Odisha news

ପଥର ଚାପାରେ ବାରମ୍ବାର ଲୋକଙ୍କ ଜୀବନ ଗଲାପରେ ପ୍ରଶାସନ ଚେତିଲା : ଧର୍ମଶାଳା ତହସିଲର ବିଛାଖଣ୍ଡି ଓ ଲୁଣିବର ସହ ସବୁ ବେଆଇନ ପଥର ଖଣିରେ ୧୪୪ ଯାରୀ, ମାଇକରେ ପ୍ରଚାରକରି ନିଶେଧାଦେଶ ଘୋଷଣା

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲଦାର ଶତାଧିକ ବେଆଇନ କଳାପଥର ଖଣିରେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ତହସିଲଦାର ମଙ୍ଗଳବାର ଦିନ ୧୪୪ ଧାରା ଯାରୀ କରିଛନ୍ତି! ଏଥିସହ ମାଇକଯୋଗେ ସମଗ୍ର ଅଞ୍ଚଳରେ ଏହି ନିର୍ଦ୍ଦେଶ ନାମାକୁ ପ୍ରଚାରକରାଯାଇ ମଫିଆ ମାନଙ୍କୁ ପ୍ରଶାସନ ଶତର୍କ କରାଇ ଦେଇଛି! ବେଆଇନରେ ଚାଲୁଥିବା କଳାପଥର ଖଣି ଗୁଡିକରେ ମାଫିଆ ମାନେ ଡେନାମାଇଟ ଯୋଗେ ପଥର ଫଟାଇ ଏହି ଜାତୀୟ ସମ୍ପତ୍ତିକୁ ନିଜ ସମ୍ପତିପରି ବ୍ୟବହାର କରୁଛନ୍ତି! ଅତି ସନ୍ତର୍ପଣରେ ଖଣି ଗୁଡିକରୁ ବେଆଇନଭାବେ କୋଟିକୋଟି ଟଙ୍କାର କଳାପଥର ଚୋରି କରି ଚାଲିଛନ୍ତି! ଚୋରାରେ ଚାଲୀଥିବା ଏହିସବୁ ବେଆଇନ ଖଣିଗୁଡିକରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଶ୍ରମିକଙ୍କର ଓ ମେସିନ ଚାଳକ ମାନଙ୍କର ମୃତ୍ୟୁ ଘଟୁଥିଲାବେଳେ ପଥର ମାଫିଆ ଓ ଲିଜଧାରୀ ମାନେ ସ୍ଥାନୀୟ ପୋଲିସ ଓ ପ୍ରଶାସନକୁ ହାତକରି ସେହିସବୁ ଘଟଣାକୁ ଭିନ୍ନରୁପଦେଇ ଚପାଇ ଦେଉଥିଲେ! ହେଲେ ସରକାରୀ ଫାଇଲରେ ବନ୍ଦଥିବା ଚଡେଇଧରା ନିକଟ ଲୁଣିବର ଖଣିରେ ଗତ ମେ ମାସ ୩୦ ତାରିଖ ରାତିରେ ପଥରଚୋରୀ ଚାଲିଥିଲାବେଳେ ଦୁଇଜଣଙ୍କ ପଥର ଚାପାରେ ମୃତ୍ୟୁ ଘଟିବା ଓ ସେହି ସମୟରେ ଅତି ବେପରବାୟ ଭାବେ ଉକ୍ତ ତହସିଲର ବିଛାଖଣ୍ଡି ପାହାଡର ନିଶିଦ୍ଧ ଖଣି ଗୁଡିକରୁ ମାଫିଆ ତଥା ସେଠାର ନିର୍ଦ୍ଦିଷ୍ଟ ଜଣେ ଦୁଇଜଣ ନାମମାତ୍ର ଲିଜଧାରୀ ଆଖିବୁଯା ପଥରଚୋରୀ କରିବା ଘଟଣା ପଦାକୁ ଆସିଥିଲା!  ଗଣ ମାଧ୍ୟମରେ ଏଥିନେଇ ତଥ୍ୟ ଭିତିକ ଖବର ପ୍ରକାଶ ହୋଇଥିଲା! ଫଳରେ ପ୍ରଶାସନ ଏଥି ପାଇଁ ସବୁ ସ୍ଥରରେ ସମାଲୋଚିତ ହୋଇଥିଲା! ଯାହାକୁନେଇ ଜିଲ୍ଲା ପ୍ରଶାସନ ଘଟଣାକୁ ନେଇ ଅତି ସମ୍ବେଦନଶୀଳ ହୋଇପଡିବା ସହ ମଙ୍ଗଳବାର ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି! ୧୪୪ଧାରା ଯାରୀପରେ ବୁଧବାର ଠାରୁ ବେଆଇନ ଖଣି ଖନନ ଓ ପଥର ଚୋରୀ କରୁଥିବା ସବୁ ମାଫିଆଙ୍କୁ ଠାବକରାଯାଇ ସେମାନଙ୍କ ବିରୁଦ୍ଧରେ ଫୌଜଦାରୀ ମାମଲା ରୁଜୁ ହେବ ଓ ପୂର୍ବରୁ ସେହିସବୁ ବ୍ୟକ୍ତ ବିଶେଷଙ୍କ ନାମରେ ପଥରଚୋରୀ ନେଇ ଥାନାରେ ରହିଥିବା ମାମଲା ଗୁଡିକୁ ପୁନଃ ସମିଖ୍ୟା କରାଯାଇ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି! ତେବେ ପ୍ରଶାସନ ପକ୍ଷରୁ ମଙ୍ଗଳବାର ଦିନ ସପୃକ୍ତ ବିଛାଖଣ୍ଡି, କୁଶୁନପୁର,ବାଘୂଆ,ଅଞ୍ଜିରା,ଲୁଣିବର,ରାହାଡପୁର,ଡଙ୍କାରୀ, ବରଡା ସମେତ ସମସ୍ତ ବେଆଇନ କଳା ପଥରଖଣି ଗୁକରେ ୧୪୪ ଧାରା ଯାରୀ କରାଯାଇ ସବୁ ଖଣିରେ ନାଲି ପତାକା ମରା ଯାଇଥିବା ଜଣାପଡିଛି! ଧର୍ମଶାଳା ତହସିଲଦାର ସ୍ୱାଗତ ଦାସ ଓ ସ୍ଥାନୀୟ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମାନେ ପୋଲିସ ଫୋର୍ସ ସହ ଏହିସବୁ ବେଆଇନ ଖଣିରେ ୧୪୪ଧାରା ଯାରୀକରୁଥିଲା ବେଳେ।କଳାପଥର ଚୋରମାନେ ଛତ୍ରଭଙ୍ଗ ଦେଇଥିବା ଦେଖାଯାଇଥିଲା!

Leave A Reply