Odisha news

ଅଧା ସଚଳ,ଅଧା ଅଚଳରେ ଚାଲିଛି ବଡଚଣା କ୍ଷୁଦ୍ର ପାନୀୟଜଳ ପ୍ରକଳ୍ପ

0

ଚଣ୍ଡିଖୋଲ : ଚଣ୍ଡିଖୋଲ ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ତରଫରୁ ବଡଚଣା ବ୍ଳକର ବଡଚଣା ଛକ ଠାରେ ଏକ କ୍ଷୁଦ୍ର ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ନିର୍ମାଣର କିଛି ବର୍ଷ ଧରି ସଠିକ ଭାବେ ଜଳ ଯୋଗାଣ ହେଉଥିଲା କିନ୍ତୁ ଆଜକୁ ପାଞ୍ଚ ବର୍ଷ ଧରି ଅଧା ସଚଳ ଅଧା ଅଚଳରେ ଏହି ପ୍ରକଳ୍ପଟି କାର୍ଯ୍ୟକାରୀ ହେଉଛି । ଫଳରେ ବହୁ ଲୋକ ପାନୀୟଜଳ ପାଇବାରୁ ବଂଚିତ ହେଉଛନ୍ତି । ଏହି ପ୍ରକଳ୍ପ ଉପରେ ବଡଚଣା ଥାନା,ବଜାର,ସିଂହ ସାହି,ଡାକ୍ତରଖାନା,ଦେଉଳକୁର,କାଂଜିଆ ଆଦି ଗ୍ରାମର ଶତାଧିକ ଜନସାଧାରଣ ନିର୍ଭର କରିଥାନ୍ତି । କିନ୍ତୁ ବାରମ୍ବାର ଏହି ପ୍ରକଳ୍ପଟି ଅଚଳ ହୋଇପଡୁଛି, ବିଭାଗ ପକ୍ଷରୁ ଏହାର ମରାମତି କରାଯାଉଛି ହେଲେ ମାତ୍ର ଦୁଇ ଦିନ ପରେ ପୂର୍ବବସ୍ଥା ଲାଗିରହୁଛି ।

କିଛି ଦିନ ତଳେ ଏହି ପ୍ରକଳ୍ପଟି ଅଚଳ ହୋଇଥିଲା,ବିଭାଗ ପକ୍ଷରୁ ମରାମତି କରାଯିବା ପରେ ଏବେ ପାନୀୟଜଳ ମାତ୍ର ଶହେରୁ ଦୁଇ ଶହ ମିଟର ଭିତରେ ଜଳ ଯୋଗାଉଛି । ଅନ୍ୟ ସ୍ଥାନ ଗୁଡିକୁ ଜଳ ପହଞ୍ଚି ପାରୁ ନାହିଁ, ଏହା ଉପରେ ପାଣି ପାଇଁ ନିର୍ଭର କରିଥିବା ଲୋକମାନେ ଟ୍ୟାଙ୍କର ଯୋଗେ ପାଣି କିଣୁଥିବାର ଦେଖିବାକୁ ମିଳୁଛି ।

ସରକାର ସମସ୍ତ ପରିବାରକୁ ସୁଦ୍ଧ ପାନୀୟଜଳ ଯୋଗାଇବା ପାଇଁ ବସୁଧା ଠାରୁ ଆରମ୍ଭ କରି ଅନେକ ଜଳଯୋଗାଣ ଯୋଜନା କରୁଛନ୍ତି । କିନ୍ତୁ ଏହି ପ୍ରକଳ୍ପଟିକୁ ଦେଖିଲେ ସରକାରଙ୍କ ଏହି ଯୋଜନା କିପରି କାର୍ଯ୍ୟକାରୀ ହେଉଛି ତାହା ସ୍ପଷ୍ଟ ଜଣାପଡୁଛି । ଏହି ପ୍ରକଳ୍ପ ଦାୟୀତ୍ୱରେ ଥିବା ଯନ୍ତ୍ରୀ ସଠିକ ଭାବେ ମରାମତି କାର୍ଯ୍ୟ କରୁନଥିବା ଅଭିଯୋଗ ହେଉଛି । ଏବଂ ଏହାର ମରାମତି ପାଇଁ ବିଭାଗ ବାର୍ଷିକ କେତେ ଟଙ୍କା ଖର୍ଚ୍ଚ କରୁଛି ତାହାର ତଦନ୍ତ ହେବା ଆବଶ୍ୟକ ବୋଲି ଅଂଚଳବାସୀ ଦାବୀ କରିଛନ୍ତି ।

Nalco

Leave A Reply