ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ନିର୍ବାଚନ ମଣ୍ଡଳୀ ରାଜନୈତିକ ଦୃଷ୍ଟିକୋଣରୁ ପୂର୍ବରୁ ସବୁବେଳେ ଚର୍ଚ୍ଚାରେ ରହିଆସିଥିଲା ବେଳେ ୧୮ତାରିଖ ଦିନ ଏଠାରେ ଜନ୍ମେଜୟ ଲେଙ୍କା ବିଜେଡିର ଯୁବ ସମାବେଶ ଆୟୋଜନ କରିବା ଘଟଣାକୁ ନେଇ ଏବେ ପୁଣି ଚର୍ଚ୍ଚାକୁ ଆସିଛି ଏଠାର ରାଜନୀତି! ଏହି ନିର୍ବାଚନ ମଣ୍ଡଳୀରେ ଏବେ ଦଳର ବରିଷ୍ଟ ତଥା ଅଭିଜ୍ଞ ନେତା ଅମରପ୍ରସାଦ ଶତପଥୀ ବିଧାୟକ ରହି ସମସ୍ତ ଦଳୀୟ ଓ ବିକାଶ ମୂଳକ କାର୍ଯ୍ୟ ସମ୍ପର୍ଣ୍ଣ କରିଆସୁଛନ୍ତି! ଏପରିସ୍ଥଳେ ହଠାତ ଏଠାରେ ଜନ୍ମେଜୟଙ୍କ ଏହି ଯୁବ ସମାବେଶକୁ ନେଇ ଚର୍ଚ୍ଚା ଯୋରଧରିଛି! ଏହି ଯୁବ ସମାବେଶ ବଡଚଣାର ମହୋତ୍ସବ ପଡିଆରେ ଅନୁଷ୍ଠିତ ହୋଇଥିଲା! ପ୍ରବଳ ରୌଦ୍ରତାପ ସତ୍ୱେ କର୍ମୀମାନେ ଏଥିରେ ଯୋଗଦେଇଥିବା ଦେଖା ଯାଇଥିଲା! ଏକ।ମୋଟରସାଇକେଲ ପଟୁଆରରେ କର୍ମୀମାନେ ବଡଚଣା ଛକରୁ ସଭା ସ୍ଥଳକୁ ଯାଇଥିଲେ! ପ୍ରାକ୍ତନ ସରପଞ୍ଚ ରବିନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଏହି ଯୁବ ସମାବେଶ ଆୟୋଜିତ ହୋଇଥିଲା! ଏଥିରେ ଜନ୍ମେଜୟ ଯୋଗଦେଇ ବଡଚଣାରେ ଅଧୁରା ରହିଥିବା ବିକାଶ ଧାରାକୁ ସେ ଆଗେଇ ନେବେ ବୋଲି କହିବା ସହ ଏଥିରେ ଯୁବ ଓ ଛାତ୍ରମାନେ ତାଙ୍କୁ ସହଯୋଗ।ଦେବା ପାଇଁ ନିବେଦନ କରିଥିଲେ! ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ବିକାଶକୁ ପ୍ରାଥମିକତା ଦେଇ ଆସିଥିବାରୁ ଆଗାମୀ ଦିନରେ ବଡଚଣାରେ ବିକାଶ କାର୍ଯ୍ୟ ଦ୍ୱିଗୁଣିତ ହେବବୋଲି ସେ କହିଥିଲେ! ଏହି ସଭାରେ ଚଣ୍ଡିଖୋଲ ଟ୍ରକମାଲିକ ସଙ୍ଘର ପ୍ରାକ୍ତନ ସଭାପତି ସନ୍ତୋଷକୁମାର ରାଉତ,ଜାନକୀ ପ୍ରଧାନ,ଧନେଶ୍ୱର ବେହେରା,ଧୂଳେଶ୍ୱର ଦାସ,ବିଧାନ ସାମନ୍ତରାୟଙ୍କ ସହ ଅନେକ ବକ୍ତା ଜନ୍ମେଜୟଙ୍କ ସପକ୍ଷରେ ଜନମତ ସୃଷ୍ଟି ପାଇଁ ଆହ୍ୱାନ ଦେଇଥିଲେ! ତେବେ ଏହି ସମାବେଶ ବିଜେଡିର ଦଳୀୟ ସଭା ଭାବେ ଅବିହିତ କରାଯାଇଥିଲେ ମଧ୍ୟ ଏଥିରେ ବଡଚଣା ବ୍ଳକ ବିଜେଡି ସଭାପତି, ଯୁବ, ଛାତ୍ର ବା ମହିଳା ସଭାପତିଙ୍କ ସହ ଦଳର ପଦପଦବୀରେ ଥିବା କୌଣସି ଛାମୁଆ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳି ନଥିଲା! ଯାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ଯୋର ହେଉଛି!