ଚଣ୍ଡିଖୋଲ,୦୩/୦୪ : ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଅଞ୍ଚଳରେ କଳାପଥର ଖଣି ଲିଜଧାରୀ ଓ ମେଗା କ୍ରସର ଚଳାଉଥିବା ୪ଜଣ ଅସାଧୁ ବ୍ୟବସାୟୀଙ୍କ ଉପରେ ସୋମବାର ଦିନ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଉଥିବା ଜଣାପଡିଛି! କୋଟି କୋଟି ଟଙ୍କାର ଟିକସ ଫାଙ୍କି ଓ ବେଆଇନ ଆର୍ଥିକ କାରବାର ଅଭିଯୋଗରେ ଏହି ଚଢ଼ାଉ ଆରମ୍ଭ ହୋଇଥିବା ଜଣାପଡିଛି! ଧର୍ମଶାଳା ତହସିଲ ଡଙ୍କାରୀ ରାହାଡପୁର ଠାରେ ଥିବା ନରେନ୍ଦ୍ର ସିଂ ମାଲହୋତ୍ରାଙ୍କ ଉତ୍କଳ ହାଇଉଏ,ଡଙ୍କାରୀ ଠାରେଥିବା ଅମିତ ଷ୍ଟୋନ କ୍ରସର,ଚଡେଇଧରା ଲୁଣିବର ମୌଜାରେ ଥିବା ଜଗବନ୍ଧୁ ମୁଦୁଲିଙ୍କ ଜେବିଏସ କ୍ରସର ଓ ବିଛାଖଣ୍ଡି ଠାରେ ଥିବା ସନ୍ଦିପବରୁଣ ଜେନା ଓ ଦେବେନ୍ଦ୍ର କୁମାର ଜେନାଙ୍କ ଏସ ଏନ କମ୍ଫାନୀର କ୍ରସର ଓ ଯଖପୁରା ଥାନା ମାନତିରା ସ୍ଥିତ ତାଙ୍କ ଅଫିସରେ ଚଢାଉ ଚାଲିଥିବା ଜଣାପଡିଛି! ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ହଜାର ହଜାର କୋଟି ଟଙ୍କାର କଳାପଥର ଲୁଟପାଟ ସାଙ୍ଗକୁ ଶହଶହ କୋଟି ଟଙ୍କାର ଟିକସଫାଙ୍କି ଅଭିଯୋଗ ନେଇ ଯାଜପୁର ଜିଲ୍ଲାର ଧର୍ମଶାଳା ତହସିଲ ଦୀର୍ଘ ଦିନହେବ ଚର୍ଚ୍ଚିତ ହୋଇଯାଇଛି! ଉକ୍ତ ତହସିଲରେ କଳାପଥର ଲୁଟକରି ୫/୭ ବର୍ଷ ମଧ୍ୟରେ ବହୁ ବ୍ୟବସାୟୀ ଅସାଧୁ ଉପାୟରେ ଶହଶହ କୋଟି ଟଙ୍କାର ମାଲିକ ହୋଇଥିବା ନେଇ ବାରମ୍ବାର ବିଭିନ୍ନ ସ୍ଥରରେ ଅଭିଯୋଗ ହୋଇ ଆସୁଛି! ଏହି ଅଭିଯୋଗ ନେଇ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ବିଭିନ୍ନ ଅସାଧୁ ବ୍ୟବସାୟୀଙ୍କ ଉପରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ତିଖ୍ନ ନଜର ରଖାଯାଇ ଚଢାଉ କରାଯାଉଛି! ଗତ ୪ମାସ ପୂର୍ବରୁ ଉକ୍ତ ତହସିଲ ଡଙ୍କାରୀ ପାହାଡ ଅଞ୍ଚଳରେ ଖଣି ଖନନ ଓ କ୍ରସର ଚଳାଉଥୀବା ୫/୬ଜଣ ବ୍ୟବସାୟୀଙ୍କ ଉପରେ ଆୟକର ଓ ଜିଏସଟି ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣଳ ଟିକସ ଫାଙ୍କିକୁ ଠାବ କରାଯାଇଥିଲା ଓ ସେହିସବୁ ଅସାଧୁ ବ୍ୟବସାୟୀଙ୍କ ଠାରୁ ବହୁ ପରିମାଣର ଟୀକସ ଓ ଯୋରିମାନା ଆଦାୟ କରାଯାଇଥିଲା ! ଅଦ୍ୟାବଧି ସେହିସବୁ ବ୍ୟବସାୟୀଙ୍କ ବିରୁଦ୍ଧରେ ତଦନ୍ତ ଅବ୍ୟାହତ ଥିଲାବେଳେ ସୋମବାର ଦିନ ପୁନର୍ବାର ଏହି ୪ ଜଣ ପଥର ଓ କ୍ରସର ବ୍ୟବସାୟୀଙ୍କ ଉପରେ ଚଢାଉ ଆରମ୍ଭ ହୋଇଛି! ଆୟକର ବିଭାଗର ପ୍ରାୟ ୪୦ରୁ ଉର୍ଦ୍ଧ୍ବ ଅଧିକାରୀ ଏହି।ଚଢାଉରେ ସାମିଲ ଥିବା ଜଣାପଡିଛି! ଚଢାଉ ଅବ୍ୟାହତ ଥିଲାବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ଆୟକର ଅଧିକାରୀ ମାନଙ୍କ ହସ୍ତଗତ ହୋଇଛି! ତେବେ ତଦନ୍ତ ଅବ୍ୟାହତ।ଥିବାରୁ ସବିଶେଷ ତଥ୍ୟ ଦେବାକୁ ଅଧିକାରୀ ମାନେ ଅନିଛା ପ୍ରକାଶ କରିଛନ୍ତି!
