ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବ୍ୟସ୍ତବହୁଳ ଚଣ୍ଡିଖୋଲ ବଜାର ଅଞ୍ଚଳରେ ଦୀର୍ଘ ବର୍ଷ ହେବ ସର୍ବସାଧାଳଣ ସ୍ଥାନ ଓ ରାସ୍ତା ଅବରୋଧ କରିଙ୍କୁ ପୋଲିସ ପକ୍ଷରୁ ଉଛେଦ ପ୍ରକ୍ରିୟା ଦ୍ୱିତୀୟ ଦୀନରେ ପହଞ୍ଚିଛି! ଗତକାଲି ବୁଦ୍ଧମୂର୍ତି ଠାରୁ ଆରଟିଓ ଅଫିସ ପର୍ଯ୍ୟନ୍ତ ଅବରୋଧ ହଟା ଯାଈଥିଲା ବେଳେ ଗୁରୁବାର ଦିନ ଟ୍ରାଫିକ ଛକଠାରୁ ପାରାଦୀପ ପଟକୁ ଯାଇଥିବା ରାସ୍ତାର ବାମ ଓ ଦକ୍ଷୀଣ ପାର୍ଶ୍ଵି ଅବରୋଧ ମୁକ୍ତ କରାଯାଇଛି! ବଡଚଣା ଥାନା ଅଧିକାରୀ ଶରତ ଚନ୍ଦ୍ର ପିତ୍ରଙ୍କ ନେତୃତ୍ୱରେ ବହୁ ସଖ୍ୟକ ପୋଲିସ ବାହିନୀ ଘଟଣା ସ୍ଥଳରେ ଉପସ୍ଥିତରହି ସର୍ବସାଧାଳଣ ସ୍ଥାନ ଓ ରାସ୍ତା ଅବରୋଧକରି ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ବ୍ୟକ୍ତି ବିଶେଷ ଓ ବ୍ୟବସାୟୀ ମାନଙ୍କୁ ଉଛେଦ କରିଥିଲେ! ବୁଧବାର ଦିନ ବହୁ ଅବଳୋଧକାରୀ ମାନଙ୍କୁ ଉଛେଦ କରାଯାଇ ଆଇପିସିଳ ୨୯୦ ଧାରାରେ ୧୬ଟି ମାମଲା ରୁଜୁ କରାଯାଇଥିଲା ବେଳେ ଗୁରୁବାର ଦିନ ୫୦ରୁ ଉର୍ଦ୍ଧ୍ବ ଅବରୋଧ କାରୀଙ୍କୁ ହଟାଇ ଦିଆଯିବା ସହିତ ୫ ଜଣଙ୍କ ନାମରେ ମାମଲା ରୁଜୁ କରାଯାଇଛି! ଏପରି ବେଆଇନ ଅବରୋଧ ପାଇଁ ସମଗ୍ର ବଜାର ଅଞ୍ଚଳରେ ଦୀର୍ଘ ବର୍ଷ ହେବ ତିବ୍ର ଟ୍ରାଫିକ ସମସ୍ୟା ସୃଷ୍ଟି ହେବା ସାଙ୍ଗକୁ ଏହା ଏକ ବ୍ୟାଧିରେ ପରିଣତ ହୋଇଛି! ବାରମ୍ବାର ଦାବି ସତ୍ତ୍ୱେ ଏହି ସମସ୍ୟାର ସମଧାନ ପାଇଁ କେହି ଆନ୍ତରିକତା ଦେଖାଉ ନଥିବା ବେଳେ ଏବେ ବଡଚଣା ଥାନାରେ ଶରତଚନ୍ଦ୍ର ପିତ୍ର ନୂଆକରି ଥାନା ଅଧିକାରୀ ଭାବେ ଯୋଗ ଦେବାପରେ ଏହି ଉଛେଦ ପ୍ରକ୍ରିୟା ଆରମ୍ଭ କରିଥିବାରୁ ଏହା ସାଧାରଣରେ ଆଲୋଚନାର ବିଷୟ ହୋଇଛି!
