Odisha news

ସୁଙ୍ଗୁଡା ଖେଳପଡିଆ ପାଲଟିଛି ଗୋରୁଗାଈଙ୍କ ଚାରଣ ଭୂମି : ନିର୍ମାଣ କାମ ଅଧାପାନ୍ତରା,ବଢୁଛି ଅସନ୍ତୋଷ

0

ଚଣ୍ଡିଖୋଲ :  ଯାଜପୁର ଜିଲ୍ଲାର ମୁଖ୍ୟ ବ୍ୟବସାୟୀକ ସ୍ଥଳ ଚଣ୍ଡିଖୋଲକୁ ଲାଗିରହିଥିବା ତଥା ବଡଚଣା ନିର୍ବାଚନ ମଣ୍ଡଳୀର ମଧ୍ୟସ୍ଥଳ ସୁଙ୍ଗୁଡାଠାରେ ରହିଥିବା ଖେଳପଡିଆ ଏବେ କ୍ରିଡା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇ ପଡିଥିବାରୁ ଏବେ ତାହା ଗୋରୁଗାଈଙ୍କ ଚାରଣଭୂମି ପାଲଟିଛି! ଏହି ଖେଳପଡିଆଟି ଚଣ୍ଡିଖୋଲ ନିକଟରେ ଅବସ୍ଥିତ ହୋଇଥିବାରୁ ତାହାର ଗୁରୁତ୍ୱକୁ ଦୃଷ୍ଟିରେରଖି ଗତ ୨୦୧୯ ମସିହାରେ ଏହି ଖେଳପଡିଆର ଉନ୍ନତିକରଣ ପାଇଁ ବିଧାୟକଙ୍କ ଆଞ୍ଚଳିକ ଉନ୍ନୟନ ପାଷ୍ଠିରୁ ୧୦ଲକ୍ଷ ଟଙ୍କା ଓ ଆମ ଗାଁ ବିକାଶ ଯୋଜନାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା! ଏହି ଅର୍ଥ ବ୍ୟୟରେ ପଡିଆକୁ ସମତୁଲ କରାଯିବା ସହ ପ୍ରାଚିର ନିର୍ମାଣ କାମ ଆରମ୍ଭ କରାଯାଇଥିଲା! ହେଲେ ତିନିବର୍ଷ ପରେବି ଏହାର ନିର୍ମାଣ କାମ ଅଧାପାନ୍ତରା ହୋଇ ପଡିଛି! ଏହା।ମଧ୍ୟରେ ଆଉ ଅର୍ଥ ବରାଦ ହୋଇପାରି ନଥିବାରୁ ନିର୍ମାଣ କାମ ଆଗେଇ ପାରିନାହିଁ! ପାଚେରୀ କାମ ଅଧାହୋଇ ପଡି ରହିଛି! ଫଳରେ ପଡିଆଟି କ୍ରିଡା ପାଇଁ ବ୍ୟବହାର ହୋଇପାରୁନି!

ଏବେ ପଡିଆଟି ସମ୍ପୂର୍ଣ୍ଣ ଅପନ୍ତରା ହୋଇ ପଡିବାସହ ସେଥିରେ ଗୋରୁଗାଇ ଚରୁଜନ୍ତି! ଏହି ପଡିଆରେ ପୂର୍ବରୁ ବହୁ।ଜିଲ୍ଲା ଓ ରାଜ୍ୟ ସ୍ଥରୀୟ କ୍ରିକେଟ ଓ ଫୁଟବଲ ମ୍ୟାଚ ଅନୁଷ୍ଠିତ ହେଉଥିଲା ! ହେଲେ ଏବେ ପଡିଆଟି ଅପନ୍ତରା ହୋଇ ପଡିଥିବାରୁ ତାହା କ୍ରିଡା ପାଇଁ ସମ୍ପୂର୍ଣ୍ଣ ଅନୁପଯୋଗୀ ହୋଇ ପଡିଛି! ଏହା ୫୩ ଓ ୧୬ ନମ୍ବର ଜାତୀୟ ରାଜପଥ ତଥା ଚଣ୍ଡିଖୋଲ ବଜାରର ଅତି ନିକଟରେ ରହିଥିବାରୁ ଏହା ସମସ୍ତଙ୍କ ପାଇଁ ଗୁଳତ୍ୱ ବହନ କରୁଛି! ହେଲେ ଏଥିପ୍ରତି ପ୍ରଶାସନିକ ଚରମ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି!ଫଳରେ ଏହାକୁନେଇ ସ୍ଥାନୀୟ ଅଞ୍ଚଳ ବାସୀ ଓ କ୍ରିଡାପ୍ରେମିଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି! ଅଭିଯୋଗ ପରେ ଗତ କାଲି ବଡଚଣା ବିଧାୟକ ଅମରପ୍ରସାଦ ଶତପଥୀ ଉକ୍ତ ଖେଳପଡିଆକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ଖୁବଶୀଘ୍ର ଏହି ପଡିଆର ବିକାଶ ଓ ଅଧାହୋଇ ପଡିରହିଥିବା ନିର୍ମାଣ କାମକୁ ପୁର୍ନାଙ୍ଗ କରିବାପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା କରାଯିବା ସହ ଏହାକୁ ବ୍ଳକସ୍ଥରୀୟ ଖେଳପଡିଆ କରାଯିବା ପାଇଁ ଉଦ୍ୟମ ଆରମ୍ଭ କରିବେ ବୋଲି ପ୍ରତିସୃତି ଦେଇଛନ୍ତି!

Nalco
Leave A Reply