Odisha news

ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଲେଙ୍କାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ

0
ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ଅରଖପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଦେବେନ୍ଦ୍ର ଲେଙ୍କାଙ୍କ ୮୨ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି! ୧୯୪୧ ମସିହାରେ ସ୍ୱର୍ଗତ ଲେଙ୍କା ନିଳମ୍ବର ପୁର ଗ୍ରାମରେ ଜନ୍ମଗ୍ରହଣ କରି ଥିଲେ! ସେ ଜଣେ ପରୋପକାରୀ ଓ ଦରଦୀ ମଣିଷ ଭାବେ ତାଙ୍କର ବେଶ ଖ୍ଯାତି ରହିଥିଲା! ୧୯୯୨ ମସିହାରେ ସରପଞ୍ଚ ଭାବେ ନିର୍ବାଚିତ ହେବା ସହ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବା ଓ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ କରି ବେଶ ଲୋକପ୍ରୀୟ ହୋଇ ପାରିଥିଲେ! ସେ ପ୍ରାକ୍ତନ ଉପମୁଖ୍ୟ ମନ୍ତ୍ରୀ ସ୍ୱର୍ଗତ ବସନ୍ତକୁମାର ବିଶ୍ୱାଳଙ୍କର ସାଳକ ତଥା ବଡଚଣାର ପୂର୍ବତନ ବିଧାୟକ ଧନଞୟ ଲେଙ୍କାଙ୍କ କନିଷ୍ଠ ଭ୍ରାତା ଓ ବିଜେଡି ରାଜ୍ୟ ସଂପାଦକ ଜନ୍ମେଜୟ ଲେଙ୍କା ଙ୍କର ଦାଦା ହେବେ! ପୁରୀ ସ୍ଵର୍ଗଦ୍ଵାର ଠାରେ ତାଙ୍କର ଶେଷକୃତ୍ୟ ସମ୍ପୂର୍ଣ୍ଣ ହୋଇଥିଲା ବେଳେ ଦୁଇ ପୁଅ ଓ ତିନି ଝିଅଙ୍କ ଉପସ୍ଥିତିରେ ଜ୍ୟେଷ୍ଠପୁତ୍ର ସମର କେତନ ଲେଙ୍କା ମୁଖାଗ୍ନି ଦେଇଥିଲେ!  ଶ୍ରୀ ଲେଙ୍କାଙ୍କ ଦେହାନ୍ତ ଖବର ପାଇବା ପରେ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର, ବିଧାୟକ ଅମରପ୍ରସାଦ ଶତପଥୀ ,ବିଜେପି ରାଜ୍ୟ ସଂପାଦକ ଅମର ନାୟକ, ବ୍ଲକ ଅଧ୍ୟକ୍ଷା ମିନତୀ ସେନାପତି,ସାମ୍ବାଦିକ ମହେଶ୍ବର ବଳ,ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା,ସାମ୍ବାଦିକ ଭକ୍ତଚରଣ ସାହୁ,ପ୍ରଦୀପ୍ତ ପୃଷ୍ଟି,ପ୍ରମୋଦ ଜେନା,ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ କୈଳାସ ରାଉତ,ନିରଞ୍ଜନ ସାହୁ,ପ୍ରଭାକର ଶତପଥୀ, ସରପଞ୍ଚ  ଞ୍ଯାନରଂଜନ ସାହୁ,ରମେଶଚନ୍ଦ୍ର ପୃଷ୍ଟି,ଅଂଞୁଲତା ସ୍ବାଇଁ, ପୁଷ୍ପଲତା ସିଂହ, ସମିତି ସଭ୍ଯା ରଶ୍ମିତା ଦାଶ,ପୂର୍ବତନ ସରପଞ୍ଚ ସ୍ନେହଲତା ସ୍ବାଇଁ,ଗୋପାଳ ରାଉତ,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ରମାକାନ୍ତ ରାଉତ, ପ୍ରଦିପ ଜେନା, ଧିରେନ୍ଦ୍ର ରାଉତ ,ପ୍ରଦିପ ଧଳ ଓ ଆଇନଜୀବୀ ତଥା ଚଣ୍ଡିଖୋଲ ବାର ସମ୍ପାଦକ ପ୍ରକାଶ ଦାଶ, ଅକ୍ଷୟ ସ୍ବାଇଁ,ଦେବରାଜ ବେହେରା ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି!

Leave A Reply