Odisha news

ବାଉଜଙ୍ଗ – ଧାଉଡିଆପଦା ଆର ଡି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି : ନିର୍ମାଣ ଶେଷ ହେବାର ମାସେ ନ ପୁରୁଣୁରୁ ରାସ୍ତାରୁ ପିଚୁ ଉଠିଗଲା

0

ଚଣ୍ଡିଖୋଲ, ୨୪/୨ :  ଯାଜପୁର ଜିଲ୍ଲାର ଜାରକା ଗ୍ରାମ ଉନ୍ନୟନ ଡିଭିଜନ ତଥା ଚଣ୍ଡିଖୋଲ ସବଡିଭିଜନ ଅନ୍ତର୍ଗତ ବଡଚଣା ବ୍ଳକର ବାଉଜଙ୍ଗ-ଧାଉଡିଆପଦା ଆରଡି ରାସ୍ତା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଏବେ ଗୁରୁତର ଅଭିଯୋଗ ହୋଇଛି! ୩କୋଟି ୪୫ଲକ୍ଷ ୧୭ ହଜାର ୨୨୧ ଟଙ୍କା ବ୍ୟୟରେ ଏହିରାସ୍ତା ନିର୍ମାଣ ହୋଇଛି! ଗତ ମାସକ ପୂର୍ବରୁ ଏହି ରାସ୍ତାର ନିର୍ମାଣ ଶେଷହୋଇ ଏହା ବିଭାଗକୁ ହସ୍ତାନ୍ତର ହୋଇଥିଲା ବେଳେ ଏବେ ରାସ୍ତାର ବ୍ୟାପକ ସ୍ଥାନରୁ ପିଚୁ ଉଠିଯାଇଥିବା ଦେଖାଯାଉଛି! ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ରାସ୍ତା ନିର୍ମାଣରେ ଦୁର୍ନୀତି ଓ ନିମ୍ନ ମାନର କାମ ହୋଇଥିବା ନେଇ ଅଭିଯୋଗ କରିଛନ୍ତି! ୫କିମି ୫୦୦ ମିଟର ଦୈର୍ଘ୍ୟ ବିରଶିଷ୍ଟ ଏହି ରାସ୍ତାର ୪ କିମି ପିଚୁ ଓ ୧.୫ କିମି କଙ୍କରିଟ କାର୍ଯ୍ୟ ହୋଇଛି!

ଏହି ରାସ୍ତାର ନିର୍ମାଣ ପାଇଁ ପ୍ରିୟବ୍ରତ ସାମଲ ନାମକ ଠିକାଦାରଙ୍କୁ ନିଯୁକ୍ତି ଦିଆଯାଇଥିଲା ବେଳେ ଗତ ୨୦୨୧ ମସିହା ମେ ମାସ ୨୭ ତାରିଖରେ ଉକ୍ତ ରାସ୍ତାର ନିର୍ମାଣ କାମ ଆରମ୍ଭ ହୋଇ ବର୍ଷକ ମଧ୍ୟରେ ଅର୍ଥାତ ୨୦୨୨ ମସିହା ଏପ୍ରିଲ ୨୬ ତାରିଖ ମଧ୍ୟରେ ନିର୍ମାଣ କାମ ଶାରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା!ତେବେ ସପୃକ୍ତ ଠିକାଦାର ଧାର୍ଯ୍ୟ ସମୟସୀମା ମଧ୍ୟରେ ରାସ୍ତାର ନିର୍ମାଣ କାମ ଶେଷ କରିନପାରି ବାରମ୍ବାର ଅବଧି ବଢାଇ ଚାଲିବା ପରେ ଗତ ଜାନୁଆରୀ ମାସରେ ହିଁ ରାସ୍ତାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା! ହେଲେ ପରିତାପର ବିଷୟ ଗତ ମାସରେ ରାସ୍ତାର ନିର୍ମାଣ କାମ ଶେଷ ହୋଇଥିଲେ ମଧ୍ୟ ଇତି ମଧ୍ୟରେ ରାସ୍ତାର ବ୍ୟାପକ ସ୍ଥାନରୁ ପିଚୁ ଊଠି ଯାଇଥିବା ଦେଖାଯାଉଛି!ରାସ୍ତାର ପ୍ରାୟ ୩ କିମି ଅଞ୍ଚଳରେ ଏପରି ସ୍ଥିତି ପରିଲକ୍ଷିତ ହୋଇଛି! ଅନ୍ୟ ପକ୍ଷରେ ଉକ୍ତ ରାସ୍ତାଟି ଯେହେତୁ କେନାଲ ବନ୍ଧରେ ନିର୍ମାଣ ହୋଇଛି ତେଣୁ ରାସ୍ତାର ଉଭୟ ପାର୍ଶ୍ଵରେ କଙ୍କରିଟ ଆଡିବନ୍ଧ ନିର୍ମାଣ କରାଯିବାକୁ ବିଭାଗୀୟ ନିର୍ଦ୍ଦେଶ ରହିଥିଲା ହେଲେ!

ଅଦ୍ୟାବଧି ସପୃକ୍ତ ଠିକାଦାର ରାସ୍ତା।ପାର୍ଶ୍ଵରେ ପାଚେରୀ ବା ଆଡିବନ୍ଧ ନିର୍ମାଣ କରିନଥିବା ଦେଖାଯାଇଛି! ଯେଉଁଥି ପାଇଁ ଏହିରାସ୍ତା କେନାଲ ମଧ୍ୟକୁ ଭୂଷୁଡି ପଡିବା ଆଶଙ୍କା ପ୍ରକାଶ ପାଇଛି! ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ନିର୍ମାଣ କାମ ଆରମ୍ଭ ପୂର୍ବରୁ ସୂଚନା ଫଳକ ଲଗାଯିବା ପାଇଁ ନିୟମ ରହିଥିଲେ ମଧ୍ୟ ରାସ୍ତାର ନିର୍ମାଣ କାମ ଶେଷ ହୋଇ ସାରିଥିଲେଥିଲେ ବି ଅଦ୍ୟାବଧି ଠିକାଦାର ସୂଚନା ଫଳକ ଲଗାଇ ନାହାନ୍ତି! ଯାହାକୁ ନେଇ ସ୍ଥାନୀୟ ଲୋକେ ତିବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି! ରାସ୍ତା ନିର୍ମାଣ ସମୟରେ ଏପରି ବେଆଇନ ଓ ଦୁର୍ନୀତି କାର୍ଯ୍ୟ ନେଇ ଅଭିଯୋଗ ହେବାପରେ ବିଭାଗୀୟ ଅଧିକାରୀ ନିର୍ମାଣ କାମର ତଦାରଖ କରିଥିଲେ ମଧ୍ୟ ଠିକାଦାର କିପରି ମନମୁଖୀ କାର୍ଯ୍ୟ କଲେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି! ନିର୍ମାଣ କାମ ଶେଷ ହେବାର ମାସକ।ମଧ୍ୟରେ ରାସ୍ତାରୁ ପିଚୁ ଉଠିଯିବା ଓ ଅନ୍ୟାନ୍ୟ ତୃଟି ନେଇ ବିଭାଗୀୟ ନିର୍ବାହୀଯନ୍ତ୍ରୀ ଜଳଧର ବେହେରାଙ୍କୁ ପଚାରିବାରେ ସେ ରାସ୍ତାର ସ୍ଥିତି ଅନୁଧ୍ୟାନ କରିବା ପରେ ଯାହାକିଛି କହିପାରିବେ ବୋଲି କହିଛନ୍ତି! ତେବେ ରାସ୍ତାର ଏପରି ସ୍ଥିତି ନେଇ ଅଞ୍ଚଳବାସୀ ଉଚସ୍ଥରୀୟ ତଦନ୍ତ ଦାବି କରିଛନ୍ତି

Nalco
Leave A Reply