ସଭାନେତ୍ରୀ ପଦରୁ କିଛିନାଙ୍କ ଇସ୍ତଫା ପରେ ବଡଚଣା ବ୍ଳକ ମିଶନ ଶକ୍ତି କାର୍ଯ୍ୟକ୍ରମରେ ଚାଲିଥିବା କେଳେଙ୍କାରୀର ଗୁମର ଖୋଲୁଛି
ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ଚାଲିଥିବା ମିଶନ ଶକ୍ତି କାର୍ଯ୍ୟକ୍ରମ ଅଧୀନରେ ଏମବିକେ, ସୀଆରପି ଓ ବ୍ୟାଙ୍କମୀତ୍ର ନିଯୁକ୍ତିରେ ହୋଇଥିବା କେଳେଙ୍କାରୀ ଓ ଲାଞ୍ଜ କାରବାର ଘଟଣା ପ୍ରମାଣିତ ହେବାପରେ ମିଶନଶକ୍ତି ଫେଡେରେସନର ସଭାନେତ୍ରୀ କିଛିନା ମହାପାତ୍ର ଗତକାଲି ନିଜ ପଦବୀରୁ ତରବରିଆ ଭାବେ ଇସ୍ତଫା ଦେଇଛନ୍ତି! ତେବେ ଏହିସବୁ ପଦବୀରେ ନିଯୁକ୍ତି ଦେବା ପାଇଁ ସେ ସିଧାସଳଖ ଆବେଦନକାରୀଙ୍କ ଠାରୁ ଲାଞ୍ଜ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ତାହାର ତଦନ୍ତ ହୋଇଥିଲା! ତଦନ୍ତ ରିପୋର୍ଟ ତାଙ୍କ ବିରୁଦ୍ଧରେ ଥିବାରୁ ତାଙ୍କୁ ଜିଲ୍ଲାପାଳ ବହିଷ୍କାର କରୁଥିବା ଖବର ପ୍ରଚାର ହେବାମାତ୍ରେ ସେ ତାଙ୍କ ପଦରୁ ଇସ୍ତଫା ଦେଇ ଖସିଯିବାକୁ ଗତକାଲି ଉଦ୍ୟମ କରିଥିଲେ! ହେଲେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିବା ପରି ତାଙ୍କ ଇସ୍ତଫା ନାଟକପରେ ଏବେ ତାଙ୍କ ଦ୍ୱାରା ବଡଚଣା ବ୍ଳକ ମିଶନଶକ୍ତି କାର୍ଯ୍ୟକ୍ରମରେ ହୋଇଥିବା ଅନେକ ଅନିୟମିତତାର ଗୁମର ଖୋଲିବାକୁ ଆରମ୍ଭ କରିଛି! ଏବେବି ତାଙ୍କ ଇସ୍ତଫା ନିତିଗତ ଭାବେ ଗୃହିତ ହୋଇ ନଥିବା ଜଣାପଡିଛି! ଫେଡେରେସନ କର୍ମକର୍ତ୍ତାଙ୍କ ନିର୍ବାଚନ ଅବଧି ଦୁଇବର୍ଷ ହୋଇଥିଲେ ମଧ୍ୟ କିଛିନା ଅବଧି ଶେଷ ହେବାର ଦୁଇ ବର୍ଷହେଵ ବିନା ନିର୍ବାଚନରେ ଗାଦି ମାଡି଼ ବସିଥିବା ଜଣାପଡିଛି! ଭ୍ରଷ୍ଟାଚାରରେ ସପୃକ୍ତ ଥିବା ପ୍ରମାଣ ମିଳିବା ପରେ ସେ ବଡଚଣା ବ୍ଲକର ଜୋନ୍-୧ ମହିଳା ମହାସଂଘ (ମିଶନ ଶକ୍ତି)ର ସଭାନେତ୍ରୀ ପଦରୁ ଇସ୍ତଫା ଦେଇଥିଲେ ମଧ୍ୟ ଅଦ୍ୟାବଧି ସେ ଯେଉଁ ଏସଏଚଜିରରେ ସଭ୍ୟ ଓ ସଭାନେତ୍ରୀ ଅଛନ୍ତି ସେଥିରୁ ଅନ୍ତର ହୋଇ ନାହାଁନ୍ତି କିମ୍ବା ସେହି ସଙ୍ଘରେ ଏ ସମ୍ପର୍କରେ କୌଣସି ରେଜୁଲେସନ ହୋଇନଥିବା ଜଣାପଡିଛି! ଖାଲି ସେତିକି ନୁହେଁ ଓଏଲଏମ ଓ ମିଶନଶକ୍ତି ଅଧିକାରୀମାନଙ୍କ ସହଯୋଗରେ ବିନା ଟେଣ୍ଡରରେ କିଛିନା ଯେଉଁ ବଡ଼ଚଣା ଜୋନ୍-୧ ମହିଳା ମହାସଂଘର ସଭାନେତ୍ରୀ ଅଛନ୍ତି ସେହି ମହାସଙ୍ଘକୁ ବଡ଼ଚଣା ବ୍ଳକରେ ଥିବା ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ପିଲାଙ୍କ ପାଇଁ ୟୁନିଫର୍ମ ଯୋଗାଣର ଠିକା ଦିଆଯାଇ ଥିବା ଜଣାପଡିଛି! ୟୁନିଫର୍ମ ଯୋଗାଣ ବାବଦ ଅର୍ଥରାଶି ମହାସଂଘର ଜମାଖାତାକୁ ଯାଉଥିଲେ ମଧ୍ୟ ଏହାର ଲାଭାଂଶ ରାଶିର ଫାଇଦା ମହାସଂଘର ସଦସ୍ୟା ମାନଙ୍କୁ କେବେ ବି ମିଳୁନାହିଁ ବରଂ ତାହା ଦୀର୍ଘ ଦିନହେବ କୁଆଡେ ଯାଉଛି ବୋଲି ଏବେ ବହୁ ସଦସ୍ୟା ଅଭିଯୋଗ କରିଛନ୍ତି!
ଅନେକଦିନ ହେବ ଉକ୍ତ ବ୍ଳକର ଦର୍ପଣ ପଞ୍ଚାୟତରେ ଏମବିକେ ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ କିଛିନାଙ୍କ ପ୍ରରୋଚନାରେ ବେଆଇନ ଭାବେ ମହାସଙ୍ଘର ସମ୍ପାଦିକା ଭାବେ ରଖାଯାଇ ମିଶନଶକ୍ତି କାର୍ଯ୍ୟକ୍ରମରେ ବହୁ ନିୟମ ବହିର୍ଭୁତ କାର୍ଯ୍ୟ କରାଯାଉଥିବା ବେଳେ ଏଥିନେଇ କିଛିନାଙ୍କୁ ସପୃକ୍ତ ସିଡିପିଓ ଓ ଜୀବୀକା ମିଶନର ଜିଲ୍ଲା ସଞ୍ଜୋଜିକା ସହଯୋଗ କରିଥିବା ଅଭିଯୋଗ ହୋଇଛି! ନିର୍ବାଚନ ଅବଧି ପୁରିବା ପରେ ସିଡିପିଓ ଏବଂ ଓଏଲଏମ ସଞ୍ଜୋଜିକା ଫେଡେରେସନର କାର୍ଯ୍ୟନିର୍ବାହୀ ବୈଠକ ଡାକି ନିର୍ବାଚନ କରାଇବାର ନିୟମ ଥିଲେ ମଧ୍ୟ ତାହା ହୋଇନଥିବା ଜଣାପଡିଛି! ଅନ୍ୟପକ୍ଷରେ ଭାଇରାଲ ହୋଇଥିବା ଭିଡିଓରେ କିଛିନା ଆଦାୟ କରୁଥିବା ଲାଞ୍ଜ ଟଙ୍କାକୁ ସାରଙ୍କୁଦେଇ କାମ କରିବେ ବୋଲି ବାରମ୍ବାର କହୁଥିବା ଦେଖାଯାଇଛି! ତେବେ ସେହି ସାର ଜଣକ କିଏ ଓ ତାଙ୍କ ପ୍ରଭାବରେ କିଛିନା ବଡଚଣା ବ୍ଳକ ଜିବିକା ମିଶନରେ ଏପରି ଅନୈତିକ କାର୍ଯ୍ୟ କରୁଥିଲେ କି ବୋଲି ଏବେ ସାଧାରଣରେ ପ୍ରଶ୍ନ ହୋଇଛି! କିଛିନାଙ୍କ ମାଧ୍ୟମରେ ମିଶନଶକ୍ତି କାର୍ଯ୍ୟକ୍ରମ ଅଧିନରେ ବଡଚଣା ବ୍ଳକରେ ଏମବିକେ,ସିଆରପି ଓ ବ୍ୟାଙ୍କମିତ୍ର ନିଯୁକ୍ତିରେ ହୋଇଥିବା ବ୍ୟାପକ ଲାଞ୍ଜ କାରବାର ଓ ଭ୍ରଷ୍ଟାଚାରର ପ୍ରମାଣ ମିଳିଥିବାରୁ ତାହାଉପରେ ଉଚ୍ଚ ସ୍ଥରୀୟ ତଦନ୍ତ କରାଯିବା ସହ ସଦ୍ୟ ସମାପ୍ତ ଏହି ସମସ୍ତ ନିଯୁକ୍ତିକୂ ବାତିଲ କରାଯାଇ ସ୍ୱଛତା ଅବୋଲମ୍ବନ କରାଯାଉ ଓ ସପୃକ୍ତ ଦୁର୍ନୀତି ଗ୍ରସ୍ତ ଫେଡେରେସନ ସଭାନେତ୍ରୀଙ୍କୁ ଗିରଫ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି!