ଚଣ୍ଡିଖୋଲ : ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଛାତ୍ର ସଂସଦର ପ୍ରାକ୍ତନ ସାଧାରଣ ସମ୍ପାଦକ ପ୍ରଶାନ୍ତକୁମାର ଦାଶଙ୍କର ସୋମବାର ବିଳମ୍ବିତ
ରାତିରେ ହୃଦଘାତରେ ଅକାଳ ମୃତ୍ୟୁ ଘଟିଛି ! ତାଙ୍କୁ ୬୦ ବର୍ଷ ହୋଇଥିଲା! ସେ ଚଣ୍ଡିଖୋଲ ନିକଟ କ୍ଷେତ୍ରପାଳ ସ୍ଥିତ ନିଜ ବାସ ସ୍ଥାନରେ ଥିଲାବେଳେ ହଠାତ ଗତ ରାତିରେ ସେ ଅଶୁସ୍ତ ଅନୁଭବ କରିଥିଲେ! ତାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା! ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଯାଇଥିଲା! ଗ୍ରାମ ଶ୍ମାଶନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା! ତାଙ୍କର ଏକମାତ୍ର ପୁତ୍ର ଏସ ପି ଆନନ୍ଦ ଦାଶ ମୁଖାଗ୍ନି ଦେଇଥିଲେ! ତାଙ୍କ ଦେହାନ୍ତ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ! ଜଣେ ଦୃଢ ଛାତ୍ର ସଙ୍ଗଠକ ଓ ବନ୍ଧୁ ବତ୍ସଳ ନେତୃତ୍ବ ଭାବେ ସ୍ୱର୍ଗତ ଦାଶ ସଭିଙ୍କ ପ୍ରିୟପାତ୍ର ଥିଲେ! ତାଙ୍କ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି! କଲେଜ ପୂରାତନ ଛାତ୍ର ସଂଘ ପକ୍ଷରୁ ଶୋକସଭା ଅନୁଷ୍ଠିତ ହୋଇଥିଲା! ଛାତ୍ର ସଙ୍ଘ ସଭାପତି ପବିତ୍ର ମୋହନ ମାହାଲା, ସାଧାରଣ ସମ୍ପାଦକ ଦେବରାଜ ବେହେରା,ଅଧ୍ୟାପକ ବିଜୟ କେତନ ସାମଲ. ସଲିଳ ରାଜନନ୍ଦନ ମହାନ୍ତି, ଅକ୍ଷୟ କୁମାର ମିଶ୍ର,ପ୍ରାକ୍ତନ ସମ୍ପାଦକ ଶକ୍ତି ରଞ୍ଜନ ରାଉତ,ଶରତ କୁମାର ଷଡ଼ଙ୍ଗୀ, ସୌଭାଗ୍ୟ କେତନ ନାୟକ,ପ୍ରଦୀପ୍ତ କୁମାର ଧଳ, ପ୍ରମୁଖ ଏଥିରେ ଯୋଗଦେଇ ଗଭୀର ଶୋକ ବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ!