ମାନବିକତା ଭୁଲିଗଲେ ମା’ ଓ ସମ୍ପର୍କୀୟ ମାମୁଁ : ପାଠ ପାଇଁ ୪ ବର୍ଷର ଶିଶୁ ପୁତ୍ରକୁ ଦେଲେ ଶହେରୁ ଅଧିକ ସିଗାରେଟ ଚେଙ୍କ ” ମା ଓ ମାମୁଁ ଥାନାରେ ଅଟକ”
ଚଣ୍ଡିଖୋଲ,୧୫/୦୩ : ଯାଜପୁର ଜିଲ୍ଲାର ବଡଚଣା ବ୍ଳକ ଅନ୍ତର୍ଗତ ଛତିଆ ଗୋପପୁର ଅଞ୍ଚଳରେ ଏକ ଅଭାବନୀୟ ଓ ଅମାନବୀୟ ଘଟଣା କ୍ରମରେ ଜଣେ ୪ବର୍ଷର ଶିଶୁକୁ ପାଠପଢା ଆଳରେ ତା ମା’ ଓ ସମ୍ପର୍କୀୟ ମାମୁଁ ଅତି ନିଷ୍ଠୁରଭାବେ ଶାରୀରିକ ନିର୍ଯାତନା ଦେବା ସହିତ ଶିଶୁଟି ଦେହରେ ସିଗାରେଟ ନିଆରେ ଶହେରୁ ଅଧିକ ଚେଙ୍କଦେବା ଘଟଣା ସମଗ୍ର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି! ଏହି ଘଟଣା ପ୍ରଘଟ ହେବାପରେ ଛତିଆ ଫାଣ୍ଡି ପୋଲିସ ହସ୍ତକ୍ଷେପରେ ଜିଲ୍ଲା ଶିଶୁ ସୁରକ୍ଷା ଟିମ ଘଟଣା ସ୍ଥଳରେ ପହଞ୍ଚି ଶିଶୁଟିକୁ ଉଦ୍ଧାରକରି ନିଜ ହେପାଜତକୂ ନେଇଥିବା ଜଣାପଡିଛି! ବଡଚଣା ବ୍ଳକ କାଇମାଟିଆ ଗ୍ରାମର ରଶ୍ମୀ ମହାପାତ୍ର ତାଙ୍କ ୪ ବର୍ଷର ଶିଶୁପୁତ୍ର ଓ ତାଙ୍କ ବଡବାପା ପୁଅ ଭାଇ କମାଳାକାନ୍ତ ମହାପାତ୍ର କିଛିଦିନ ହେବ ଛତିଆ ଗୋପପୁର ଠାରେ ଭଡାଘରେ ରହୁଥିଲେ! ତେବେ କୌଣସି କାରଣରୁ ରଶ୍ମୀ ନିଜପୁଅ ପ୍ରତି କିଛିଦିନ ହେବ ସ୍ନେହ ଶ୍ରଦ୍ଧାରେ ଉଣାକରି ଆସୁଥିଲେ! କୋମଳମତି ଶିଶୁଟି ଏକଥା ଜାଣିବା ସମ୍ଭବ ହୋଇନଥିବା ବେଳେ ରବିବାର ଦିନ ପାଠପଢା ଆଳରେ ରଶ୍ମୀ ଓ ତା’ସମ୍ପର୍କୀୟ ଭାଇ ଦୁହେଁ ମିଶି ଶିଶୁଟିକୁ ନିର୍ଦୟଭାବେ ମାଡ ମାରିବା ସହ ତା ଦେହରେ ଶହେରୁ ଉର୍ଦ୍ଧ୍ବ ସ୍ଥାନରେସିଗାରେଟ ନିଆର ଚେଙ୍କ ଦେଇଥିଲେ!ଫଳରେ ଶିଶୁଟିର ଦେହ ଜଳିଜିବାସହ ତା।ଦେହସାରା ଫଟକା ହୋଇଯାଇଥିଲା! ଯନ୍ତ୍ରଣା ଯୋଗୁଁ ଶିଶୁଟି ଛଟପଟ ହୋଇ ଭିଷଣ କାନ୍ଦିଥିଲା! ପଡୋଶୀ ଏହାଦେଖି ଛତିଆ ଫାଣ୍ଡିକୁ ଜଣାଇବା ପରେ ପୋଲିସ ଆସି ଶିଶୁଟିକୁ ଫାଣ୍ଡିକୁ ନେଇଥିଲେ! ପରେ ପୋଲିସ ସ୍ଥାନୀୟ ଛତିଆ ,ନେଳିଆ କାଇମାଟିଆ ସରପଞ୍ଚଙ୍କ ସହାୟତାରେ ଜିଲ୍ଲା ଶିଶୁ ସୁରକ୍ଷା ଟିମକୁ ଜଣାଇଥିଲେ! ଖବର ପାଇ ଜିଲ୍ଲା ଶିଶୁ ସୁରକ୍ଷା ଟିମ ଏଠାରେ ପହଞ୍ଚି ଶିଶୁଟିକୁ ନିଜ ହେପାଜତକୁ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାର ଚିକିତ୍ସା ପାଇଁ ଭର୍ତି କରିଥିଲେ!ଏବେ ସେଠାରେ ଶିଶୁଟିର ଚିକିତ୍ସା ଚାଲିଥିଲା ବେଳେ ତା’ର ସ୍ୱାସ୍ଥ୍ୟ ଅବସ୍ଥା ଭଲଥିବା ଜଣା ପଡିଛି! ଏହି ଅମାନବୀୟ ଘଟଣାକୁ ନେଇ ଚେଙ୍କ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବୈରୀ ଥାନାରେ ଲିଖିତ ଏତଲା ଦାୟର କରାଯାଇଥିଲା! ତେବେ ଘଟଣାର ଅନୁସନ୍ଧାନ କରିବା ପରେ ପୋଲିସ ଶିଶୁଟିକୁ ଚେଙ୍କ ଦେଇଥିବା ତାଳ ମା’ ରଶ୍ଳୀ ଓ ସମ୍ପର୍କୀୟ ମାମୁଁ କମଳାକାନ୍ତକୁ ବୁଧବାରଦିନ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି! ଏ ସମ୍ପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କୁ ପଚାରିବାରେ ଶିଶୁଟି ଜିଲ୍ଲା ଚିକିତ୍ସା ଳୟର ୬୬ ନମ୍ବର ବେଡରେ ରହି ଚିକିତ୍ସିତ ହେଉଥିବା କହିବା ସହ ଏହି ଘଟଣାକୁ ଜିଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ଅତି ଗୁରୁତର ସହ ଗ୍ରହଣକରି ଘଟଣାର ତଦାରଖ ପାଇଁ ଅତିରିକ୍ତ ଜିଲ୍ଲାପାଳଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିବା ଓ ଶିଶୁଟି ସୁସ୍ଥ ହେବାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବଵୋଲି କହିଛନ୍ତି!
