Odisha news

ଆଠଦଫା ଦାବିନେଇ ଚଣ୍ଡିଖୋଲରେ ସିପିଆଇର ବିକ୍ଷୋଭ ଓ ଶୋଭାଯାତ୍ରା

0

ଚଣ୍ଡିଖୋଲ : ଭାରତୀୟ କମୁନିଷ୍ଟ ପାର୍ଟି (ସିପିଆଇ)  ପକ୍ଷରୁ ଆଠଦଫା ଦାବିନେଇ ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା ଓ ପ୍ରତିବାଦ ସଭା ଶନିବାର ଦିନ ଅନୁଷ୍ଠିତ ହୋଇଥିଲା! ସିପିଆଇର ବଡଚଣା ଯୋନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ଶହଶହ ସଖ୍ୟାରେ ଦଳୀୟ କର୍ମୀ ଯୋଗ ଦେଇଥିଲେ! ପ୍ରଥମେ ସମବେତ କର୍ମୀ ଓ ନେତୃବୃନ୍ଦ ଶୋଭାଯାତ୍ରା କରି ବଜାର ପରିକ୍ରମା କରିବାପରେ ଚଣ୍ଡିଖୋଲ ବଜାର ବୁଦ୍ଧମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରି ପ୍ରତିବାଦ ସଭାରେ ସାମିଲ ହୋଇଥିଲେ! ଏଥିରେ କେନ୍ଦ୍ରର ମୋଦୀ ଓ ରାଜ୍ୟର ନବୀନ ପଟ୍ଟନାୟକଙ୍କ ସରକାର ବିରୁଦ୍ଧରେ ବିଶୋଦଗାର କରାଯାଇଥିଲା! ବିଶେଷକରି ମୋଦୀ ସରକାର ବିତ୍ତପତି ଓ କମ୍ପାନୀ ଦ୍ୱାରା ପରିଚାଳିତ ହୋଇ କର୍ପୋରେଟ ଶାସନ ଚଳାଇ ଦେଶକୁ ରଶାତଳକୁ ଠେଲିଦେଇଥିବା ଅଭିଯୋଗ କରାଯାଇଥିଲା ବେଳେ ଓଡିଶା ସରକାର ଏବେ ଖଣିଖାଦାନ ଲୁଟ ଠାରୁ ଆରମ୍ଭକରି ନାରୀ ନିର୍ଯ୍ୟାତନା ସହ କେନ୍ଦ୍ର ସରକାରଙ୍କ ସହ ସାମିଲ ହୋଇ ରାଜ୍ୟକୁ କ୍ଷତି ପହଞ୍ଚାଉଥିବା ଅଭିଯୋଗ କରିଥିଲେ! ଦଳ ପକ୍ଷରୁ ଆଠଦଫା ଦାବି ଯଥା ଚଣ୍ଡିଖୋଲକୁ ଏନଏସିର ମାନ୍ୟତା ପ୍ରଦାନ ଏଠାର ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ,ବାହାନଗା ରେଳ ଦୁର୍ଘଟଣା ରେ ମୃତାହତ ପ୍ରତ୍ୟେକ ପରିବାରଙ୍କୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ,ଧାନର କ୍ରୟମୂଲ୍ୟ ବୃଦ୍ଧି, ପ୍ରତ୍ୟେକ ପରିବାରକୁ ଦୁଇଶହ ୟୁନିଟ ମାଗଣା ବିଦ୍ୟୁତ ଯୋଗାଣ,ଦରଦାମ ହ୍ରାସ, ବେକାରୀ ସମସ୍ୟାର ସମାଧାନ ଇତ୍ୟାଦି ଦାବିଗୁଡିକ ପୁରଣ ପାଇଁ ପ୍ରତିବା ସଭାରେ ନେତୃବୃନ୍ଦ ମାନେ ଦାବି କରିଥିଲେ! ଏହି ସଭାରେ କମ୍ରେଡ ଯଚିନ୍ଦ୍ର ଜେନା,ଇଶ୍ୱର ପରିଡା,ଭଗବାନ ପଣ୍ଡା କରୁଣାକର ମାହାଲା,ମଳୟ ଜେନାଙ୍କ ସହ ବହୁବକ୍ତା ଭାଷଣ ଦେଇ ଥିଲେ!

Leave A Reply