ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ତଥା ଚଣ୍ଡିଖୋଲର ବିଶିଷ୍ଟ ବ୍ୟବସାୟୀ ଓ ଟ୍ରକ ମାଲିକ ସଙ୍ଘର ଉପଦେଷ୍ଟା ପ୍ରାକ୍ତନ ସଭାପତି ନିର ନାୟକଙ୍କ ଦେହାନ୍ତରେ ଶୁକ୍ରବାର ଦିନ ଚଣ୍ଡିଖୋଲ ଟ୍ରକ ମାଲିକ ସଙ୍ଘ ପକ୍ଷରୁ ଏକ ଶୋକସଭା ଆୟୋଜିତ ହୋଇଥିଲା!ଏଥିରେ ବହୁ ବିଶିଷ୍ଟ ବ୍ୟକ୍ତି ଓ ଟ୍ରକ ମାଲିକ ମାନେ ଯୋଗଦେଇ ଦବଙ୍ଗତ ଶ୍ରୀ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ!ଆବାହକ କ୍ଷୀରୋଦ ମାହାଲାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସଙ୍ଘ ସଭାପତି ବିଭୁତି ଭୁଷଣ ଜେନା,ପୁଷ୍ପରାଜ ନାୟକ,ପ୍ରମୋଦକୁମାର ନାୟକ,ଅଟଳ ଜେନା,ବଳିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ହେମନ୍ତ ମହାପାତ୍ରଙ୍କ ସହ ସଙ୍ଘର ବହୁ କର୍ମ କର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ!