ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକରେ ଆସନ୍ତା ମେ ମାସ ୨ ତାରିଖରେ ୧୮ଟି ଓଆର୍ଡରେ ଉପନିର୍ବାଚନ ହେବାକୁ ଦିନଧାର୍ଯ୍ୟ ହୋଇଛି! ଉପନିର୍ବାଚନ ପାଇଁ ବିଗ୍ୟପ୍ତି ପ୍ରକାଶ ପାଇବା ପରେ ମତଦାନ ହେବାକୁ ଥିବା ଏହି ୧୮ଟି ଓଆର୍ଡରେ ୪୦ଜଣ ପ୍ରତିଦ୍ୱନ୍ଦୀଙ୍କ ନାମାଙ୍କନ ପତ୍ର କାୟମ ରହିଛି! ଗତ ତ୍ରିସ୍ଥରୀୟ ସାଧାରଣ ନିର୍ବାଚନ ସମୟରେ ବିଭିନ୍ନ କାରଣରୁ ବଡଚଣା ବ୍ଳକର ୧୨ଟି ପଞ୍ଚାୟତର ଏହି ୧୮ଟି ଓଆର୍ଡରେ ଓଆର୍ଡ ମେମ୍ବର ଫଦବୀ ପାଇଁ ନିର୍ବାଚନ ହୋଇନଥିଲା! ଫଳରେ ଖାଲି ପଡିଥିବା ଏହିସବୁ ଓଆର୍ଡରେ ଉପନିର୍ବାଚନ ହେବାକୁ ଯାଉଛି! ତେବେ ଉପନିର୍ବାଚନ ହେବାକୁ ଥିବା ମୋଟ ୧୮ଟି ଓଆର୍ଡ ମଧ୍ୟରୁ ୫ ଟି ଓଆର୍ଡରେ କେବଳ ଜଣେ ଲେଖାଏଁ ପ୍ରାର୍ଥୀପତ୍ର ଦାଖଲ କରିଥିବାରୁ ସେଠାରେ ଆଉ ପ୍ରତିଦ୍ୱନ୍ଦିତା ହେବନାହିଁ! ଅବଶିଷ୍ଟ ୧୩ଟି ଓଆର୍ଡରେ ମେ ଦୁଇ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ!
ବ୍ଳକ ପଞ୍ଚାୟତ ଅଧିକାରୀଙ୍କ ସୂଚନା ମୁତାବକ ଶାଳପଡା ପଞ୍ଚାୟତର ୫,୭ ଓ ୯ ନମ୍ବର ଓଆର୍ଡରେ ନିର୍ବାଚନ ହେବାକୁ ବିଗ୍ୟପ୍ତି ପ୍ରକାଶ ପାଇଛି! ତେବେ ସେଠାର ୫ ଓ ୭ ନମ୍ବର ଓଆର୍ଡରେ ଜଣେଲେଖା ପ୍ରାର୍ଥୀ ଥିବାରୁ କେବଳ ୯ ନମ୍ବର ଓଆର୍ଡରେ ନିର୍ବାଚନ ହେବ! ସେହିପରି ବିକ୍ରମତିରଣ ପଞ୍ଚାୟତର ୭ ନମ୍ବର,ପତରାଜପୁରର ୯ ନମ୍ବର,ପଲେଇ ପଞ୍ଚାୟତ ୧୫ ନମ୍ବର ଓ ବଡଚଣା ପଞ୍ଚାୟତର ୧୦ ନମ୍ବର ଓଆର୍ଡରେ ଜଣେଲେଖା ପ୍ରାର୍ଥୀ ରହିଥିବାରୁ ସେଠାରେ ମଧ୍ୟ ମତଦାନ ହେବନାହିଁ ବୋଲି ଜଣାପଡିଛି! ଏଥିସହ ନିର୍ବାଚନ ହେବାକୁଥିବା ଅନ୍ୟ ୧୩ ଟି ପଞ୍ଚାୟତ ମଧ୍ୟରୁ ଚମ୍ପାପୁର ପଞ୍ଚାୟତର ୪ ନମ୍ବର ଓଆର୍ଡ ପାଇଁ ୫ଜଣ,ଚାରିନଙ୍ଗଳ ପଞ୍ଚାୟତର ୪ ନମ୍ବର ଓଆର୍ଡ ପାଇଁ ୫ ଜଣ,ଅଣକା ପଞ୍ଚାୟତ ୧୯ ନମ୍ବର ଓଆର୍ଡ ପାଇଁ ୨ଜଣ,ଅଚ୍ୟୁତବସନ୍ତ ପଞ୍ଚାୟତ ୧ ନମ୍ବର ଓଆର୍ଡରେ ୩ଜଣ,ସୀହାପଞ୍ଚାୟତ ୩ ନମ୍ବର ଓଆର୍ଡରେ ୩ଜଣ,କାଇମାଟିଆ ପଞ୍ଚାୟତ୩ ନମ୍ବର ଓଆର୍ଡରେ ୨ଜଣ ପ୍ରାର୍ଥୀ ରହିଥିବାରୁ ଏହିସବୁ ସ୍ଥାନରେ ମତଦାନ ହେବବୋଲି ଜଣାପଡିଛି!