ଚଣ୍ଡିଖୋଲ : ଶସ୍ତାରେ ଟ୍ରକ୍ କିଣାଇ ଦେବାକୁ କହି ବିଭିନ୍ନ ଲୋକଙ୍କୁ ଠକୁଥିବା ଓ ଅର୍ଥ ଆତ୍ମସାତ କରୁଥିବା ବାବୁ ସିଂ ନାମକ ଜଣେ ଠକ ଯୁବକକୁ ପୋଲିସ ମଙ୍ଗଳବାର ଦିନ ଗିରଫ କରିଛି! ଘଟଣାରୁ ପ୍ରକାଶ ଯେ ବଡ଼ଚଣା ଥାନା ଅଧୀନ ଶାସନ ପୁରୁଷୋତ୍ତମପୁର ବାଉଁଶପୁଟ ଗ୍ରାମର ସତ୍ରୁଜିତ ସିଂ, ଓରଫ ( ବାବୁ ) ପ୍ରାୟ ତିନି ବର୍ଷ ତଳୁ କଳିଙ୍ଗନଗର ଥାନା ଅଧୀନ ପିଙ୍ଗଲ ଗ୍ରାମର ଶିଶିର କୁମାର ପ୍ରଧାନଙ୍କୁ ଏକ ଟ୍ରକ କିଣାଇ ଦେବାକୁ କହିଥିଲା! ଟ୍ରକର ମୂଲ୍ୟ ୧୫ଲକ୍ଷ ଟଙ୍କା ହୋଇଥିଲେ ମଧ୍ୟ ସେ ସେହି ଟ୍ରକ୍କୁ ୧୦ଲକ୍ଷ ଟଙ୍କାରେ କିଣାଇ ଦେବ ବୋଲି ମିଛ ବାହାନା କରି ଅନ୍ୟ ଜଣକ ଗାଡ଼ି ଦେଖାଇ ଥିଲେ ! ଶ୍ରୀ ପ୍ରଧାନ ଏଥିରେ ରାଜି ହୋଇ ତାଙ୍କୁ ଅଗ୍ରୀମ ଆକାରରେ ତିନିଲକ୍ଷ ଟଙ୍କା ନଗଦ ଦେଇଥିଲେ ଏବଂ ଅବଶିଷ୍ଟ ଟଙ୍କାକୁ ଫୋନ୍ ପେ ଓ ବ୍ୟାଙ୍କ ମାଧ୍ୟମରେ ପୈଠ କରିଥିଲେ ! ସେ ଠକ ବାବୁ ସିଂକୁ ସବୁଟଙ୍କା ଦେଇଥିଲେ ମଧ୍ୟ ସେ ତାଙ୍କୁ ଟ୍ରକ ଦେଇନଥିଲା! ଦୀର୍ଘ ଦିନଧରି ବାବୁ ସିଂ ଟ୍ରକ ବା ଟଙ୍କା ନଦେବାରୁ ଶ୍ରୀ ପ୍ରଧାନ ବଡଚଣା ଥାନାରେ ଅଭିଯୋଗ କରିଥିଲେ! ପୋଲିସ ଏଥିନେଇ ୪୨/୨୩ରେ ମାମଲା ପଞ୍ଜିକରଣ କରି ଠକ ଯୁବକ ବାବୁ ସିଂଙ୍କୁ ତାଙ୍କ ଗାଁ ରୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି! ଠକ ବାବୁ ଏହିପରି ଭାବେ ଟ୍ରକ କିଣାଇଦେବା ବାହାନାରେ ଅନେକ ଲୋକଙ୍କୁ ଠକିଥିବା ଓ ଲକ୍ଷଲକ୍ଷ ଆଦାୟ କରିଥିବା ବଡ଼ଚଣା ଥାନା ଅଧିକାରୀ ମହମ୍ମଦ ସୁରଜ୍ ସୂଚନା ଦେଇଛନ୍ତି!
