Odisha news

ରାଜ୍ୟସ୍ତରୀୟ ସୁ ଗୃହିଣୀ ପ୍ରତିଯୋଗିତା; ୭ ଜିଲ୍ଲାରୁ ଶତାଧିକ ଗୃହିଣୀଙ୍କ ଯୋଗଦାନ,ସେମିଫାଇନାଲରେ ୨୦ଜଣ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ଉଦୀୟମାନ ମହିଳା ସଂଗଠନ ପକ୍ଷରୁ ଚାଲିଥିବା ସୁଗୃହିଣୀ ପ୍ରତିଯୋଗିତାର ସେମିଫାଇନାଲ ଶେଷ ହୋଇଯାଇଛି!
ଯାଜପୁର ,କଟକ,ଖୋର୍ଦ୍ଧା,ପୁରୀ,ଢେଙ୍କାନାଳ,କେନ୍ଦ୍ରାପଡା , ଭଦ୍ରକ ଆଦି ଜିଲ୍ଲା ମାନଙ୍କରୁ ଶତାଧିକ ଗୃହିଣୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ବିଭିନ୍ନ ପ୍ରତିଯୋଗିତାରେ ସୁନ୍ଦର ଭାବେ ସହଭାଗିତା ପ୍ରଦର୍ଶନ କରିଥିଲେ ! ସେମାନଙ୍କ ମଧ୍ୟରୁ ସର୍ବୋତ୍ତମ ପ୍ରଦର୍ଶନ କରିଥିବା ୨୦ ଜଣ ଗୃହିଣୀଙ୍କୁ ସେମି ଫାଇନାଲକୁ ମନୋନୀତ କରାଯାଇଛି !  ଫାଇନାଲ ରାଉଣ୍ଡରେ ପ୍ରଥମ , ଦିତୀୟ , ତୃତୀୟ , ଚତୁର୍ଥ , ପଞ୍ଚମ କରି ପାଞ୍ଚ ଜଣଙ୍କୁ ଶ୍ରେଷ୍ଠ ସୁଗୃହିଣୀ ଭାବରେ ବଛାଯିବ! କୃତକାର୍ଯ୍ୟ ହୋଇଥିବା ଗୃହିଣୀଙ୍କୁ ଆଗାମୀ ରଜ ମହୋତ୍ସବରେ ସୁନାର ମଙ୍ଗଳ ସୂତ୍ର , କାନଫୁଲ , ଶଂଖୀ ଏବଂ ରୂପା ପାଉଁଜୀ , ଆର୍ମଲେଟ୍ ପ୍ରଭୃତି ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯିବା ସହିତ ୧୫ ଜଣଙ୍କୁ ସାନ୍ତ୍ବନା ମୂଳକ ଉପହାର ଦିଆଯିବ ! ସେମିଫାଇନାଲର ଏହି ପ୍ରତିଯୋଗିତାରେ ବିଚାରକ ଭାବରେ ଶିକ୍ଷାବିତ ପ୍ରସନ୍ନ କୁମାର ଜେନା , ଅଧ୍ୟାପକ ପଦ୍ମନାଭ ପଣ୍ଡା , ଦିଲ୍ଲୀପ କୁମାର ନାୟକ , ସଂଗଠନର ସଂପାଦିକା ଅରୁଣି ନନ୍ଦ , ସଭାନେତ୍ରୀ ଦେବଜାନୀ ପ୍ରଧାନ ପ୍ରମୂଖ ଉପସ୍ଥିତ ରହି ସଠିକ ଆଜିର ଶ୍ରେଷ୍ଠ ପ୍ରତିଯୋଗୀ ମାନଙ୍କୁ ବାଛିଥିଲେ! ଉଦୀୟମାନର  ସଂସ୍ଥାର ସମ୍ପାଦକ ଅନୀଲକୁମାର ଦାସଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସଂଯୋଜିକା ଇତିଶ୍ରୀ ପରିଡ଼ା , ସଂନ୍ଧ୍ୟାରାଣୀ ବ୍ରହ୍ମ,ଗୀତାଞ୍ଜଳୀ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ!
Ad2
Leave A Reply