୌଜଦାରୀ ମାମଲା ସହିତ ଅନ୍ୟ କେତେକ କେଶ କୋର୍ଟରେ ବିଚାରାଧୀନ ଥିବା ମଧ୍ୟ ଜଣାପଡିଛି! ବଡଚଣା ବିଧାନସଭା କ୍ଷେତ୍ର ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବେ ସେ ଗତ ୧୦ ତାରିଖ ଦିନ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି! ନାମାଙ୍କନ ପତ୍ର ଦାଖଲ ସମୟରେ ସେ ତା’ସହ ଦେଇଥିବା ସତ୍ୟ ପାଠରୁ ଏହି ତଥ୍ୟ ହସ୍ତଗତ ହୋଇଛି! ଏପରିକି ତାଙ୍କର ଅତି ଦରକାରୀ କାଗଜପତ୍ର ଓ ସ୍କୁଲ ସାର୍ଟିଫିକେଟରେ ମଧ୍ୟ ତାଙ୍କ ବାପା ଓ ମା’ଙ୍କ ତୃଟିଯୁକ୍ତ ନାମ ରହିଥିବା ସେ ସତ୍ୟପାଠରେ ସ୍ୱକାର କରିଛନ୍ତି! ବର୍ଷା ଦାଖଲ କରିଥିବା ସତ୍ୟପାଠରେ ଦର୍ଶାଇଛନ୍ତି ଯେ,ଭୁଲବସତ ବା ଲିଖନ ସମୟରେ ତୃଟି ଯୋଗୁଁ ତାଙ୍କ ମାଟ୍ରିକ ସାର୍ଟିଫିକେଟ, ପାନକାର୍ଡ, ଆଧାର,ମ୍ୟୁଟୁଆଲ ଫଣ୍ଡ ସାର୍ଟିଫିକେଟ,ଏଲାଇସି ବଣ୍ଡ,ବ୍ୟାଙ୍କ ପାସବୁକ ଠାରୁ ଆରମ୍ଭକରି ଅନ୍ୟାନ୍ୟ ଦସ୍ତାବୀଜରେ ତାଙ୍କର ନାମ ଲିଖନରେ ତୃଟି ରହିଥିବା ଯୋଗୁଁ ସମସ୍ତ ଦସ୍ତାବୀଜରେ ଭିନ୍ନ ଭିନ୍ନ ନାମ ରହିଥିବା ସେ ପ୍ରଦତ ସତ୍ୟପାଠରେ ବର୍ଣ୍ଣନା କରି ସମସ୍ତ ନାମ ତାଙ୍କର ଓ ସେ ଜଣେ ବ୍ୟକ୍ତି ବୋଲି ସ୍ୱକାରୋକ୍ତି କରିଛନ୍ତି!ସେହିପରି ତାଙ୍କ ନାମରେ କଟକ ପୁରିଘାଟ ଥାନାରେ ୩ଟି,ନୂଆଦିଲ୍ଲୀ ନର୍ଥ ଆଭିନ୍ୟୁ ଥାନା ଓ ଭୁବନେଶ୍ୱର ସହିଦ ନଗର ଥାନାରେ ଗୋଟି ଲେଖା ଏପରି ମୋଟ ୫ଟି ଫୌଜଦାରୀ ମାମଲା ରହିଥିଲା ବେଳେ ଦିଲ୍ଲୀ ପାଟିଆଲା ହାଉସ କୋର୍ଟ ଅତିରିକ୍ତ ସେସନ ଜର୍ଜ ଭୁବନେଶ୍ୱର ଜେଏମଏଫସି ଓ କଟକ ଏସଡିଜିଏମଙ୍କ ଇଜିଲାସରେ ମାମଲା ବିଚାରାଧୀନ ଥିବା ଜଣାପଡିଛି! ନାମରେ ତୃଟିଯୋଗୁ ବର୍ଷାଙ୍କର କୌଣସି ଦସ୍ତାବୀଜ କା ସହିତ ମେଳ ହେଉନଥିବା ଜଣା ପଡିଛି! ଏବେ ତାଙ୍କ ନାମରେ ଏପରି ତୃଟି ସହିତ ବିଭିନ୍ନ ଦସ୍ତାବୀଜରେ ଭିନ୍ନ ଭିନ୍ନ ନାମ ରହିଥିଲେ ସୁଦ୍ଧା ସେ ତାହାକୁ ଦୀର୍ଘ ଦିନହେବ କାହିଁକି ସଂଶୋଧନ କରିନଥିଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ! ଫଳରେ ଏହାକୁ ନେଇ ବଡଚଣାର ରାଜନୈତିକ ମହଲ ଓ ବିରୋଧୀ ଶିବିରରେ ମଧ୍ୟ ଚର୍ଚ୍ଚା ଯୋର ଧରିଛି!
