Odisha news

କାଶ୍ମୀର କୋକୁଆଡାର ସଂଦିଗ୍ଧ ଆତଙ୍କବାଦୀ ଯାଜପୁର ଜିଲ୍ଲା ନେଉଳପୁରରୁ ଗିରଫକଲା କ୍ରାଇମବ୍ରାଞ୍ଚ ଏସଟିଫ ଟିମ

0
ଚଣ୍ଡିଖୋଲ :  କାଶ୍ମୀରର କୁଖ୍ୟାତ ସଂଦିଗ୍ଧ ଆତଙ୍କବାଦୀ ସୟେଦ ଇସାନ ବୁଖାରୀକୁ କ୍ରାଇମବ୍ରାଞ୍ଚ ଏସଟିଫ ଟିମ ଯାଜପୁର ଜିଲ୍ଲାର ନେଉଳପୁରରୂ ଗିରଫ କରିଛି! ସେ ସ୍ଥାନୀୟ ଜନେ ମୁସଲିମ ଯୁବତୀଙ୍କୁ ବିବାହକରି ଗତ ୨୦୧୮ ମସିହାରୁ ଏଠାରେ ଆତ୍ମଗୋପନ କରିଥିଲା! ତାର ଘର କାଶ୍ମୀରର କୋକୁଆଡା ଜିଲ୍ଲାରେ ବୋଲି ଜଣାପଡିଛି! ତାକୁ ଏସଟିଫ ଟିମ ଧରିବାପରେ ତା ନିକଟରୁ ବହୁ ସଂଦିଗ୍ଧ ସାମଗ୍ରୀ ଜବତ ହୋଇଛି! ଆମେରିକା ଇନଭରସିଟିର ଓ ଭେଲୋର ମେଡିକାଲ କଲେଜର ନକଲି ଡାକ୍ତରୀ ସାର୍ଟିଫିକେଟ ସହ ଶହେରୁ ଉର୍ଦ୍ଧ୍ବ ପରିଚୟପତ୍ର ଓ ଶତାଧିକ ଏଟିଏମ କାର୍ଡ ଜବତ ହୋଇଛି! ଏଥିସହ ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ଦସ୍ତଖତ ଥିବା ଅନେକ ଫାଙ୍କା ଲେଟରପ୍ୟାଡକୁ ଏସଟିଫ ଟିମ ଜବତ କରିଛି! ଜବତ ହୋଇଥିବା ତାର ମୋବାଇଲ ଯାଞ୍ଚପରେ ତାର ପାକିସ୍ତାନ ଆଇଏସଆଇ ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ଥିବା ଓ ସେ ସେମାନଙ୍କ ସହ ନିୟମିତ ଯୋଗାଯୋଗରେ ଥିବା ଜଣାପଡିଛି! ସୟେଦ ବୁଖାରୀ ବିଭିନ୍ନ ସମୟରେ ନିଜକୁ ସେନାର ଜଣେ ନିଉରୋ ଡାକ୍ତର,ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ଜଣେ ଅଧିକାରୀ ଏବଂ ଅନ୍ୟାନ୍ୟ ଉଚ୍ଚପଦସ୍ତ ଅଧିକାରୀ ବୋଲି ପରିଚୟ ଦେବାସହ ଏନଆଇଏ ସହ ତାର ଶୁସମ୍ପର୍କ ଥିବା କହି ଲୋକଙ୍କୁ ଠକୁଥିଲା ବୋଲି ପ୍ରାଥମିକ।ତଦନ୍ତରୁ ଜଣାପଡିଛି! ସେ ଫେସବୁକରେ ବେନାମୀ ଏକାଉଣ୍ଟ ଖୋଲି ଯୁବତୀ ମାନଙ୍କୁ ପ୍ରଲୋଭିତ କରିବାସହ ସେମାନଙ୍କୁ ଆତଙ୍କବାଦୀ ସଙ୍ଗଠନ ସହ କାମ କରିବାକୁ ପ୍ରବର୍ତ୍ତାଉଥିବା ଜଣାପଡିଛି! ଏଥିସହ ସେ ଯୁବତୀ ମାନଙ୍କୁ ପ୍ରଲୋଭିତକରି ଉତ୍ତରପ୍ରଦେଶ,
ବଞ୍ଜାବ,କାଶ୍ମୀର ସହ ଓଡିଶାରେ ଏକାଧିକ ବିବାହ କରିଛି! ତାର ଦେଶର ବିଭିନ୍ନ ରାଜ୍ୟରେ ୭ଜଣ ସ୍ତ୍ରୀ ରହିଥିବା ମଧ୍ୟ ଜଣାପଡିଛି! ତାକୁ ଗିରଫ କରିବା ପଳେ କ୍ରାଇମବ୍ରାଞ୍ଚ ଟିମ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ କୋର୍ଟରେ ଶନିବାର ଅପରାହ୍ନରେ ହାଜର କରିଥିଲା! ୬ପୃଷ୍ଠା ସମ୍ବଳିତ ଏକ ଫରୁଆର୍ଡଂ ରିପୋର୍ଟ କ୍ରାଇମବ୍ରାଞ୍ଚ ଟିମ କୋର୍ଟରେ ଦାଖଲ କରିଛି!ତାର ଯାମିନ ଆବେଦନ ଖାରଜ କରି ବିଚାରପତି ତାକୁ ରଗଡି ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦେଇଛନ୍ତି! ତେବେ ଏହି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଦେଶର ସୁରକ୍ଷା ସହ ଯୋଡିହୋଇ ଥିବାରୁ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏସଟିଫ ପକ୍ଷରୁ ସୋମବାର ଦିନ କୋର୍ଟରେ ତାର ରିମାଣ୍ଡ ଆବେଦନ ହେବବୋଲି ଜଣାପଡିଛି!

Leave A Reply