ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଦର୍ପଣ ତହସିଲ ତଥା ବଡଚଣା ବ୍ଳକ ଅନ୍ତର୍ଗତ ବୈରୀ ଥାନା ଅଞ୍ଚଳରେ ଚାଲିଥିବା ବେଆଇନ ମାଙ୍କଡା ଓ ମୋରମ ଖଣିରୁ ଚୋରୀ ବନ୍ଦ ପାଇଁ ପ୍ରଶାସନ ଦୃଢ ପଦକ୍ଷେପ ଆରମ୍ଭ କରିଛି! ଗତକାଲି ମଙ୍ଗଳବାର ଦିନ ଉକ୍ତ ତହସିଲର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଚୋରା ବାଲି ଓ ମାଙ୍କଡା ପଥର ପରିବହନ କରୁଥିବା ତିନୋଟି ଟ୍ରକକୁ ଜବତ କରାଯିବା ସହ ଗୋଟିଏ ବାଲିଘାଟରେ ୧୪୪ ଧାରା ଯାରୀ ହୋଇଥିଲା! ବୁଧବାର ଦିନ ମଧ୍ୟ ତହସିଲଦାର ନିରଞ୍ଜନ ଗୁରୁଙ୍କ ନେତୃତ୍ୱରେ ତହସିଲ ଓ ପୋଲିସ ଅଧିକାରୀ ମାନେ ବୈରୀ ଥାନା ଅନ୍ତର୍ଗତ ଦୁଇଟି ବେଆଇନ ମାଙ୍କଡା ଖଣିରେ ୧୪୪ ଧାରା ଯାରୀକରୀ ସେହିସବୁ ସ୍ଥାନରୁ ଖଣି ଖନନକୁ ନିଶିଦ୍ଧ କରିଛନ୍ତି! ବୈରୀ ମୌଜାର ଭାଲୁଖାଇ ଖାତା ନମ୍ବର ୧୩୦୧ ଓ ଅମିୟଝରୀ ମୌଜାର ଖାତା ନମ୍ବର ୩୬୧ରେ ରହିଥିବା ଏହି ଦୂଇ ଖଣିରୁ ମାଫିଆମାନେ ମାଙ୍କଡା ଚୋରୀ କରୁଥିଲେ! ୧୪୪ ଯାରୀ ହେବାସହ ସେଠାରେ ନାଲି ପତାକା ମରାଯାଇଛି! ଏପରିକି ନିୟମିତ ଚଢାଉକରି ବେଆଇନ ମାଙ୍କଡା ଓ ମୋରମ ଚୋରୀକୁ ସମ୍ପୂର୍ଣ୍ଣ ରୋକିବା ପାଇଁ ପୋଲିସ ସହାୟତା ଯୋଗାଇ ଦେବାକୁ ତହସିଲଦାର ଶ୍ରୀ ଗୁରୁ ବୈରୀ ଥାନା ଅଧିକାରୀଙ୍କୁ ଚିଠି ଲେଖିବା ଜଣାପଡିଛି!