ଚଣ୍ଡିଖୋଲ, ୫/୨ : ଯାଜପୁର ଜିଲ୍ଲାର ଧର୍ମଶାଳା ବ୍ଳକ ଅନ୍ତର୍ଗତ ଗୋଡିପାଟିଆ ଠାରେ ସନ୍ଥ ଶିରୋମଣୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ଦ୍ୱାରା ପ୍ରତିଷ୍ଠିତ ପବିତ୍ର ପୀଠ ଶ୍ରୀ ଗୁରୁକୃପା ଆଶ୍ରମ ଓ ଅଧିଷ୍ଠାତା ପ୍ରଭୁ ରାମେଶ୍ୱର ମହାଦେବଙ୍କ ୧୦ମ ବାର୍ଷିକ ପ୍ରତିଷ୍ଠା ମହୋତ୍ସବ ଓ ଆଧ୍ୟାତ୍ମିକ ସମାରୋହ ଉଦଯାପିତ ହୋଇଯାଇଛି! ଏହି ମହୋତ୍ସବ ଅବସରରେ ଗତ ଶ୍ରୀପଞ୍ଚମୀ ଠାରୁ ସପ୍ତଦିନ ବ୍ୟାପୀ ଆଶ୍ରମ ପରିସରରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା! ବର୍ତ୍ତମାନର ପୀଠାଧୀଶ ଜ୍ଞାନାନନ୍ଦ ସରସ୍ୱତୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଶ୍ରୀପଞ୍ଚମୀ ଦିନ ଶ୍ରୀମଦ ଭାଗବତ ପାରାୟଣ ଓ ପଠନ ଆରମ୍ଭ ହୋଇଥିଲା! ଏହି ପାରାୟଣକୁ ବାବାଜୀ ପର୍ଶୁରାମ ଦାସ ମହାରାଜ ଓ ବାବାଜୀ ହୃଷିକେଶ ଦାସ ସମ୍ପାଦିତ କରିଥିଲେ!ଇତ୍ୟବସରରେ ଆଶ୍ରମ ଅଧିଷ୍ପାତା ରାମେଶ୍ୱର ମହାଦେବଙ୍କ ରୁଦ୍ରାଭିଷେକ,ମହାସ୍ନାନ, ଚଣ୍ଡିପାଠ,ମହାଭିଷେକ,ଅନ୍ନଯଜ୍ଞ, ସୂର୍ଯ୍ୟପୂଜା,ଗୋପୂଜା,ଗୁରୁ ପୂଜନ ସମ୍ପର୍ଣ୍ଣ ହୋଇଥିଲା!ପରେପରେ ସପ୍ତମ ଦିବସରେ ଅଙ୍କୁରା ରୋପଣ ସହିତ ମହାଯଜ୍ଞ ଆୟୋଜିତ ହୋଇଥିଲା!ଗିତା ମହାଯଜ୍ଞର ପୂର୍ଣ୍ଣାହୂତି ପରେ ଉଦଯାପନୀ ସମାରୋହ ଅନୁଷ୍ଠିତ ହୋଇଥିଲା! ବାବା ଜ୍ଞାନାନନ୍ଦ ସରସ୍ୱତୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହକୁ ଆଶ୍ରମର ପୃଷ୍ଠପୋଷକ ତଥା ଉତ୍କଳ ସାମ୍ବାଦିକ ସଙ୍ଘ ରାଜ୍ୟ ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ବେଣୁଧର ପଣ୍ଡା ସଞ୍ଜାଳନ କରିଥିଲେ!ଏଥିରେ ଆନ୍ତର୍ଜାତୀୟ ଆଥେଲେଟର ଦୂତୀ ଚାନ୍ଦ,ଧର୍ମଶାଳା ବ୍ଳକ ଅଧ୍ୟକ୍ଷ ପ୍ରଭାତକୁମାର ବଳବନ୍ତରାୟ,ଜେନାପୁର ଥାନା ଅଧିକାରୀ ଉମାକାନ୍ତ ନାୟକ,ଜିଲ୍ଲା ପରିଷଦ ସଭ୍ୟ ତପନ ସାହୁ,ବାବାଜୀ ପର୍ଶୁରାମ ଦାସ ପ୍ରମୁଖ ଅତିଥିଭାବେ ଯୋଗଦେଇ ଆଶ୍ରମ ପ୍ରତିଷ୍ଠାତା ଦିବଙ୍ଗତ ବାବା ସନ୍ଥ ଶିରୋମଣୀ ମୌନାନନ୍ଦ ସରସ୍ୱତୀ ମହାରାଜଙ୍କ ପ୍ରତି ଭକ୍ତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅଭିଭାଷଣ ପ୍ରଦାନ କରିଥିଲେ!ସମାରୋହରେ ଆଥଲେଟର ଦୁତୀ ଚାନ୍ଦ,ବାବାଜୀ ପର୍ଶୁରାମ ଦାସ,ଗୋଡିପାଟିଆ ଗ୍ରାମରୁ ପ୍ରଥମକରି ନିର୍ବାଚିତ ହୋଇଥିବା ସରପଞ୍ଚ ସୁମୀଳା ପାତ୍ର, ସମିତିସଭ୍ୟା ସୁନୀତା ସ୍ୱାଇଁ,ଆଶ୍ରମ ସେବକ ମଙ୍ଗୁଳିଚରଣ ରାଉତ ଓ ବିଶ୍ୱଜିତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା! ଆୟୋଜିତ ସାଧୁ ମେଳାରେ ଯୋଗଦେଇ ବାବାଜୀ ନିଳାମ୍ବର ଦାସ ମହାରାଜ,ସ୍ୱାମୀ ଅରୁପାନନ୍ଦ ଦାସ,ହୃଷିକେଶ ଦାସ,ବାଵାଜୀ ବାମନ ଦାସ ପ୍ରମୁଖ ଆଶ୍ରୀବଚନ ପ୍ରଦାନ କରିଥିଲେ!ଏହି ପରିପେଖିରେ ତିନିଦିନଧରି ଯାତ୍ରା କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ମଞ୍ଚରେ ଅଭିନେତା ତଥା ଚଳତିତ୍ର ନିର୍ଦ୍ଦେଶକ ରିଜୀବ ମହାନ୍ତି, ଅଭିନେତ୍ରୀ ସୁଲଗ୍ମା ଓ ଦୀସାଙ୍କ ବିଭିନୟ ଓ ନୃତ୍ୟ ପରିବେଷଣ ଦର୍ଶକ ମାନଙ୍କ ମନ ମୋହିଥିଲା! ଆଶ୍ରମର ରାମ ସେବକ ମଣ୍ଡଳୀ ପକ୍ଷରୁ ଗଣେଶ୍ୱର ପଣ୍ଡା,ପିତବାସ ସାହୁ,ଶିବଶଙ୍କର ପଣ୍ଡା,କୃଷ୍ଣଚନ୍ଦ୍ର ଦାସ,ସହଦେବ ସାହୁ,ରାମଚନ୍ଦ୍ର ବାରିକ,ପ୍ରଫୁଲ ସାହୁ,ଆନନ୍ଦଚନ୍ଦ୍ର ବେହେରା,ରବିନ୍ଦ୍ର ସ୍ୱାଇଁ,ଦୁର୍ଯ୍ୟୋଧନ ସାହୁ,ଗୋପାଳ ରାଉତ,ଅରବିନ୍ଦ ପଣ୍ଡା,ଶୁସାନ୍ତକୁମାର ରାଉତ ପ୍ରମୁଖ ଉତ୍ସବ ପରିଚାଳନାରେ ସହଯୋଗ କରିଥିଲା ବେଳେ ଶିକ୍ଷକ ପ୍ରତାପଚନ୍ଦ୍ର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ!
