Odisha news

ରେଳ ଓଭରବ୍ରିଜ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ବିଭାଗୀୟ ମନ୍ତ୍ରୀଙ୍କୁ ଚିଠି ଚିଲେଖିଲେ ସୀତାକାନ୍ତ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳଠାରୁ ଏଣ୍ଡରପଦାକୁ ଯାଇଥିବା ଗ୍ରାମ ଉନ୍ନୟନ ରାସ୍ତା ଦୀର୍ଘଦିନ ହେବ ରକ୍ଷଣା ବେକ୍ଷଣ ଓ ମରାମତି ବିନା ଯାତାୟାତ ଅନୁପଯୋଗି ହୋଇପଡିଛି!  ପୁରା ରାସ୍ତା ଖାଲ ଖମାରେ ପରିପୂର୍ଣ୍ଣ ! ଏହି ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ସରକାରଙ୍କ ପାଖରେ ଦାବି କରି ଆସୁଥିଲେ ମଧ୍ୟ ଏଥିପ୍ରତି ଆବଶ୍ୟକ ପଦକ୍ଷେପ ନିଆଯାଉ ନାହିଁ ! ଏପରିକି ଏହି ରାସ୍ତା ପାର ପାଇଁ ରେଳ ବିଭାଗ ଅନୁଦାନରେ କପାଶଟିକିରୀ ଠାରେ ପ୍ରସ୍ତାବିତ ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପ୍ରାକ୍ତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ରାଜ୍ୟ ଗ୍ରାମ ଉନ୍ନୟନ ମନ୍ତ୍ରୀ ପ୍ରିତିରଞ୍ଜନ ଘଡେଇଙ୍କୁ ଚିଠି ଲେଖି ଦୃଢଦାବି କରିଛନ୍ତି! ଦୀର୍ଘବର୍ଷ ହେଵ ରାସ୍ତା ଓ ରେଳ ଓଭରବ୍ରିଜ କାମ ପୁର୍ଣ୍ଣାଙ୍ଗ ହୋଇପାରୁ ନଥିବା ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ବୋଲି ସେ ଚିଠିରେ ଦର୍ଶାଇଛନ୍ତି! ଲୋକମାନଙ୍କ ଯାତାୟାତକୁ ସୁଗମ କରିବା ପାଇଁଏହି ବ୍ୟସ୍ତବହୁଳ ରାସ୍ତାକୁ ତୁରନ୍ତ ମରାମତି କରିବାସହ ରେଳ ଓଭରବ୍ରିଜ ନିର୍ମାଣ କାମକୁ ତ୍ୱରାନ୍ୱିତ କରିବା ପାଇଁ ସେ ଶ୍ରୀ ଘଡେଇଙ୍କ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡେଇଙ୍କୁ ଚିଠି ଲେଖି ଦୃଢ ଦାବି କରିଛନ୍ତି! ଏହି ରାସ୍ତାର କପାଷ୍ଟିକିରୀ ରେଲୱେ ଲେବୁଲ କ୍ରସିଂ ନିକଟରେ ନିର୍ମାଣ ହେବାକୁ ଥିବା ଓଭରବ୍ରିଜ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ମଧ୍ୟ ଶ୍ରୀ ମହାପାତ୍ର ମନ୍ତ୍ରୀଙ୍କୁ ଚିଠିରେ ଅବଗତ କରାଇଛନ୍ତି ! ସୂଚନା ମୁତାବକ ଢେଙ୍କାନାଳ ଓ ଯାଜପୁର ଜିଲ୍ଲାକୁ ସଂଯୋଗୀ କରଣ ପାଇଁ ଗତ ୧୯୮୬ ମସିହାରେ ଏହି ରାସ୍ତା ନିର୍ମାଣ ପାଇଁ ଅର୍ଥ ମଞ୍ଜୁରୀ କରାଯାଇଥିଲା ! ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ ଏହାର ଶିଳାନ୍ୟାସ କରିଥିଲେ ! ୧୬ ନମ୍ବର ଜାତୀୟ ରାଜପଥର ବନ୍ଦାଳ ଛକ ଠାରୁ ଏଣ୍ଡରପଦା ପର୍ଯ୍ୟନ୍ତ ୧୮ କିଲୋମିଟର ବ୍ୟାପି ରାସ୍ତାର ନିର୍ମାଣ ଆରମ୍ଭ ହୋଇଥିଲା! ପରବର୍ତ୍ତୀ ସମୟରେ ଏହି ରାସ୍ତାକୁ ଗ୍ରାମ୍ୟ ଉନ୍ନୟନ ବିଭାଗରୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା ! ତେବେ ଏହି ରାସ୍ତାର ଉନ୍ନତି ଓ ପ୍ରଶସ୍ତି କରଣ ପାଇଁ ସରକାର ଗତ ୨୦୨୦/୨୧ ଆର୍ଥିକ ବର୍ଷରେ ରେ ୧୦ କୋଟି ଟଙ୍କା ମଞ୍ଜୁର କରିଥିଲେ ! ଟେଣ୍ଡର ପ୍ରକ୍ରିୟାରେ ସେତେବେଳେ ଠିକାଦାର ଚୟନ କରାଯାଇଥିଲା ! ରାସ୍ତାର ଉନ୍ନତି ଓ ପ୍ରଶସ୍ତି କରଣ ପାଇଁ ବନ୍ଦାଳ ଠାରୁ ଉପୁଳା ପର୍ଯ୍ୟନ୍ତ ଜଣେ ଠିକାଦାର ଓ ଉପୁଳା ଠାରୁ ଗଜିଖାଲ ପର୍ଯ୍ୟନ୍ତ ଅନ୍ୟ ଜଣେ ଠିକାଦାରଙ୍କୁ ନିଯୁକ୍ତ କରାଯାଇଥିଲା ! ହେଲେ ଉପୁଳା ଠାରୁ ଗଜିଖାଲ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ସଠିକ ସମୟରେ ଶେଷ ହୋଇଥିବା ବେଳେ ବନ୍ଦାଳ ଠାରୁ ଉପୁଳା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କାର୍ଯ୍ୟକୁ ସମ୍ପୃକ୍ତ ଠିକାଦାର ଅଧାପନ୍ତରିଆ ଭାବେ ପକାଇ ଛୁ ମାରିଥିଲା ! ସେହିଦିନ ଠାରୁ ଆଜି ପର୍ଯ୍ୟନ୍ତ ଏହି ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇ ପଡିରହିଛି !  ଫଳରେ ଏହି ରାସ୍ତା ଉପରେ ନିର୍ଭର କରୁଥିବା ଦୁଇ ଜିଲ୍ଲାର ଲକ୍ଷାଧିକ ଜନ ସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ! ଏନେଇ ସ୍ଥାନୀୟ ଅଞ୍ଚଳର ଲୋକେ ବହୁବାର ବିଭାଗୟ ଉଚ୍ଚ କତ୍ତୃପକ୍ଷଙ୍କ ନିକଟରେ ଦାବି କରିବା ସହିତ ବିଭାଗୀୟ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିଲେ !  ଏନେଇ ବିଭାଗ ପକ୍ଷରୁ ନୂତନ ଟେଣ୍ଡର ଡକାଯାଇ ନୂତନ ଠିକାଦାର ନିଯୁକ୍ତି ଦିଆଯାଇଥିଲା ! ହେଲେ ରାସ୍ତାର ନିର୍ମାଣ କାର୍ଯ୍ୟ ଅଦ୍ୟାବଧି ଆରମ୍ଭ ହେଉ ନଥିବାନଥିବାରୁ ଶ୍ରୀ ମହାମାତ୍ର ଚିଠିରେ କ୍ଷୋଭ ପ୍ରକାଶକରି ଏଥିନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନ୍ତ୍ରୀ ଶ୍ରୀ ଘଡେଇଙ୍କୁ ଅନୁରୋଧ କରିଛନ୍ତି!

Leave A Reply