୫୩ ନମ୍ବର ଜାତୀୟ ରାଜପଥ ନିର୍ମଣରେ ନିୟୋଜିତ ଗାମନ ଇଣ୍ଡିଆ ଓ ଏମଏସଆଇଏଲ ଠିକା କମ୍ପାନୀର ବେଆଇନ କାର୍ଯ୍ୟ : ରାସ୍ତା ଗଡର ପାଉଶ ଗଡା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି
ଚଣ୍ଡିଖୋଲ ; ଯାଜପୁର ଜିଲ୍ଲା ଅନ୍ତର୍ଗତ ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ-ଡୁବୁରୀ ୩୯ କିମି ଦୋହରିକରଣ କାର୍ଯ୍ୟରେ ନିୟୋଜିତ ଗାମନ ଇଣ୍ଡିଆ ଓ ତା’ର କ୍ଷମତାପ୍ରାପ୍ତ ଠିକାସସ୍ଥା ଏମଏସଆଇଏଲ କମ୍ପାନୀର ବେଆଇନ କାର୍ଯ୍ୟ ଦିନକୁ ଦିନ ବଢି ଚାଲିଥିବାରୁ ସ୍ଥାନୀୟ ଜନସାଧାରଣ, ଗୃହପାଳିତ ପଶୁ ଓ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଲାଣି! ଏହି କମ୍ପାନୀ ଜାତୀୟ ରାଜପଥ କତ୍ତୃପଖ୍ୟଙ୍କ ସହ କରିଥିବା ଚୁକ୍ତି ଖିଲାପକରି ନିର୍ମାଣ କାମ କରୁଥିବା ଅଭିଯୋଗ ହୋଇଛି! ବିଶେଷକରି ରାସ୍ତା ନିର୍ମାଣରେ କାରଖାନାରୁ ନିର୍ଗତ ବିଶାକ୍ତ ପାଉଶ ବ୍ୟବହାର ପାଇଁ ସ୍ୱତନ୍ତ୍ର ଆଚାର ସହିନ୍ତା ଥିଲେ ମଧ୍ୟ ସପୃକ୍ତ କମ୍ପାନୀ ତାର ବିଦ୍ଧାଚଳଣ କରୀ ନିର୍ଦ୍ଧାରିତ ଚୁକ୍ତି ଓ ଧାର୍ଯ୍ୟ ନିୟମକୁ ଖିଲାପକରି ନିର୍ମାଣ କାର୍ଯ୍ୟରେ ଏହି ପାଉଶ ବ୍ୟବହାର କରୁଛି! ଯେଉଁଥି ପାଇଁ ସ୍ଥାନୀୟ ଜନଜୀବନ ,ଗାଡି ମଟର ଆରୋହୀ ତଥା ଗୃହପାଳିତ ପଶୁ ମାନଙ୍କ ପାଇଁ ଏହା ଘୋର ବିପଦ ସୃଷ୍ଟି କରିଛି! ନିର୍ମଣ କାମରେ ବ୍ୟବହାର ପାଇଁ ଏହି ଠିକା କମ୍ପାନୀ ବେପରୁଆ ଭାବେ ଜାତୀୟ ରାଜପଥ କଡରେ ଶହଶହ ଟ୍ରିପ ବିଶାକ୍ତ ପାଉଶ ଗଦାକରି ଦୀର୍ଘ ଦିନ ଳଖିବା ଓ ଫଳରେ ତାହା ସମସ୍ତଙ୍କୁ ପାଇଁ ଘୋର ବିପଦ ସୃଷ୍ଟି କରୁଛି! ଏହି ପାଉଶ ଗଦାରେ ପଡିଯାଇ ଅନେକ ଗାଡି ମଟର ଦୁର୍ଘଟଣା ଗ୍ରସ୍ତ ହେବା ସହିତ ଚରିବା ପାଇଁ ଯାଉଥିବା ଗୃହପାଳିତ ଗୋରୁଗାଇ, ବୁଲା କୁକୁର ଓ ଅନ୍ୟ ଜୀବଜନ୍ତୁ ମୃତାହତ ହେଉଛନ୍ତି! ହେଲେ ଏହି ଘଠଣାକୁ ଚାପିଦେବା ପାଇଁ କମ୍ପାନୀ କର୍ମଚାରୀ ମାନେ ବିଭିନ୍ନ ଉପାୟ କରୁଥିବା ଅଭିଯୋଗ ହୋଇଛି! ଚଣ୍ଡିଖୋଲ ଠାରୁ ଡୁବୁରୀ ମଧ୍ୟରେ ଏବେ ଆରୁହା,ବରଡା,ଚଡେଇଧରା, ତାରିଣୀ ଛକ,ବାଲିସାହି,ବଳରାମପୁର ଛକ,ବଙ୍ଗଳା ଛକ ପ୍ରଭୃତି ସ୍ଥାନରେ କୋଣସି ପ୍ରତିଶେଧକ ବ୍ୟବସ୍ତା ଗ୍ରହଣନକରି ଅତି ବେପରୁଆ ଭାବେ ଠିକା କମ୍ପାନୀ ବ୍ୟାପକଭାବେ ଏହି ବିଶାକ୍ତ ପାଉଶ ଗଦା କରିଥିବାରୁ ତାହା ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି !ଆରୁହାଠାରେ ସୃଷ୍ଟ ପାଉଶ ଗଦାରେ କେତେକ ଗୋରୁ ଗାଇ ପଡିଯାଇ ମୁହୁର୍ଷ ହୋଇପଡିଥିବା ବେଳେ ସେମାନଙ୍କୁ ମେସିନ ସାହାଯ୍ୟରେ ଉଦ୍ଧାର କରାଯାଇଛି! ତେବେ ପାଉଶ ଗଦାରେ ପଡିବା ପରେ ଗୋରୁ ଗାଇଗୁଡିକ ପାଉଶରେ ସମ୍ପୂର୍ଣ୍ଣ ପୋତିହୋଇ ଯାଇଥିବାରୁ ଗୁରୁତଳ ଅଶୁସ୍ତ ହୋଇପଡି ଥିବା ଜଣାପଡିଛି! ବିଶେଷକରି ଏହି ବିଶାକ୍ତ ପାଉଶ ଜୀବ ଜଗତ ପାଇଁ ଅତିବ ହାନୀକାରକ ହୋଇଥିବାରୁ ରାସ୍ତା କାମରେ ବ୍ୟବହାର ହେବା ସମୟରେ ତାହା ଯେପରି ବାୟୁ ଓ ଜଳ ଉତ୍ସ ସହିତ ଯେପରି ନମିଶେ ସେଥିପ୍ରତି କଠୋର ଭାବେ ସଜାଗ ରହିବାକୁ ଠିକା କମ୍ପାନୀକୁ ଜାତୀୟ ରାଜପଥ କତ୍ତୃପଖ୍ୟ ଓ ପାଉଶ ଯୋଗାଣ କରୁଥିବା ସସ୍ଥା କଡା ନିର୍ଦ୍ଦେଶ ଦେଇଛନ୍ତି! ହେଲେ ସେଥିପ୍ରତି ଦୃଷ୍ଟି ନଦେଇ ଉକ୍ତ ଠିକା କମ୍ପାନୀ ମନମାନୀ ଚଳାଇଥିବା ଯୋଗୁଁ ଭୟାବହ ଅବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି! ଏଥିପ୍ରତି ଜାତୀୟ ରାଜପଥ କତ୍ତୃପଖ୍ୟ,ଯାଜପୁର ପୋଲିସ ପ୍ରଶାସନ ଓ ପାଉଶ ଯୋଗାଉଥିବା ସସ୍ଥା ଆଶୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି!