ଚଣ୍ଡିଖୋଲ : ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ବଜାର ମଝିରେ ରବିବାର ଦିନ ପ୍ରାୟ ସାଢେ ତିନିଟା ବେଳେ ଗୋଟିଏ ଦିଗରୁ ଆସୁଥିବା ଦୁଇଟି କାର ସହ ଗୋଟିଏ ଟ୍ରକର ପଛକୁ ପଛ ଦୁର୍ଘଟଣା ଘଟିଥିଲା! ଏଥିରେ ଜଣେ ପଥଚାରୀ ଗୁରୁତର ଆହତ ହୋଇଥିଲେ! ବାଲେଶ୍ଵର ପଟରୁ କଟକ ଆଡକୁ ଯାଉଥିବା ଏକ ଦୃତଗାମୀ କାର ପ୍ରଥମେ ରାସ୍ତା ପାର୍ଶ୍ଵରେ ଛିଡା ହୋଇଥିବା ଅନ୍ୟ ଏକ କାରକୁ ପଛରୁ ଧକ୍କା ଦେଇ ପରେ ଭାରସାମ୍ୟ ହରାଇ ଅନ୍ୟ ଏକ ଟ୍ରକ ପଛରେ ପିଟି ହୋଇଯାଇଥିଲା! ଦୁର୍ଘଟଣାରେ କାରଦୁଇଟି ଚୁରମାର ହୋଇ ଯାଈଥିଲା ବେଳେ ଟ୍ରକଟି ଘଟଣା।ସ୍ଥଳରୁ ଫେରାର ହୋଇଯାଇଛି! ଦୁର୍ଘଟଣା ରେ ଆହତ ପଥଚାରିଙ୍କୁ ଅଗ୍ନିଶମ ବାହୀନି ବଡଚଣା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ! ପରେ ତାଙ୍କୁ କଟକ ବଡ ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି! ଗତ କିଛିଦିନ ପୂର୍ବରୁ ଠିକ ଏହି ସ୍ଥାନରେ ଏକସଙ୍ଗେ ଚାରିଟି ଗାଡି ଫିଲ୍ମି ଷ୍ଟାଇଲରେ ଦୁର୍ଘଟଣା ଗ୍ରସ୍ଥ ହୋଇଥିଲେ! ମିଡ ଇଷ୍ଟ ହୋଟେଲ ସମ୍ମୁଖ ଠାରୁ ଟ୍ରାଫିକ ଛକ ମଧ୍ୟରେ ବାରମ୍ବାର ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଟ୍ରାଫିକ ପୋଲିସ ବା ବଡଚଣା ଥାନା ପୋଲିସ ଏଥିପ୍ରତି ଠୋସ ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି! ଜାତୀୟ ରାଜପଥ ଉପରେ ବେପରବାୟ ଭାବେ ଗାଡି ପାରକିଙ୍ଗ ହେଉଥିବାରୁ ଏହି ସ୍ଥାନ ଦୁର୍ଘଟଣା ପ୍ରବଣ ହୋଇ ପଡିଛି! ଗତ ତିନି ମାସ ମଧ୍ୟରେ ଏହି ସ୍ଥାନରେ ୭୦ରୁ ଉର୍ଦ୍ଧ୍ବ ଦୁର୍ଘଟଣା ଘଟିଥିବା ଜଣାପଡିଛି! ଚଣ୍ଡିଖୋଲ ଏକ ବ୍ୟସ୍ଥ ବହୁଳ ତଥା ବ୍ୟବସାୟୀକ ପେଣ୍ଠସ୍ଥଳ ହୋଇଥିବା ସାଙ୍ଗକୁ ଏଠାରେ ତିନୋଟି ଜାତୀୟ ରାଜପଥ ସଞ୍ଜୋଗ ହୋଇଛି! ଯାହାକୁ ନେଇ ଏହିସ୍ଥାନରେ ସ୍ୱତନ୍ତ୍ର ଟ୍ରାଫିକ ପରିଚାଳନା ଗୁରୁତ୍ୱପୂର୍ଣ୍ଣ ହୋଇପଡିଥିଲେ ମଧ୍ୟ ତାହା ହୋଇପାରୁ ପଥିବାରୁ ଏପରି ଅଭାବନୀୟ ଅବସ୍ଥା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି!
