ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ଦର୍ପଣ ତହସିଲ ଅଧିନ ସୁଙ୍ଗୁଡ଼ା ପଞ୍ଚାୟତରେ ଓପିଟିସିଏଲ୍ କର୍ତ୍ତୃପକ୍ଷଙ୍କୁ ଗ୍ରିଡ ସମ୍ପ୍ରସାରଣ ପାଇଁ ଜମି ଲିଜ ସୂତ୍ରରେ ଦେବାକୁ ଦର୍ପଣ ତହସିଲ ପକ୍ଷରୁ ୨୨/୧୨/୨୦୨୨ତାରିଖରେ ଏକ ବିଜ୍ଞପ୍ତି ଜାରୀ କରାଯାଇଛି! ଯାହାକୁ ନେଇ ନୁଆସୁଙ୍ଗୁଡ଼ା ପଡ଼ା ଗ୍ରାମର ଗ୍ରାମାସୀମାନେ ମାନେ ତିବ୍ର ବିରୋଧ କରି ଦର୍ପଣ ତହସିଲଦାରଙ୍କୁ ଏକ ଲିଖିତ ଅଭଯୋଗ କରିଛନ୍ତି ! ଗ୍ରାମବାସୀ ମାନଙ୍କ କହିବା କଥା ଆଜକୁ ୧୪୫ ବର୍ଷ ପୂର୍ବେ ହାଇଲେବୁଲ କେନାଲ ଖନନ ହେବାରୁ ଆମେ ମୂଳ ଗ୍ରାମ ସୁଙ୍ଗୁଡ଼ାରୁ ବିସ୍ଥାପିତ ହୋଇ ଜାତୀୟ ରାଜପଥ କଡ଼ରେ ନୂଆ ସୁଙ୍ଗୁଡ଼ା ଗ୍ରାମରେ ବସବାସ କରିଆସୁଛୁ! ଯାହାର ଜନସଂଖ୍ୟା ୧୫୦୦ରୁ ଉର୍ଦ୍ଧ ହେବ, ଅତୀତରେ ଗ୍ରାମ୍ୟ ଗୋଚରକୁ ସରକାର ବିଭିନ୍ନ ସମୟରେ ବିଭିନ୍ନ ସଙ୍ଗଠନ, ବା ସଂସ୍ଥାକୁ ଯଥା ହାଉସିଂ ବୋର୍ଡ ମାର୍କେଟ, ଆରଟିଓ ଅଫିସ, ଭିଆରଓ ଅଫିସ, ସରକାରୀ ପ୍ରୋଜେକ୍ଟ ସ୍କୁଲ, ଗ୍ରାମ୍ୟ ଜଳ ଯୋଗାଣ ଅଫିସ, ଗ୍ରିଡ , ଗୋଶାଳା, ପଞ୍ଚାୟତ ଅଫିସ୍, ପୋଲିସ ଫାଣ୍ଡି , ଅଗ୍ନିଶମ ଅଫିସ ଇତ୍ୟାଦିଙ୍କୁ ଜମି ଦେଇ ଦେଇଛନ୍ତି, ତେଣୁଆମ ଗ୍ରାମର ପିଲାମାନେ ଖେଳିବା ପାଇଁ ଖେଳ ପଡିଆ, ଓ ସରକାରଙ୍କ ଯୋଜନା ରେ ଗ୍ରାମ୍ୟ ବଗିଚା, ଗାଈ ଗୋରୁ ଚରିବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଅଛୁ । ବିଶେଷ କରି ଆମ ପଡ଼ା ଗ୍ରାମକୁ ରାଜସ୍ବ ଗ୍ରାମର। ମାନ୍ୟତା ପାଇବା ପାଇଁ ଆଶ୍ୟକୀୟ ସର୍ବନିମ୍ନ ସଂରକ୍ଷିତ ଗୋଚର ଅଭାବ ଥିବା ବେଳେ ଓପିଟିସିଏଲ୍ କୁ ଜମି ନ ଦେବା ପାଇଁ ଗ୍ରାମର କମିଟି ବସି ଶତାଧିକ ଗ୍ରାମବାସୀ ମାନେ ଦର୍ପଣ ତହସିଲଦାରଙ୍କୁ ଭେଟି ତାଙ୍କ ସହ ଆଲୋଚନା କରି ଏକ ଲିଖିତ ଅଭିଯୋଗ ଦେଇଥିଲେ । ଗ୍ରାମ ବାସୀଙ୍କ ସମାଗମକୁ ଦେଖି ଯାଜପୁର ଏ,ଡି,ଏମ ଅକ୍ଷୟ କୁମାର ମଲ୍ଲିକ ପହଞ୍ଚି ଗ୍ରାମ ବାସୀଙ୍କୁ ବୁଝା ସୁଝା କରିବା ସହ ଅଭିଯୋଗ କୁ ଗୁରୁତ୍ଵଦେଇ କାର୍ଯ୍ୟାପନ୍ଥା ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।
