Odisha news

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ : ପ୍ରମୀଳାଙ୍କ ପାଇଁ ତଦନ୍ତ ବେଳେ ବାକିଆ ଭତ୍ତା ପାଇଲେ ପୁରୁଣାବଉଳମାଳ ପଞ୍ଚାୟତର ୧୧ ଗରିବ ହିତାଧିକାରୀ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଳକ ଅନ୍ତର୍ଗତ ପୁରୁଣା ବଉଳମାଳ ପଞ୍ଚାୟତ ଗୟାସାହି ଗ୍ରାମର ବିଧବା ବୃଦ୍ଧା ପ୍ରମୀଳା ସିଂଙ୍କୁ ଚଞ୍ଚକତାକରି ଦୀର୍ଘ ଦୁଇବର୍ଷ ଧରି ବିଧବା ଭତ୍ତା ଦିଆନଯିବା ଘଟଣାର ତଦନ୍ତ ଚାଲିଥିଲା ବେଳେ ଏବେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ପରି ଅବସ୍ଥା ଦେଖିବାକୁ ମିଳିଛି! ପ୍ରମୀଳାଙ୍କୁ ଭତ୍ତା ନମିଳିବା ଘଟଣା ନେଇ ଅଭିଯୋଗ ହେବାପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ଫେବୃଆରୀ ୪ ତାରିଖରେ ଏହାର ତଦନ୍ତ କରାଯାଇଥିଲା! ତଦନ୍ତ ସମୟରେ ଏହି ପଞ୍ଚାୟତରେ କେବଳ ପ୍ରମୀଳାଙ୍କୁ ନୁହେଁ ବରଙ୍ଗ ଅନେକ ଗରିବ ହିତାଧିକାରୀଙ୍କୁ ବିନାକାରଣରେ ଦୀର୍ଘ ଦିନଧରି ଭତ୍ତା ପ୍ରଦାନ କରାଯାଇ ନଥିବା ତଦନ୍ତକାରୀ ଅଧିକାରୀଙ୍କ ନଜରକୁ ଆସିଥିଲା! ଏହି ପଞ୍ଚାୟତରେ କାର୍ଯ୍ୟ କରୁଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ ବା ପିଇଓଙ୍କ ଦାୟିତ୍ୱ ହୀନତା ପାଇଁ ଏହି ହିତାଧିକାରୀ ମାନେ ଦୀର୍ଘ ଦିନଧରି ଭତ୍ତାରୁ ବଞ୍ଚିତ ହୋଇଥିବା ଜଣାପଡିଥିଲା! ଏହି ଘଟଣାନେଇ ତଦନ୍ତକାରୀ ଅଧିକାରୀ ଯାଜପୁର ଜିଲ୍ଲା ଡି ଏସ ଏସ ଓ ସଗ୍ରାମକୁମାର ବେହୁରା ପିଇଓଙ୍କ ଉପରେ ଭିଷଣ ବର୍ଷିବା ସହ ଉପେକ୍ଷିତ ହିତାଧିକାରୀଙ୍କୁ ଯଥାଶୀଘ୍ର ଭତ୍ତାଟଙ୍କା ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ! ଏହି ଘଟଣାକୁ ଏବେ ଏକମାସ ବିତିଯିବା ପରେ ଉକ୍ତ ପଞ୍ଚାୟତରେ ଦୀର୍ଘଦିନ ହେବ (ଦୁଇମାସରୁ ଦୁଇବର୍ଷ) ଭତ୍ତାଟଙ୍କା ପାଇନଥିବା ଗୟାସାହି ଗ୍ରାମର ପ୍ରମିଳା ସିଂ ସହ ଗୟାସାହିର ସୁନା ବେୱ,ମଧୁ ଜରେଇ, ବରମୁଣ୍ଡୁଳି ଗ୍ରାମର ଲକ୍ଷ୍ମୀ ସାମଲ, ଆନନ୍ଦ ଘଡେଇ ,ରିତା ପ୍ରଧାନ, ରମ୍ଭା ମଲ୍ଲିକ, ଧନୀ ମଲ୍ଲିକ,ମାତାଜୀ ବେହେରା, ବିମୁଖ ସାହୁ, ବାସନ୍ତୀ ବେୱ ପ୍ରଭୃତି ୧୧ ଜଣଙ୍କୁ ଦୁଇଦିନ ତଳେ ଗତ ୧୬ ତାରିଖ ଦିନ ଚଳିତ ମାସ ସହିତ ବାକିଆ ଭତ୍ତାଟଙ୍କା ପ୍ରଦାନ କରାଯାଇଥିବା ଜଣାପଡିଛି! ତେବେ ପରିତାପର ବିଷୟ ଯାହାଙ୍କ ପାଇଁ ତଦନ୍ତ ହୋଇଥିଲା ସେହି ପ୍ରମିଳା ସିଂ ଦୀର୍ଘ ଦୁଇବର୍ଷ ହେବ ଭତ୍ତାଟଙ୍କା ପାଇନଥିଲେ ମଧ୍ୟ ତାଙ୍କୁ ବାକିଆ ଭତ୍ତାଟଙ୍କା ଦିଆନଯାଇ କେବଳ ଗୋଟିଏ ମାସର ଟଙ୍କା ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଛନ୍ତି! ତେବେ ତାଙ୍କ ପାଇଁ ଅନ୍ୟ ଗରିବ ହିତାଧିକାରୀଙ୍କୁ ବାକିଆ ଭତ୍ତାଟଙ୍କା ମିଳିଥିବାରୁ ପ୍ରମୀଳା ଖୁସି ହେବାସହ ଅନ୍ୟ ହିତାଧିକାରୀ ମନେ ମଧ୍ୟ ଖୁସି ବୋଲି ପ୍ରକାଶ କରିଛନ୍ତି!

Nalco
Leave A Reply