ଚଣ୍ଡିଖୋଲ : ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଯାଜପୁର ଜିଲ୍ଲା ବଡଚଣା ନିର୍ବାଚନ ମଣ୍ଡଳୀର ତିନି ପ୍ରମୁଖ ଦଳ ବିଜେଡି,ବିଜେପି ଓ କଂଗ୍ରେସର ଦଳୀୟ ପ୍ରାର୍ଥୀମାନେ ସେମାନଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି! ଶୁକ୍ରବାର ସକାଳୁ ପ୍ରଥମେ ବିଜେପି ପ୍ରାର୍ଥୀ ଅମର ନାୟକ ଓ ବିଜେଡି ପ୍ରାର୍ଥୀନୀ ବର୍ଷା ପ୍ରିୟଦର୍ଶିନୀ ନିଜ ନିଜର ସମର୍ଥକ ଓ କର୍ମୀଙ୍କ ଗହଣରେ ଯାଇ ଚଣ୍ଡିଖୋଲର ପ୍ରଶିଦ୍ଧ ପଞ୍ଚକ୍ଷେତ୍ର ମହାବିନାୟକ ଦେବ ଜିୟୁଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା କରିଥିଲେ! ପରେ ପରେ ଉଭୟେ ବିରାଟ ଶୋଭାଯାତ୍ରାରେ ମହାବିନାୟକ ପୀଠରୁ ବାହାରି ଯାଜପୁର ଯାଇ ଉପଜିଲ୍ଲାପାଳଙ୍କ ନିକଟରେ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଥିଲେ! ସେହିପରି କଂଗ୍ରେସ ପ୍ରାର୍ଥୀ ଅଜୟ ସାମଲ ନିଜର ଗ୍ରାମ ଦେବତୀଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା ପରେ ସମର୍ଥକଙ୍କ ଗହଣରେ ଯାଇ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଥିଲେ! ବର୍ଷାଙ୍କ ସହ ବହୁ ସଂଖ୍ୟକ ସମର୍ଥକ ଓ ବିଜେଡି କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲା ବେଳେ ଯାଜପୁର ଜିଲ୍ଲା ପରିଷଦ ଉପସଭାପତି ତଥା ବଡଚଣା ବ୍ଳକ ଯୂବ ବିଜେଡି ସଭାପତି ଗଣେଶ୍ୱର ବରାଳ,ବ୍ଳକ ଅଧ୍ୟକ୍ଷା ମିନତୀ ସେନାପତି,ଉପାଧ୍ୟକ୍ଷ ବିଭାସଚନ୍ଦ୍ର ନନ୍ଦ,ବଡଚଣା ବ୍ଳକ ବିଜେଡି ସଭାପତି ଅରବିନ୍ଦ ସାମଲ,ଜିଲ୍ଲା ପରିଷଦ ସଭ୍ୟ ଯତିନ୍ଦ୍ରପ୍ରସାଦ ନାୟକ ପ୍ରମୁଖ ତାହାର ନେତୃତ୍ବ ନେଇଥିଲେ! ସେହିପରି ବିଜେପି ପ୍ରାର୍ଥୀ ଅମର ନାୟକଙ୍କର ହଜାର ହଜାର କର୍ମୀ ଓ ଶୁଭେଚ୍ଛୁ ତାଙ୍କୁ ବୀରାଟ ପଟୁଆରରେ ଯାଜପୁର ପର୍ଯ୍ୟନ୍ତ ନେଇଯାଇଥିଲା ବେଳେ ବିଜେପି ଜିଲ୍ଲା ଯୁବ ମୋର୍ଚା ସମ୍ପାଦକ ପ୍ରିତମ ନାୟକ,ସମ୍ପାଦକ ପ୍ରମୋଦ ଜେନା,ମଣ୍ଡଳ ସଭାପତି ବେଣୁଧର ବିଶ୍ୱାଳ,ଲଲାଟେନ୍ଦୁ ମହାପାତ୍ର ପ୍ରମୁଖ ନେତୃତ୍ବ ନେଇଥିଲେ! କଂଗ୍ରେସ ପ୍ରାର୍ଥୀ ଅଜୟ ସାମଲଙ୍କ ଶୋଭାଯାତ୍ରା ବାଲିଚନ୍ଦ୍ରପୁର ଠାରୁ ବାହାରି ଚଣ୍ଡିଖୋଲ ଦେଇ ଯାଜପୁର ଯାଇଥିଲା ଵେଳେ ଯୁବନେତା ବିଶ୍ୱପ୍ରକାଶ ସାମଲ,ବ୍ଳକ କଂଗ୍ରେସ ସଭାପତି ସୁରେଶ ସାହାଣୀ, ପ୍ରାକ୍ତନ ସରପଞ୍ଚ ସେକ ଲିଆସତ ଅଲ୍ଲି,କରୁଣାକର ରଣା,ଗଗନବିହାରୀ ପରିଡା,ଶ୍ରୀକାନ୍ତ ସାହୁ ପ୍ରମୂଖ ଶୋଭାଯାତ୍ରାର ନେତୃତ୍ବ ନେଇଥିଲେ!
