Odisha news

ସଂସ୍କୃତ ମହାବିଦ୍ୟାଳୟ ପରୀକ୍ଷା,୩ ନକଲି ପରୀକ୍ଷାର୍ଥୀ ଗିରଫ

0
ଚଣ୍ଡିଖୋଲ ,୧୬/୧୦ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ସାଉଡିଆ ସ୍ଥିତ ରତ୍ନାକର ସଂସ୍କୃତ ମହାବିଦ୍ୟାଳୟ ରେ+୩ ସାସ୍ତ୍ରି ପ୍ରଥମ ବର୍ଷ ପରୀକ୍ଷା ଚାଲିଥିବା ବେଳେ ୩ ଜଣ ନକଲି ପରୀକ୍ଷାର୍ଥୀ ଧରା ପଡି ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି!  ବାଲିଚନ୍ଦ୍ରପୁର ଥାନା ପୋଲିସ ଗିରଫ ପରେ ସେମାନଙ୍କୁ କୋର୍ଟ ଚାଲାଣ କରିଛି ! ଚଣ୍ଡିଖୋଲ କୋର୍ଟରେ ଜାମିନ ଦରଖାସ୍ତ ଖାରଜ ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।!ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ପୁଅ ଓ ଦୁଇଜଣ ଝିଅ ଥିବା ଜଣାପଡିଛି! ସେମାନେ ହେଲେ କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭଟିମୁଣ୍ଡା ପଞ୍ଚାୟତ ସାରଙ୍ଗ ଗ୍ରାମର ସୁରେଶ ପୃଷ୍ଟିଙ୍କ ପୁଅ ଦୁର୍ଗା ମାଧବ ପୃଷ୍ଟି,(୨୨), ବାଲିଚନ୍ଦ୍ରପୁର ଥାନା ପଣସୁଧା ଗ୍ରାମର କରୁଣା କର ସାହୁଙ୍କ ଝିଅ ସୁନନ୍ଦା ସାହୁ (୨୨), ବାଲିଚନ୍ଦ୍ରପୁର ଥାନା ଅନ୍ତର୍ଗତ ବରପଦା ଗ୍ରାମର ଅଶୋକ କୁମାର ପରିଡ଼ାଙ୍କ ଝିଅ ମନୀଷା ପରିଡା (୨୦) !ପୋଲିସର କହିବା ଅନୁଯାୟୀ ସୋମବାର+୩ ଶାସ୍ତ୍ରୀ ପରୀକ୍ଷା ଚାଲୀଥିଲା! ପୁରୀ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ ଅଧିନରେ ହେଉଥିବା ଏହି ପରୀକ୍ଷାରେ ସ୍କ୍ୱାର୍ଡ ଭାବେ ବିଶ୍ଵବିଦ୍ୟାଳୟର ପ୍ରାଧ୍ୟାପକ ଡ ଶ୍ରୀନିବାସ ପଣ୍ଡା ଆସି ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିଥିଲେ !ଏହି ସମୟରେ ପରୀକ୍ଷାର୍ଥୀ ଦୁର୍ଗା ମାଧବ ପୃଷ୍ଟିଙ୍କ ପାଇଁ ସୁନନ୍ଦା ସାହୁ ଓ ମୋହନ କୁମାର ସାହୁଙ୍କ ପାଇଁ ମନୀଷା ପରିଡା ପରୀକ୍ଷା ଦେଉଥିବା ଦେଖିବାକୁ ପାଇଥିଲେ! ସଙ୍ଗେ ସଙ୍ଗେ ସେ ବାଲିଚନ୍ଦ୍ରପୁର ଥାନା କୁ ଖବର ଦେଇଥିଲେ!ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଡ ଶ୍ରୀନିବାସ ପଣ୍ଡାଙ୍କ ଅଭିଯୋଗ କ୍ରମେ ଏହି ୩ଜଣ ନକଲି ପରିକ୍ଷାର୍ଥିଙ୍କୁ ଗିରଫ କରିଥିଲେ! ତେବେ ଆଶ୍ଚର୍ୟ୍ଯ ର କଥା ଦୁଇ ଜଣ ପୁଅ ପରୀକ୍ଷାର୍ଥୀଙ୍କ ପାଇଁ ଦୁଇ ଜଣ ଝିଅ କିପରି ପରୀକ୍ଷା ଦେଲେ ଓ ପରୀକ୍ଷା ପରିଚାଳକ କିପରି ପରୀକ୍ଷା କେନ୍ଦ୍ରମଧ୍ୟକୁ ସେମାନଙ୍କୁ ପ୍ରବେଶ ଅନୁମତି ଦେଲେ ତାହାକୁ ନେଇ ସାଧାରଣରେ ଆଲୋଚନା ଯୋର ଧରିଛି!

Leave A Reply