ଚଣ୍ଡିଖୋଲ/ଚଡେଇଧରା : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅନ୍ତର୍ଗତ ରାହାଡପୁର ସ୍ଥିତ ରାଜସ୍ୱ ବିଭାଗ ଅଧିନ ଖଣି ଓ କୁଶୁନପୁରର ସରକ୍ଷିତ ଜଙ୍ଗଲ କିଶମ ପଥର ଖଣି ଗୁଡିକରୁ ଏବେ ଦୈନିକ କୋଟି କୋଟି ଟଙ୍କାର ପଥର ଚୋରି ଚାଲିଛି! ୧୪୪ ଯାରି ପରେ ଏହିସବୁ ପାହାଡରୁ ପଥର ଚୋରିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ତାର ଜଗାରଖା ଦାୟିତ୍ୱ ଜେନାପୁର ଥାନା ପୋଲିସ ହାତରେ ରହିଛି! ହେଲେ ପରିତାପର ବିଷୟ ପୋଲିସର ନାକତଳେ ଦିନରାତି ଏହିସବୁ ନିଷିଦ୍ଧ ରାଜସ୍ୱ ଓ ଜଙ୍ଗଲ କିଶମ ପଥର ଖଣି ଗୁଡିକରୁ ଖୋଲମଖୁଲା କୋଟିକୋଟି ଟଙ୍କାର ପଥର ଚୋରି ଚାଲିଥିଲେ ମଧ୍ୟ ତାହାକୁ ରୋକିବା ପାଇଁ ପୋଲିସ କାହିଁକି ଆନ୍ତରିକତା ଦେଖାଉନାହି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି! କୁଶୁନପୁର ଜଙ୍ଗଲ କିଶମ ପାହାଡରୁ ଚୋରି ହେଊଥିବା ଟ୍ରିପ ଟ୍ରିପ କଳା ପଥର ଏବେ ପାହାଡ ପାଖରେ ଥିବା କ୍ରସର ଗୁଡିକୁ ବେଆଇନ ଚାଲାଣ ହେଉଛି! ଏହି ଚୋରା ଫଥରକୁ କଞ୍ଚାମାଲ ଭାବେ ବ୍ୟବହାର କରି କ୍ରସର ମାଲିକ ମାନେ କୋଟିକୋଟି ଟଙ୍କା ଲାଭ କରୁଥିଲା ବେଳେ ସରକାରଙ୍କୁ କିନ୍ତୁ ଗୋଟିଏ ବି ଟଙ୍କା ଟିକସ ମିଳୁନାହିଁ! ଅପରପକ୍ଷରେ ଏଠାରୁ ପଥର ଚୋରି ଚାଲିଥିବାରୁ ବ୍ୟାପକଭାବେ ଜଙ୍ଗଲ ଓ ପରୀବେଶ ଧ୍ୱଂସ ହେବାରେ ଲାଗିଛି! ଏହି ପାହାଡ ଏବେ କଟକ ବନଗଣ୍ଡର ଡାଳିଯୋଡା ବୈରୀ ବନାଞ୍ଚଳ ତଥା ଗଡମଧୁପୁର ସେକସନର ଜଙ୍ଗଲ ବିଭାଗ ଅଧିନରେ ରହିଛି! ତେବେ ଏଠାରୁ ଜଙ୍ଗଲ ଧ୍ୱଂସ କରି ଚାଲିଥିବା ପଥର ଚୋରିକୁ ରୋକିବା ପାଇଁ ବିଭାଗୀୟ ଅଧିକାରୀ ମାନେ କାହିଁକି ରୋକୁ ନାହାଁନ୍ତି ତାହାମଧ୍ୟ ସାଧାରଣରେ ହଜାରେ ପ୍ରଶ୍ନ ସୃଷ୍ଟି କରିଛି! ସ୍ଥାନୀୟ ପୋଲିସ ଓ ଜଙ୍ଗଲ ବିଭାଗ ଅଧିକାରୀ ମାନଙ୍କ ସବୁଦେଖି ନଦେଖିବାର ଅଭିନୟ ଏବେ ଏହି କୋଟିକୋଟି ଟଙ୍କାର ପଥର ଚୋରିକୁ ପ୍ରୋତ୍ସାହନ ଦେଉଥିବା ସାଧାରଣରେ ଆଲୋଚନା ହେଉଛ! ସେହିପରି ଡଙ୍କାରୀ ରାଜସ୍ୱ ସର୍କଲ ଅଧିନ ରାହାଡପୁର ପାହାଡର ନିଶିଦ୍ଧ ପଥର ଖଣି ଗୁଡିକରୁ ଏବେ ବଡବଡ ମେସିନ ଲଗାଇ ମାଫିଆମାନେ ପଥର ଲୁଟ କରୁଛନ୍ତି! ଏହି ପାହାଡର ୨୩୫ ଖାତାର ପାଞ୍ଚ ଛଅଟି ପ୍ଳଟର ପ୍ରାୟ ଦୁଇଶହ ଏକର ପରିମିତ ସ୍ଥାନରୁ ମାଫିଆମାନେ ଦୈନିକ ଶହଶହ ଟ୍ରିପ କଳାପଥର ଚୋରି କରୁଛନ୍ତି! ଏଠାରେ ମଧ୍ୟ୧୪୪ ଧାରା ଯାରି କରାଯାଇ ପଥର ଚୋରିକୁ ନିଶିଦ୍ଧ ଘୋଷଣା କରାଯାଇଛି!ହେଲେ ପୋଲିସ ଓ ତହସିଲ ପ୍ରଶାସନ ପକ୍ଷରୁ ଏଠାରେ ପଥରଚୋରିକୁ ବନ୍ଦ କରାଯିବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ପଥିବା ଅଭିଯୋଗ ହୋଇଛି! ଧର୍ମଶାଳା ତହସିଲର କଳାପଥର ଖଣି ଗୁଡିକରୁ ହଜାର ହଜାର କୋଟି ଟଙ୍କାର ପଥର ଚୋରି ଓ ଶହଶହ କୋଟି ଟଙ୍କାର ରାଜସ୍ୱ ଫାଙ୍କି ଘଟଣା ଏବେ ରାଜ୍ୟରେ ହଇଚଇ ସୃଷ୍ଟି କରିଛି! ଚୂକ୍ତି ଖିଲାପକରି ଅଧିକ ପଥର ଲୁଟି ନେଇଥିବାରୁ ଖଣି ଲିଜଧାରୀ ମାନଙ୍କ ଉପରେ ଧାର୍ଯ୍ୟ ହୋଇଥିବା ୩୦୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ଟିକସ ଓ ଯୋରୀମାନା ଏବେ ମଧ୍ୟ ଆଦାୟ ହୋଇପାରି ନାହିଁ! ଏପରି ସ୍ଥିତିରେ ଏବେ ପୁଣି କୁଶୁନପୁର ଓ ରାହାଡପୁରର ନିଶିଦ୍ଧ ଖଣି ଗୁଡିକରୁ ସ୍ଥାନୀୟ ପୋଲିସ ଓ ପ୍ରଶାସନ ଜାଣତରେ ଖୋଲମଖୁଲା କୋଟିକୋଟି ଟଙ୍କାର କଳା ପଥରଚୋରି ହେବା ଘଟଣା ସାଧାରଣରେ ତିବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି!