ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଓ ତା’ ଚାରିପଟର ଜାତୀୟ ରାଜପଥ ଗୁଡିକର ଅବସ୍ଥା ଦୀର୍ଘଦିନ ହେବ ଶୋଚନୀୟ ହୋଇପଡିଛି! ରକ୍ଷଣା ବେକ୍ଷଣ ତଥା ଉପଯୁକ୍ତ ମରାମତି ଅଭାବରୁ ଏବେ ଚଣ୍ଡିଖୋଲ ସହ ସଯୁକ୍ତ ଡୁବୁରୀ ପାରାଦୀପ ୫୩ ନମ୍ବର, ପାଣିକୋଇଲି କଟକ ୧୬ ନମ୍ବର ଜାତୀୟ ରାଜପଥର ବିଭିନ୍ନ ସ୍ଥାନ ଦୁର୍ଘଟଣା ପ୍ରବଣ ହୋଇ ପଡିବା ସହ ମରଣଯନ୍ତା ସାଜିଛି! ଏହି ସମସ୍ୟା ସମାଧାନ ପାଇଁ ସ୍ଥାନୀୟ ଜନସାଧାରଣ ଦୀର୍ଘ ଦିନହେବ ଦାବି କରିଆସୁଥିଲେ ମଧ୍ୟ ତାହାର ସମାଧାନ ପାଇଁ ଜାତୀୟ ରାଜପଥ କତ୍ତୃପକ୍ଷ ଆନ୍ତରିକତା ପ୍ରକାଶ କରୁ ନଥିଲେ! ଯାହାକୁ ନେଇ ଗୁରୁବାର ଦିନ ପ୍ରାକ୍ତନ ମନ୍ତ୍ରୀ ତଥା ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ ଜାତୀୟ ରାଜପଥ ପ୍ରାଧିକରଣର ଆଞ୍ଚଳିକ ଅଧିକାରୀ ବିରେନ୍ଦର ସିଂହଙ୍କୁ ଶାକ୍ଷାତକରି ଜନ ସମସ୍ୟାର ଆଶୁ ସମାଧାନ ପାଇଁ ଦାବି କରିଥିଲେ! ବିଶେଷକରି ୫୩ ପମ୍ବର ଜାତୀୟ ରାଜପଥର ଡୁବୁରୀ ଚଣ୍ଡିଖୋଲ ଭାଗ ଏବେ ପ୍ରଶସ୍ତିକରଣ ଚାଲିଥିଲା ବେଳେ ଏହା ଅଧିନ ଚଣ୍ଡିଖୋଲ ଛକ ଓ ଏହା ପଖରେ ଥିବା ଖୋଶାଲିପୁର ରେଲୱେ ଓଭରବ୍ରିଜ ସମ୍ପୂର୍ଣ୍ଣ ବିପଦ ସଙ୍କୁଳ ହୋଇପଡିଛି! ଏଠାରେ ଦୈନିକ ଏକାଧିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଛି! ସେହିପରି ଚଣ୍ଡିଖୋଲ ବଜାରକୁ ସଯୁକ୍ତ କରୁଥିବା ଉଭୟ ପଟର ପ୍ରବେଶ ପଟ ରାସ୍ତା ଭୟଙ୍କର ଭାବେ ନଷ୍ଟହୋଇ ଯାଇଛି! ଏହିସବୁ ସ୍ଥାନର ଆଶୁ ମରାମତି ପାଇଁ ଶ୍ରୀ ଶତପଥୀ ଦୃଷ୍ଟି ଆକର୍ଷଣ କରିବା ସହ ବଡଚଣା ଛକରେ ସଯୁକ୍ତ ରାସ୍ତା ନିର୍ମାଣ, ଛତିଆ ଚଟିଘର ନିକଟରେ ଓଭର ବ୍ରିଜ କିମ୍ବା ଅଣ୍ଡର ପାସ ନିର୍ମାଣ, ଚଣ୍ଡିଖୋଲ ବଜର ଅଞ୍ଚଳରୁ ଉଦବୃତ ଜଳ ନିଷ୍କାସନ ସହ ଏଠାର ବିକାଶ ପାଇଁ ସେ ଆଞ୍ଚଳିକ ଅଧିକାରୀ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ!ସେହିପରି ଛତିଆ ଠାରେ ରାସ୍ତା ପାର୍ଶ୍ଵରେ କାକରା ବ୍ୟବଶାୟ କରି ପରିବା ପୋଷଣ କରୁଥିବା ଛୋଟ ବ୍ୟବସାୟିଙ୍କୁ ଥ ରାସ୍ତାର ଉପଯୁକ୍ତ ସ୍ତାନରେ ଥଇଥାନ କରିବା ପାଇଁ ମଧ୍ୟ ଶ୍ରୀ ଶତପଥୀ ଦାବି ରଖିଥିଲେ!ଆଲୋଚନା ସମୟରେ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକ ମନିନ୍ଦର ସିଂହ, ଛତିଆ ସମିତି ସଭ୍ୟ ଦୀପକ ସାହୁ,ବଡଚଣା ସମିତିସଭ୍ୟ ମଧୁସୂଦନ ବଳ,ଗିରିଶ ଚନ୍ଦ୍ର ପାତ୍ର,ବିପିନ ବିଶ୍ୱାଳ,ଦେବାଶିଷ ଓତା ପ୍ରମୁଖ ଉପସ୍ଥିତ ଥିଲେ!