ଚଣ୍ଡିଖୋଲ ଛକରେ ବିପର୍ଯ୍ୟସ୍ତ ଟ୍ରାଫିକ୍ ବ୍ୟବସ୍ଥାର ସୁଧାର ପାଇଁ ସ୍ଥିତି ପରଖିଲେ ଜିଲ୍ଲାପାଳ,ଏସ୍ପି ଓ ଏନଏଚ କତ୍ତୃପକ୍ଷ
ଚଣ୍ଡିଖୋଲ ୨୧/୪: ଯାଜପୁର ଜିଲ୍ଲାର ଏକ ମୁଖ୍ୟ ବ୍ୟବସାୟିକ ପେଣ୍ଠ ଭାବେ ଚଣ୍ଡିଖୋଲ ଜଣାସୁଣା ହୋଇଥିଲେ ମଧ୍ୟ ଏଠାରେ ଦୀର୍ଘ ବର୍ଷଧରି ଟ୍ରାଫିକ ସମସ୍ୟା ଉତ୍କଟ ହୋଇପଡିଛି! ୧୬ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତିକରଣ ସମୟରେ ରାସ୍ତା ନିର୍ମାଣରେ ତୃଟି ପୂର୍ଣ୍ଣ ନିର୍ମାଣ ସାଙ୍ଗକୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ସୁବ୍ୟବସ୍ଥା ହୋଇନଥିବାରୁ ବର୍ଷ ବର୍ଷ ଧରି ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି!ଏପରିକି ଚଣ୍ଡିଖୋଲ ଛକ ଦୀର୍ଘଦିନ ହେବ ଦୁର୍ଘଟଣା ପ୍ରବଣ ସ୍ଥଳଭାବେ ପରିଗଣିତ ହୋଇଛି! ଦୀର୍ଘଦିନ ଧରି ଲାଗି ରହିଥିବା ଏହି ଟ୍ରାଫିକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଶୁକ୍ରବାର ଦିନ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର, ଏସପି ଭିନୀତ ଅଗ୍ରୱାଲ,ଜାତୀୟ ରାଜପଥର ଢେଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ସଞ୍ଜୟ ଚାନା, ଚଣ୍ଡିଖୋଲ ଆରଟିଓ ସମ୍ବିତକୁମାରଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଘଟଣା ସ୍ଥଳକୁ ଆସି ସ୍ଥିତି ଅନୁଧ୍ୟାନ କରିଥିଲେ! ୧୬ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ଦେଇ ଯାଇଥିବାରୁ ଏହି ଏଠାରେ ଟ୍ରାଫିକ ସମସ୍ୟା ଦିନକୁଦିନ ଉତ୍କଟ ହୋଇପଡିଛି! ବିଶେଷକରି ଚଣ୍ଡିଖୋଲ ବଜାରର ଆଟିଓ ଅଫିସ ଓ ଜନପ୍ରିୟ ପ୍ରେସ ନିକଟରେ ନିର୍ମାଣ ହୋଇଥିବା ସଙ୍କୁଚିତ ଅଣ୍ଡରପାସ ଯୋଗୁଁ ଏବଂ ବଜାରର ଉଭୟ ପାର୍ଶ୍ଵରେ ପାଦଚଲା ରାସ୍ତା ଓ ଜାତୀୟ ରାଜପଥ ରାସ୍ତା ଜବର ଦଖଲ ଯୋଗୁଁ ବଜାର ଅଞ୍ଚଳରେ ଏହି ଟ୍ରାଫିକ ସମସ୍ୟା ଦ୍ୱିଗୁଣିତ ହୋଇପଡିଛି! ଯେଉଁଥି ପାଇଁ ଏଠାରେ ବାରମ୍ବାର ସଡ଼କ ଦୁର୍ଘଟଣା ଘଟି ଧନଜୀବନ ହାନୀ ଘଟୁଥିବା ଅଭିଯୋଗ ହୋଇଆସୁଛି! ଏହି ସମସ୍ୟାକୁ ସୁ ନିୟନ୍ତ୍ରିତ କରିବା ସହ ଆବଶ୍ୟକ ସ୍ଥଳେ ଛକ ମଝିରେଥିବା ମିଡିଆନ କଟିଙ୍ଗକୁ ବନ୍ଦକରି ଦିଆଯାଇ ବଜାର ମଧ୍ୟକୁ ଅଧିକ ଗାଡି ଛଡାନଯାଇ ସେଗୁଡିକୁ ବିପରୀତ ଦିଗର ଜାତୀୟ ରାଜପଥରେ ଛଡାଯିବା ପାଇଁ ଆଲୋଚନା ହୋଇଥିଲା! ସେହିପରି ଚଣ୍ଡିଖୋଲ ଠାରୁ ଡୁବୁରୀ ପର୍ଯ୍ୟନ୍ତ ଚାଲିଥିବା ରାସ୍ତାର ଦୋହରିକରଣ କାର୍ଯ୍ୟ ମନ୍ଥର ହେଉଥିବାରୁ ସେଥିନେଇ ଜିଲ୍ଲାପାଳ ବିରକ୍ତି ପ୍ରକାଶ କରିବା ସହ ନିର୍ମଣ କାର୍ଯ୍ୟକୁ ଚୁକ୍ତି ଅନୁମଯାୟୀ ଶେଷକରିବାକୁ ଉପସ୍ଥିତ ଜାତୀୟ ରାଜପଥ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପରାମର୍ଶ ଦେଇଥିଲେ! ଏହି ଅନୁଧ୍ୟାନ ସମୟରେ ବଡଚଣା ଥାନା ଅଧିକାରୀ ପ୍ରଦୀପକୁମାର କାନୁନଗୋ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ!