ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଜେନାପୁର ଥାନା ଅନ୍ତର୍ଗତ ମହିଶରା ପଞ୍ଚାୟତ ଡଙ୍କାରୀ ଗ୍ରାମରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ନେଇ ଥାନାରେ ଦୁଇଟି ଏତଲା ଦାୟର ହେବାପରେ ପୋଲିସ ଦୁଇଗୋଷ୍ଠୀଙ୍କ ବିରୁଦ୍ଧରେ ମାମଲା ପଞ୍ଜିକୃତ କରି ଉଭୟେ ପକ୍ଷରୁ ୪ଜଣଙ୍କୁ ଗିରଫକରି ଗୁରୁବାର ଦିନ ଚଣ୍ଡିଖୋଲ କୋର୍ଟକୁ ଚାଲାଣ କରିଛି!ଡଙ୍କାରୀ ଗ୍ରାମର କୀର୍ତ୍ତନ ସାହୁ ଓ ଶ୍ରୀରାମ ଦାସଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନହେବ ଗଣ୍ଡଗୋଳ ଲାଗିରହିଥିଲା! ଏହା ଗତ କାଲି ବୁଧବାର ଦିନ ଉଗ୍ରରୁପ ନେଇଥିଲା! ଯାହାକୁନେଇ କୀର୍ତ୍ତନ ସାହୁ ଶ୍ରୀରାମ ଦାସ ଓ।ତାଙ୍କ ପରିବାର ବିରୋଧରେ ଏତଲା ଦାୟର କରିଥିଲେ! ତାଙ୍କ ଏତଲାକୁ ଭିତିକରି ପୋଲିସ ୨୨/୨୩ ନମ୍ବରରେ ଏକ ମାମଲା ପଞ୍ଜିକୃତ କରିଥିଲା! ସେହିପରି କୀର୍ତ୍ତନ ଏବଂ ତାଙ୍କ ପରିବାର ବିରୋଧରେ ଶ୍ରୀରାମ ଦାସ ଏକ କାଉଣ୍ଟର ଏତଲା ଦାୟର କରିଥିଲେ ! ତାଙ୍କ ଏତଲାକୁ ନେଇ ପୋଲିସ ଥାନା କେଶ ନମ୍ବର ୨୩/୨୩ରେ ମଧ୍ୟ ଏକ ମାମଲା ପଞ୍ଜିକୃତ କରିଥିଲା! ଏହି ଦୁଇ ମାମଲାକୁ ନେଇ ପୋଲିସ କୀର୍ତ୍ତନ ସାହୁ,ଚିନ୍ତାମଣି ସାହୁ,ଚନ୍ଦନ ସାହୁଙ୍କୁ ଗିରଫ କରିଥିଲା ବେଳେ ଅପର ପକ୍ଷରୁ ଶ୍ରୀରାମ ଦାସଙ୍କ ପୁଅ ସୁରଞ୍ଜନ ଦାସକୁ ଗିରଫ କରିଥିଲା! ସମସ୍ତ ଚାରିଜଣଙ୍କୁ ପୋଲିସ ଗୁରୁବାର ଦିନ କୋର୍ଟ ଚାଲାଣ କରିଥିବା ଜଣାପଡିଛି!
