Odisha news

ଖଇରାକୁ କଣ୍ଟେନମେଟ ଜୋନ ଘୋଷଣା କଲା ଜିଳା ପ୍ରଶାସନ

0

ଚଣ୍ଡିଖୋଲ : ବଡଚଣା ବ୍ଲକର ଖଇରା,ଅରଖପୁର,ବନ୍ଦାଳୋ ଏହି ତିନି ଗୋଟି ପଂଚାୟତରେ ଆଜି ୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି  । ଦୁଇ ଜଣ କ୍ୱାରେଟାଇନ କେନ୍ଦ୍ରରେ ଥିବା ବେଳେ ଜଣେ ଲୋକାଲ ଚିହ୍ନଟ କରାଯାଇଛି  । ଲୋକାଲ ଜଣକ ଖଇରା ଗ୍ରାମର ହୋଇଥିବାରୁ ସେ ବେଧଡକ ଭାବେ ଗ୍ରାମରେ ବୁଲାବୁଲି କରିଥିବାରୁ ସଂକ୍ରମଣ ଆଶଙ୍କାରେ ଆଜି ଠାରୁ କଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି  । ଏହି ନୂତନ ପଜିଟିଭକୁ ମିଶାଇ ବ୍ଲକରେ ମୋଟ ୭୮ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇଛନ୍ତି ।  ଖଇରା ଗାଁରେ ଚିହ୍ନଟ କରାଯାଇଥିବା ଆକ୍ରାନ୍ତ ଲୋକାଲ ହୋଇଥିବାରୁ ତାଙ୍କର ଟ୍ରାଭେଲ ହିଷ୍ଟ୍ରି ରହିଛି  ।

ସେ ଗାଁରେ ଅନେକ ପିଲାଙ୍କ ସହିତ ମିଶିଛନ୍ତି ଏବଂ ସେ କାମ କରୁଥିବା ସଂସ୍ଥାରେ କେତେକଙ୍କ ସହିତ ମିଳାମିଶା କରିଛନ୍ତି  । ଯାହାଫଳରେ ଅଧିକ ଆକ୍ରାନ୍ତ ନହେବା ପାଇଁ ଏହି ଗାଁକୁ କଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ବିଡିଓ ସୂଚନା ଦେଇଛନ୍ତି  । ସେହିପରି ନିକଟସ୍ଥ ବନ୍ଦାଳ ପଞ୍ଚାୟତର ମଙ୍ଗରାଜପୁର ଗ୍ରାମର ଅନ୍ୟ ଜଣେ ଯୁବକଙ୍କୁ କରୋନା ଆକ୍ରାନ୍ତ ଭାବେ ଚିହ୍ନଟ କରାଯାଇଛି  । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇ ଜଣ ସରକାରୀ କ୍ୱାରେଟାଇନରେ ଥିବା ବେଳେ ଜଣେ ହୋମ କ୍ୱାରେଟାଇନରେ ଥିବା ସୂଚନା ମିଳିଛି  । ବଡଚଣା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଖଇରା ଗାଁର ଆକ୍ରାନ୍ତଙ୍କ ଟ୍ରାଭେଲ ହିଷ୍ଟ୍ରି ନିଆଯାଇଥିବା ବେଳେ ଜଣେ ସ୍ୱାସ୍ଥ୍ୟ କର୍ମୀ ତାଙ୍କର ସ୍ୱାସ୍ଥ୍ୟ ବିଷୟ ବୁଝିବା ପାଇଁ ତାଙ୍କ ଘରକୁ ଯାଇଥିଲେ ଏବଂ ଯେଉଁମାନେ ତାଙ୍କ ସହିତ ମିଶିଛନ୍ତି ସମସ୍ତତଙ୍କର ସ୍ୱାବ ପରୀକ୍ଷା କରାଯିବାକୁ ବ୍ୟବସ୍ଥା କରାଯାଉଛି  । ଏହାକୁ ନେଇ ଏବେ ଏଠାରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି  ।

Har Ghar Tiranga

Leave A Reply