ଚଣ୍ଡିଖୋଲ ୭।୪ : ନିଜର ୧୦ବର୍ଷର ଏକ ଶିଶୁ ପୁତ୍ରକୁ ତା’ର ବାପା ହାଟକୁନେଇ ଅନ୍ୟ ଜଣକୁ ବିକ୍ରିକରିଦେବା ପରି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅଞ୍ଚଳରେ! ଏହି ଘଟଣା ପ୍ରଘଟ ହେବାପରେ ଶିଶୁଟିର ମା’ ଓ ଗ୍ରାମବାସୀ ମାନେ ସ୍ଥାନୀୟ ପୋଲିସ ସହ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବଡଚଣା ପୋଲିସ ବିକ୍ରି ହୋଇଯାଇଥିବା ଶିଶୁଟିକୁ ଉଦ୍ଧାରକରି ତା ମା’ର ଯିମା ଦେଇଥିବା ଜଣାପଡିଛି! ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସେଷ୍ଟି କରିଛି!।ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବଡଚଣା ବ୍ଲକ୍ ଶାସନ ପୁରୁଷୋତ୍ତମପୁର ଅଞ୍ଚଳର ଘନ ସିଂ ସପରିବାର ଏଠାରେ ଳହୁଥିଲେ! ଗତ ଦୂଇଦିନ ତଳେ ଘନ ସିଂ ନିଜ ୧୦ବର୍ଷ ପୂଆକୂ ଧର୍ମଶାଳା ବ୍ଳକର ଆରୁହା ହାଟକୁ ସାଙ୍ଗରେ ନେଇ ଯାଇଥିଲେ । ହାଟରେ ବୁଲିବା ସମୟରେ ଘନ ନିଜ ପୁଅକୁ ସେଠାରେ ମାଧବ ନାମକ ଜନୈକ ବ୍ୟକ୍ତିଙ୍କୁ ପୁଅକୁ ବିକ୍ରି କରିଦେଇଥିଲେ!ଗାଇଗୋରୁ ଚରାଇବା ପାଇଁ ଶିଶୁଟୀକୁ ମାଧବ କିଣି ନେଇଥିବା ଜଣା ପଡିଛି! ଘନର ଏପରି କାର୍ଯ୍ୟକୁ ତାଙ୍କ ସ୍ତ୍ରୀ ବିରୋଧ କରିବା ସହ ଏ ସମ୍ପର୍କରେ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ । ଏନେଇ ସ୍ଥାନୀୟ ଲୋକେ ଗୁରୁବାରଦିନ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ । ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶ ପରେ ବଡଚଣା ପୋଲିସ ଶିଶୁଟିକୁ ଗୁରୁବାର ରାତିରେ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲା ! ପରେ ଶିଶୁଟିକୁ ତାମା’ଙ୍କ ହେପାଜତରେ ପୋଲିସ ଛାଡିଥିବା ଜଣାଯାଇଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଯାରୀ ରଖିଛି! ତେବେ ଶିଶୁଟିକୁ କେତେ ଟଙ୍କାରେ ବିକ୍ରି କରାଯାଇଥିଲା ତାହା ଜଣା ପଡିନଥିଲା ବେଳେ କିଣିଥିବା ଲୋକର ସବିଶେଷ ତଥ୍ୟ ପୋଲିସ ଦେଇନାହିଁ!
