Odisha news

ରାଜ୍ୟସ୍ତରୀୟ ଚକାଆଖି କପ କ୍ରିକେଟ ଉଦଯାପିତ : ଭୁବନେଶ୍ୱର ବାପୁଜୀ କ୍ଳବ ଚାମ୍ପିୟନ 

0
ଚଣ୍ଡିଖୋଲ/୧୫/୦୧ :  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକର ଅଗ୍ରଣୀ କ୍ରିଡା ସଙ୍ଗଠନ ରାମଚନ୍ଦ୍ରପୁର ସ୍ଥିତ ଚକାଆଖି କ୍ରିକେଟ କ୍ଳବ ଆନୁକୂଲ୍ୟରେ ସ୍ଥାନୀୟ ଖେଳପଡିଆରେ ଚାଲିଥିବା ୨୭ତମ ରାଜ୍ୟସ୍ତରୀୟ ଚକାଆଖି କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପବିତ୍ର ମକର ସଂକ୍ରାନ୍ତି ଦିନ ଉଦଯାପିତ ହୋଇଯାଇଛି! ଆଜିର ସଙ୍ଘର୍ଷ ପୂର୍ଣ୍ଣ ଫାଇନାଲ ମ୍ୟାଚରେ ଭୁବନେଶ୍ୱରର ବାପୁଜୀ କ୍ଳବ ଇଷ୍ଟକୋଷ୍ଟ ରେଳବାଇ ଖୋର୍ଦ୍ଧାରୋଡକୁ ପରାସ୍ତକରି ଚଳିତ ବର୍ଷର ଚାମ୍ପିୟାନ ଟ୍ରଫି ହାସଲ କରିଛି! ଟସଜିତି ରେଳବାଇ ଖୋର୍ଦ୍ଧା ଟିମ ବୋଲିଂ ନିଷ୍ପତି ନେଇ ବାପୁଜୀ କ୍ଳବକୁ ବ୍ୟାଟିଂ ପାଇଁ ନିମନ୍ତ୍ରଣ କରିଥିଲା! ବାପୁଜୀ କ୍ଳବ ବ୍ୟାଟିଂ ଆରମ୍ଭରୁ ଲଢୁଆ ଖେଳ ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୫ ଓଭର ଖେଳି ୭ ଉଇକେଟ ବିନିମୟରେ ୨୨୩ ରନ କରିଥିଲା! ଦଳ ପକ୍ଷରୁ କ୍ଷମାଶାଗର ବଳ ୨୩ ବଲରୁ ସର୍ବାଧିକ ୫୬ ରନ ସଂଗ୍ରହ କରିଥିଲେ! ଜବାବରେ ରେଳବାଇ ଟିମ ବ୍ୟାଟିଂ ଆରମ୍ଭରୁ ବିପର୍ଯ୍ୟୟକୁ ସମ୍ମୁଖୀନ କରି ୨୩ ଓଭର ଖେଳି ସମସ୍ତ ଉଇକେଟ ହରାଇ ମାତ୍ର ୧୭୯ ରନ କରିବାକୁ ସକ୍ଷମ ହୋଇଥିଲା! ତେବେ ଏହି ଦଳର ଗିରିଜା ରାଉତ ୪୩ ବଲରୁ ୫୧ ରନ ସଂଗ୍ରହ କରିଥିଲେ! କ୍ଳବ ସଭାପତି ଅର୍ଜୁନ କରଣଙ୍କ ପୌରହିତ୍ୟରେ ଆୟୋଜିତ ପୁରସ୍କାର ବିତରଣୀ ଉତ୍ସବରେ ଧର୍ମଶାଳା ବିଧାୟକ ପ୍ରଣବକୁମାର ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରିଥିଲେ! ଏଥିରେ ଯୁବ ଶିଳ୍ପଦ୍ୟୌଗି ସରୋଜ ରାଉତ, ପ୍ରହଲାଦ ଲେଙ୍କା,ଲଖମିଧର କରଣ,ବାବୁଲି ସାମଲ,ଆନନ୍ଦଚନ୍ଦ୍ର ସାହୁ,ହରିହର ଭୁୟଁ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ! କ୍ଳବ ପକ୍ଷରୁ ଭୋଳାନାଥ ସାହୁ, ମକରନ୍ଦ ସ୍ୱାଇଁ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ!
Leave A Reply